ବ୍ରାଜିଲ ନିର୍ବାଚନରେ ବୋଲସୋନାରୋ, ଟ୍ରମ୍ପ୍‌

ବ୍ରାସିଲିଆ,୧୩।୧୧:ବ୍ରାଜିଲରେ ହେବାକୁ ଥିବା ପୌର ନିର୍ବାଚନ ମଇଦାନକୁ ବୋଲସୋନାରୋ ଓ ଟ୍ରମ୍ପ୍‌ ଉପନାମଧାରୀ ଅନେକ ପ୍ରାର୍ଥୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆଡିଲ୍‌ସନ ବୋଲସୋନାରୋ, ଆଡିଲୋ ବୋଲସୋନାରୋ, ଆଞ୍ଜେଲା ବୋଲସୋନାରୋ, ଜେଜିନ୍‌ହୋ ବୋଲସୋନାରୋ, ଜୁନିୟର ବୋଲସୋନାରୋ ଆଦି ପ୍ରାର୍ଥୀ। ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋଙ୍କ ସହ ଏମାନଙ୍କ କାହାରି କିଛି ସମ୍ପର୍କ ନାହିଁ। ଏପରି କି ଏହି ପ୍ରାର୍ଥୀମାନଙ୍କ ସାଙ୍ଗିଆ ମଧ୍ୟ ବୋଲସୋନାରୋ ନୁହେଁ। ସେହିପରି ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଲୋକପ୍ରିୟତାକୁ ଦେଖି ଜଣେ ପ୍ରାର୍ଥୀ ନିଜ ନାମ ରୋନାଲ୍ଡ ଟ୍ରମ୍ପ୍‌ ବୋଲି ପ୍ରାର୍ଥତ୍ପତ୍ରରେ ଉଲ୍ଲେଖ କରିଥିବାବେଳେ ଆଉ ଜଣେ ପ୍ରାର୍ଥୀ ନିଜକୁ ଡୋନାଲ୍ଡ ଟ୍ରମ୍ପ୍‌ ବୋଲସୋନାରୋ ଦର୍ଶାଇଛନ୍ତି। ମୋଟ ୭୦ ଜଣ ପ୍ରାର୍ଥୀ ଏଭଳି ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେଲିବ୍ରିଟିଙ୍କ ନାମ ଅନୁସାରେ ରାଜନୈତିକ ନିକ୍‌ନେମ୍‌ ବ୍ୟବହାର କରିବା ପରମ୍ପରା ବ୍ରାଜିଲ ନିର୍ବାଚନରେ ନୂଆ ନୁହେଁ ଏବଂ ଏହାକୁ ବେଆଇନ ବୋଲି ଧରାଯାଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଫେରିଲା କରୋନା: ଶୁଲାନ ସହର ଲକ୍‌ଡାଉନ

ବେଜିଂ,୧୧।୫: ଚାଇନାକୁ ପୁଣି ଫେରିଛି କରୋନା। ରୁଷ ସୀମା ନିକଟରେ ଅବସ୍ଥିତ ଜିଲିନ ଅଞ୍ଚଳରେ ଥିବା ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା...

ରାଫାଲ୍‌ ଡିଲ୍‌ ଯାଞ୍ଚ୍‌ ପାଇଁ ବିଚାରପତି ନିଯୁକ୍ତ, ବହୁ ଭିଆଇପିଙ୍କ ଉପରେ ନଜର…

ପ୍ୟାରିସ୍‌/ନୂଆଦିଲ୍ଲୀ,୩।୭: ରାଫାଲ୍‌ ଡିଲ୍‌ରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହେବା ପରେ ଫ୍ରାନ୍ସ୍‌ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଯାଞ୍ଚ୍‌ ପାଇଁ...

କୋକେନ୍‌ ପାଇଁ ମଝି ଆକଶରେ ମୃତ୍ୟୁ

ମେକ୍ସିକୋ ସିଟି,୨୮।୫: ଜାପାନର ଜଣେ ୪୨ ବର୍ଷୀୟ ଯୁବକ ପାକସ୍ଥଳୀ ଓ ଖାଦ୍ୟନଳୀର ତଳଭାଗରେ ୨୪୬ ପ୍ୟାକେଟ କୋକେନ୍‌ ନେଇ ବିମାନ ଯାତ୍ରା କରୁଥିବା ବେଳେ...

ଭାରତ ବିରୋଧରେ ଷଡ଼ଯନ୍ତ୍ର: ଜାତିସଂଘକୁ ୭ ଲକ୍ଷ ଦାନ ଦେଇଛି ଖଲିସ୍ତାନୀ ଗ୍ରୁପ୍‌

ଜେନେଭା,୧୪।୩: ଜାତିସଂଘକୁ ଦାନ ଦେଇ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି। ଏହାର ପର୍ଦ୍ଦାଫାଶ୍‌ ହୋଇଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଶିଖ୍‌ ଫର ଜଷ୍ଟିସ୍‌ ସଂଗଠନ ପକ୍ଷରୁ...

ଆମେରିକା କଟକଣାକୁ ଅଣଦେଖା, ରୁଷିଆ ସହିତ ସର୍ବିୟାର ବୃହତ୍‌ ଚୁକ୍ତି…

ମସ୍କୋ/ ବେଲଗ୍ରେଡ, ୩୦।୫ : ୟୁରୋପୀୟ ୟୁନିଅନ ଏବଂ ଆମେରିକା ଦ୍ୱାରା ରୁଷିଆ ବିରୋଧରେ ଉପରେ ଲାଗୁ କରାଯାଇଥିବା କଟକଣାକୁ ଅଣଦେଖାକରି ସର୍ବିଆ ରୁଷିଆ ସହିତ...

୯ରେ ଅନାସ୍ଥାର ସମ୍ମୁଖୀନ ହେବେ ଇମ୍ରାନ

ଇସ୍‌ଲାମାବାଦ,୭।୪: ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ପାକିସ୍ତାନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସଂସଦ...

ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଓ୍ବାଶିଂଟନ୍‌,୧୬।୪: ଆମେରିକାର ଭେଣ୍ଡିଂ ମେସିନରେ କାର ବିକ୍ରି କରି କୋଟିପତି ହେଲେ ବାପପୁଅ। ବର୍ତ୍ତମାନ ସମୟରେ ଦୁଇଜଣ ୪୭ହଜାର କୋଟିର ମାଲିକ ବୋଲି ଜଣାପଡିଛି। କାରଭାନ...

ରାଷ୍ଟ୍ରପତି ଦୌଡ଼ରେ ଗଦ୍ଦାଫିଙ୍କ ପୁଅ

ତ୍ରିପୋଲି,୧୫।୧୧: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ମୁଆମାର ଅଲ୍‌-ଗଦ୍ଦାଫିଙ୍କ ବଡ଼ପୁଅ ସୈଫ୍‌-ଅଲ୍‌-ଅସ୍‌ଲମ ଅଲ୍‌-ଗଦ୍ଦାଫି ଦେଶର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨୪ରେ ହେବାକୁ...

Advertisement
Archives

Model This Week