ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ ନାହିଁ। ପରିବାର କହିଲେ ଆମର ଏକ କି ଦୁଇ ଆଉ ଅଧିକ ନାହିଁ। ଆଉ ପୁଅ ବୋହୂଙ୍କ ଏହି ଛୋଟ ସଂସାରରେ ମା’ବାପାଙ୍କ ସ୍ଥାନ ନାହିଁ। ମା’ ବାପା ଆଉ ହିସାବରେ ଯାଆନ୍ତି ନାହିଁ। ପୁଅ ବୋହୂଙ୍କ କହିବା ଅନୁଯାୟୀ, ସେମାନେ ତାଙ୍କ ଜୀବନ ବଞ୍ଚି ସାରିଛନ୍ତି ଏବେ ଆମେ ଆମ ଶୈଳୀରେ ଜୀବନ ବଞ୍ଚିବୁ। ସେମାନଙ୍କ ପାଇଁ ଆମ ପାଖରେ ସମୟ ନାହିଁ। ପରିବାରର ବୋଝ ବୋହୁଥିବା ମଣିଷଟା କେମିତି ଆଉ କେବେଠାରୁ ପରିବାର ପାଇଁ ବୋଝ ହୋଇଗଲା ?
ପିଲାଟିଏ ଘରେ ଜନ୍ମ ନେଲେ ମା’ବାପା ଖୁସିରେ ଆତ୍ମହରା ହୋଇଯାଆନ୍ତି। ସେମାନେ ଭାବନ୍ତି ବଡ ହେଲେ ମୋ ଦୁଃଖ ହରିବ। ଅତୀତରେ ଯୌଥ ପରିବାରରେ ପରସ୍ପର ମଧ୍ୟରେ ସ୍ନେହ ସହାନୁଭୂତି ଥିଲା। ଗୁରୁଜନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଥିଲା। ବୟୋଜ୍ୟେଷ୍ଠଙ୍କ ପ୍ରତି ଘରର ବାକି ସଦସ୍ୟ ଯତ୍ନଶୀଳ ରହୁଥିଲେ। ପୁଅ ବାହାରେ ରହି ଚାକିରି କଲେ ମଧ୍ୟ ସପ୍ତାହକୁ ଥରେ ହେଉ ଅବା ମାସକୁ ଦୁଇଥର ଘରକୁ ଆସି ଘର କଥା ବୁଝି ଯାଉଥିଲା। ଏବେ ସମସ୍ତଙ୍କ ମାନସିକତା ବଦଳିଛି। ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ପିଲାମାନେ କର୍ମ ଅନ୍ୱେଷଣରେ ବାହାରକୁ ଚାଲି ଯାଉଛନ୍ତି। ଦିନକୁ ଦିନ କାର୍ଯ୍ୟଚାପରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କର ଘର ପ୍ରତି, ପରିବାର ପ୍ରତି ଦାୟିତ୍ୱ, କର୍ତ୍ତବ୍ୟ ଥିବା କଥା ଭୁଲି ଯାଉଛନ୍ତି। ଯେଉଁ ପୁଅକୁ ନେଇ ଦିନେ ମା’ ବାପା ଗର୍ୱ କରୁଥିଲେ ପାଞ୍ଚ ଲୋକଙ୍କ ଆଗରେ ନିଜ ପୁଅର ଗରିମା ବଖାଣୁ ଥିଲେ ଧୀରେ ଧୀରେ ସେମାନେ ନୀରବି ଯାଆନ୍ତି। ଯୋଉ ଅଦେଖା ଯନ୍ତ୍ରଣା ଓ ଅବ୍ୟକ୍ତ ବେଦନା ଭୋଗନ୍ତି ତାହା ସତରେ ଅକୁହା ଅଲିଖିତ। ଆମେ ମନ୍ଦିର ଯାଉ ଭଗବାନଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି କରିଥାଉ। ହେଲେ ଘରେ ଥିବା ଜୀବନ୍ତ ଭଗବାନଙ୍କୁ ଗଣ୍ଡେ ଖାଇବାକୁ ଦେବା ପାଇଁ ତାଙ୍କର ଯତ୍ନ ନେବା ପାଇଁ କୁଣ୍ଠା ପ୍ରକାଶ କରିଥାଉ। ବର୍ତ୍ତମାନ ନୈତିକ ଶିକ୍ଷାର ଅଭାବ ଯୋଗୁ ସମାଜରେ, ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଆଜିର ଯୁବ ପସନ୍ଦ ହେଉଛି- ଏକକ ପରିବାର। ଯୌଥ ପରିବାରରୁ ସେମାନେ ମୁହଁ ଫେରାଇ ନେଉଛନ୍ତି।
ଆମେ ଟିକେ ଅତୀତକୁ ଯିବା। ଯୌଥ ପରିବାରର ବୟସ୍କ ସଦସ୍ୟଙ୍କ କଥାକୁ କେହି ଅବମାନନା କରୁ ନ ଥିଲେ, କାରଣ ବୟସ୍କଙ୍କ ଅନୁଭୂତି ଅଭିଜ୍ଞତା ଅଧିକ। କାହାର ପକ୍ଷ ନ ନେଇ ଯାହା କହିବେ ସମସ୍ତଙ୍କ ହିତ ପାଇଁ କହିବେ। ହେଲେ ଦିନକୁ ଦିନ ସଂସାର ଭ୍ରଷ୍ଟ ହୋଇ ଚାଲିଛି। ପୁଅ ବୋହୂଙ୍କ ଅବହେଳା ଯୋଗୁ ଅନେକ ମାତାପିତା ଜରାଶ୍ରମରେ ଦିନ କାଟୁଛନ୍ତି। ପେନ୍‌ସନଭୁକ୍ତ ବୟୋଜ୍ୟେଷ୍ଠମାନେ ବି ନିର୍ଯାତନା ଓ ଅବହେଳିତ ହେବାରୁ ତ୍ରାହି ପାଇନାହାନ୍ତି। ନିଜେ ପାଉଥିବା ପେନ୍‌ସନ ଅର୍ଥରେ ତାଙ୍କର ଅଧିକାର ନ ଥାଏ। ବାର୍ଦ୍ଧକ୍ୟରେ ଘରର ବୟୋଜ୍ୟେଷ୍ଠଙ୍କର ଜରାଶ୍ରମର ଆବଶ୍ୟକତା ପଡୁଛି ବୋଲି ଦିନକୁ ଦିନ ବୃଦ୍ଧାଶ୍ରମ ସଂଖ୍ୟା ବଢିବାରେ ଲାଗିଛି। କିଛି ଜରାଶ୍ରମ ଦାତବ୍ୟ ସଂସ୍ଥାରେ ପରିଚାଳିତ ହେଉଥିବା ବେଳେ ଆଉ କିଛି ଜରାଶ୍ରମ ସମର୍ଥ ବୃଦ୍ଧାବୃଦ୍ଧ ଅର୍ଥ ପୈଠ କରି ଅବଶିଷ୍ଟ ଜୀବନ ଅତିବାହିତ କରୁଛନ୍ତି। କାହିଁକି ଦିନକୁ ଦିନ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ଏ ଅବିଚାର, ଏ ଅବ୍ୟବସ୍ଥା। ପିଲାଟିଏ ଯେପରି ମୁହଁ ଖୋଲି କିଛି କହିପାରେ ନାହିଁ ବାର୍ଦ୍ଧକ୍ୟରେ ମନୁଷ୍ୟର ସେହି ସମାନ ଅବସ୍ଥା। ପରିତାପର ବିଷୟ ବର୍ତ୍ତମାନ ସମାଜର ସ୍ଥିତି ଏପରି ହୋଇଯାଇଛି କାହା ପାଖରେ ସମୟ ନାହିଁ।
ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ସରକାରଙ୍କ ଯୋଜନା ବିଷୟରେ ସେମାନେ ପ୍ରାୟ ଅଜ୍ଞ। ସମାଜରେ ବୟୋଜ୍ୟେଷ୍ଠମାନେ କିପରି ସମ୍ମାନର ସହ ସୁସ୍ଥ ଜୀବନଯାପନ କରିପାରିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର। ବୃଦ୍ଧ ମାତାପିତାଙ୍କୁ ଭକ୍ତି ସମ୍ମାନ ଦେଇ ରଖିଲେ ତା’ର ସୁପ୍ରଭାବ ପିଲାଙ୍କ ଉପରେ ପଡ଼ିବ। ମାତାପିତାଙ୍କୁ ତୁମେ ଯେପରି ବ୍ୟବହାର କରିଥିବ ନିଜ ପିଲାଙ୍କଠାରୁ ଦିନେ ସେହିପରି ବ୍ୟବହାର ପାଇବ। ମନୁଷ୍ୟ ପରିବାରରୁ, ସମାଜରୁ ହିଁ ଆଚରଣ, ଉଚ୍ଚାରଣ ଶିକ୍ଷା କରିଥାଏ। ଜେଜେବାପା ଜେଜେମା ପାଖରେ ରହିଲେ ପିଲାମାନେ ନମ୍ର, ବିଚାରବନ୍ତ, ସଂସ୍କାରୀ ହୋଇ ବାହାରିଥାନ୍ତି। ସେମାନଙ୍କ ଆଶୀର୍ୱାଦ ପିଲାଙ୍କ ଉପରେ ରହିଥାଏ। ଗୁରୁଜନଙ୍କ ଆଶୀର୍ୱାଦ ରହିଲେ ଘରେ ସର୍ୱଦା ସୁଖ ସମୃଦ୍ଧି ମିଳିଥାଏ।
ଆଠମଲ୍ଲିକ, ଅନୁଗୁଳ
ମୋ: ୭୬୦୬୯୫୭୪୪୫


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri