Posted inଖେଳ

ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ଶୁଭ୍ରାଂଶୁ

ଭୁବନେଶ୍ୱର, ୧୪।୭ (ତପନ ସ୍ବାଇଁ):ଘରୋଇ କ୍ରିକେଟର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଦେଓଧର ଟ୍ରଫି ଚଳିତ ମାସ ୨୪ ତାରିଖରୁ ପୁଡୁଚେରୀଠାରେ ଆରମ୍ଭ ହେବାକୁ ଯାଉଛି। ଏହା ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ପୂର୍ବାଞ୍ଚଳ ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ଆଦି ୬ଟି ଦଳ ଅଂଶଗ୍ରହଣ କରିବ। ପ୍ରତିଯୋଗିତା ପାଇଁ ଗୁରୁବାର ଘୋଷିତ ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ଶୁଭ୍ରାଂଶୁ ସେନାପତି ସ୍ଥାନ ପାଇଛନ୍ତି। ଷ୍ଟାଣ୍ଡବାଇ ତାଲିକାରେ ରହିଛନ୍ତି ଅନ୍ୟତମ ଓଡ଼ିଆ ଖେଳାଳି ତାରିଣୀ ସ’। ମନୋନୀତ ଉଭୟ ଖେଳାଳିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବାଞ୍ଚଳ ୨୪ ତାରିଖରେ କେନ୍ଦ୍ରାଞ୍ଚଳ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୨୬ରେ ଉତ୍ତର ପୂର୍ବାଞ୍ଚଳ, ୨୮ରେ ଉତ୍ତରାଞ୍ଚଳ, ୩୦ରେ ଦକ୍ଷିଣାଞ୍ଚଳ ଓ ଅଗଷ୍ଟ ୧ରେ ଦକ୍ଷିଣାଞ୍ଚଳ ବିପକ୍ଷରେ ଖେଳିବ। ଦୁଇ ଶୀର୍ଷ ଦଳ ମଧ୍ୟରେ ଫାଇନାଲ ଅଗଷ୍ଟ ୩ରେ ଅନୁଷ୍ଠିତ ହେବ।
ପୂର୍ବାଞ୍ଚଳ ଦଳ: ସୌରଭ ତିଓ୍ବାରୀ (ଅଧିନାୟକ), ଉତ୍କର୍ଷ ସିଂ, ଅଭିମନ୍ୟୁ ଇଶ୍ୱରନ, ରିଷଭ ଦାସ, ଶୁଭ୍ରାଂଶୁ ସେନାପତି, ବିରାଟ ସିଂ, ସୁଦୀପ କୁମାର ଘରମି, କୁମାର କୁଶାଗ୍ର, ଅଭିଷେକ ପୋରେଲ, ରିୟାନ ପରାଗ, ଶାହାବାଜ ଅହମଦ, ଅଭିନବ ଚୌଧୁରୀ, ମଣି ଶଙ୍କର ମୁରା ସିଂ, ମୁକ୍ତାର ହୁସେନ, ଆକାଶ ଦୀପ।
ଷ୍ଟାଣ୍ଡବାଇ: ବିକ୍ରମ ଦାସ, ଶିବ ଶଙ୍କର ରୟ, ଅନୁକୂଳ ରୟ, ପ୍ରଦୀପ ପରମାଣିକ, ତାରିଣୀ ସ’, ଅଭିଜିତ ସକେତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri