ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ ନାହିଁ। ପରିବାର କହିଲେ ଆମର ଏକ କି ଦୁଇ ଆଉ ଅଧିକ ନାହିଁ। ଆଉ ପୁଅ ବୋହୂଙ୍କ ଏହି ଛୋଟ ସଂସାରରେ ମା’ବାପାଙ୍କ ସ୍ଥାନ ନାହିଁ। ମା’ ବାପା ଆଉ ହିସାବରେ ଯାଆନ୍ତି ନାହିଁ। ପୁଅ ବୋହୂଙ୍କ କହିବା ଅନୁଯାୟୀ, ସେମାନେ ତାଙ୍କ ଜୀବନ ବଞ୍ଚି ସାରିଛନ୍ତି ଏବେ ଆମେ ଆମ ଶୈଳୀରେ ଜୀବନ ବଞ୍ଚିବୁ। ସେମାନଙ୍କ ପାଇଁ ଆମ ପାଖରେ ସମୟ ନାହିଁ। ପରିବାରର ବୋଝ ବୋହୁଥିବା ମଣିଷଟା କେମିତି ଆଉ କେବେଠାରୁ ପରିବାର ପାଇଁ ବୋଝ ହୋଇଗଲା ?
ପିଲାଟିଏ ଘରେ ଜନ୍ମ ନେଲେ ମା’ବାପା ଖୁସିରେ ଆତ୍ମହରା ହୋଇଯାଆନ୍ତି। ସେମାନେ ଭାବନ୍ତି ବଡ ହେଲେ ମୋ ଦୁଃଖ ହରିବ। ଅତୀତରେ ଯୌଥ ପରିବାରରେ ପରସ୍ପର ମଧ୍ୟରେ ସ୍ନେହ ସହାନୁଭୂତି ଥିଲା। ଗୁରୁଜନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଥିଲା। ବୟୋଜ୍ୟେଷ୍ଠଙ୍କ ପ୍ରତି ଘରର ବାକି ସଦସ୍ୟ ଯତ୍ନଶୀଳ ରହୁଥିଲେ। ପୁଅ ବାହାରେ ରହି ଚାକିରି କଲେ ମଧ୍ୟ ସପ୍ତାହକୁ ଥରେ ହେଉ ଅବା ମାସକୁ ଦୁଇଥର ଘରକୁ ଆସି ଘର କଥା ବୁଝି ଯାଉଥିଲା। ଏବେ ସମସ୍ତଙ୍କ ମାନସିକତା ବଦଳିଛି। ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ପିଲାମାନେ କର୍ମ ଅନ୍ୱେଷଣରେ ବାହାରକୁ ଚାଲି ଯାଉଛନ୍ତି। ଦିନକୁ ଦିନ କାର୍ଯ୍ୟଚାପରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କର ଘର ପ୍ରତି, ପରିବାର ପ୍ରତି ଦାୟିତ୍ୱ, କର୍ତ୍ତବ୍ୟ ଥିବା କଥା ଭୁଲି ଯାଉଛନ୍ତି। ଯେଉଁ ପୁଅକୁ ନେଇ ଦିନେ ମା’ ବାପା ଗର୍ୱ କରୁଥିଲେ ପାଞ୍ଚ ଲୋକଙ୍କ ଆଗରେ ନିଜ ପୁଅର ଗରିମା ବଖାଣୁ ଥିଲେ ଧୀରେ ଧୀରେ ସେମାନେ ନୀରବି ଯାଆନ୍ତି। ଯୋଉ ଅଦେଖା ଯନ୍ତ୍ରଣା ଓ ଅବ୍ୟକ୍ତ ବେଦନା ଭୋଗନ୍ତି ତାହା ସତରେ ଅକୁହା ଅଲିଖିତ। ଆମେ ମନ୍ଦିର ଯାଉ ଭଗବାନଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି କରିଥାଉ। ହେଲେ ଘରେ ଥିବା ଜୀବନ୍ତ ଭଗବାନଙ୍କୁ ଗଣ୍ଡେ ଖାଇବାକୁ ଦେବା ପାଇଁ ତାଙ୍କର ଯତ୍ନ ନେବା ପାଇଁ କୁଣ୍ଠା ପ୍ରକାଶ କରିଥାଉ। ବର୍ତ୍ତମାନ ନୈତିକ ଶିକ୍ଷାର ଅଭାବ ଯୋଗୁ ସମାଜରେ, ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଆଜିର ଯୁବ ପସନ୍ଦ ହେଉଛି- ଏକକ ପରିବାର। ଯୌଥ ପରିବାରରୁ ସେମାନେ ମୁହଁ ଫେରାଇ ନେଉଛନ୍ତି।
ଆମେ ଟିକେ ଅତୀତକୁ ଯିବା। ଯୌଥ ପରିବାରର ବୟସ୍କ ସଦସ୍ୟଙ୍କ କଥାକୁ କେହି ଅବମାନନା କରୁ ନ ଥିଲେ, କାରଣ ବୟସ୍କଙ୍କ ଅନୁଭୂତି ଅଭିଜ୍ଞତା ଅଧିକ। କାହାର ପକ୍ଷ ନ ନେଇ ଯାହା କହିବେ ସମସ୍ତଙ୍କ ହିତ ପାଇଁ କହିବେ। ହେଲେ ଦିନକୁ ଦିନ ସଂସାର ଭ୍ରଷ୍ଟ ହୋଇ ଚାଲିଛି। ପୁଅ ବୋହୂଙ୍କ ଅବହେଳା ଯୋଗୁ ଅନେକ ମାତାପିତା ଜରାଶ୍ରମରେ ଦିନ କାଟୁଛନ୍ତି। ପେନ୍‌ସନଭୁକ୍ତ ବୟୋଜ୍ୟେଷ୍ଠମାନେ ବି ନିର୍ଯାତନା ଓ ଅବହେଳିତ ହେବାରୁ ତ୍ରାହି ପାଇନାହାନ୍ତି। ନିଜେ ପାଉଥିବା ପେନ୍‌ସନ ଅର୍ଥରେ ତାଙ୍କର ଅଧିକାର ନ ଥାଏ। ବାର୍ଦ୍ଧକ୍ୟରେ ଘରର ବୟୋଜ୍ୟେଷ୍ଠଙ୍କର ଜରାଶ୍ରମର ଆବଶ୍ୟକତା ପଡୁଛି ବୋଲି ଦିନକୁ ଦିନ ବୃଦ୍ଧାଶ୍ରମ ସଂଖ୍ୟା ବଢିବାରେ ଲାଗିଛି। କିଛି ଜରାଶ୍ରମ ଦାତବ୍ୟ ସଂସ୍ଥାରେ ପରିଚାଳିତ ହେଉଥିବା ବେଳେ ଆଉ କିଛି ଜରାଶ୍ରମ ସମର୍ଥ ବୃଦ୍ଧାବୃଦ୍ଧ ଅର୍ଥ ପୈଠ କରି ଅବଶିଷ୍ଟ ଜୀବନ ଅତିବାହିତ କରୁଛନ୍ତି। କାହିଁକି ଦିନକୁ ଦିନ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ଏ ଅବିଚାର, ଏ ଅବ୍ୟବସ୍ଥା। ପିଲାଟିଏ ଯେପରି ମୁହଁ ଖୋଲି କିଛି କହିପାରେ ନାହିଁ ବାର୍ଦ୍ଧକ୍ୟରେ ମନୁଷ୍ୟର ସେହି ସମାନ ଅବସ୍ଥା। ପରିତାପର ବିଷୟ ବର୍ତ୍ତମାନ ସମାଜର ସ୍ଥିତି ଏପରି ହୋଇଯାଇଛି କାହା ପାଖରେ ସମୟ ନାହିଁ।
ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ସରକାରଙ୍କ ଯୋଜନା ବିଷୟରେ ସେମାନେ ପ୍ରାୟ ଅଜ୍ଞ। ସମାଜରେ ବୟୋଜ୍ୟେଷ୍ଠମାନେ କିପରି ସମ୍ମାନର ସହ ସୁସ୍ଥ ଜୀବନଯାପନ କରିପାରିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର। ବୃଦ୍ଧ ମାତାପିତାଙ୍କୁ ଭକ୍ତି ସମ୍ମାନ ଦେଇ ରଖିଲେ ତା’ର ସୁପ୍ରଭାବ ପିଲାଙ୍କ ଉପରେ ପଡ଼ିବ। ମାତାପିତାଙ୍କୁ ତୁମେ ଯେପରି ବ୍ୟବହାର କରିଥିବ ନିଜ ପିଲାଙ୍କଠାରୁ ଦିନେ ସେହିପରି ବ୍ୟବହାର ପାଇବ। ମନୁଷ୍ୟ ପରିବାରରୁ, ସମାଜରୁ ହିଁ ଆଚରଣ, ଉଚ୍ଚାରଣ ଶିକ୍ଷା କରିଥାଏ। ଜେଜେବାପା ଜେଜେମା ପାଖରେ ରହିଲେ ପିଲାମାନେ ନମ୍ର, ବିଚାରବନ୍ତ, ସଂସ୍କାରୀ ହୋଇ ବାହାରିଥାନ୍ତି। ସେମାନଙ୍କ ଆଶୀର୍ୱାଦ ପିଲାଙ୍କ ଉପରେ ରହିଥାଏ। ଗୁରୁଜନଙ୍କ ଆଶୀର୍ୱାଦ ରହିଲେ ଘରେ ସର୍ୱଦା ସୁଖ ସମୃଦ୍ଧି ମିଳିଥାଏ।
ଆଠମଲ୍ଲିକ, ଅନୁଗୁଳ
ମୋ: ୭୬୦୬୯୫୭୪୪୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?