ଆନନ୍ଦ ଅନ୍ବେଷଣରେ

ଗୋଟିଏ ଫୁଲ ବଗିଚାରେ ଅନେକ ରଙ୍ଗର ବିଭିନ୍ନ ପ୍ରକାରର ଫୁଲ ଫୁଟିଥାଏ। ଗୋଲାପ, ଲିଲି, ସୂର୍ଯ୍ୟମୁଖୀ, ଚମ୍ପା ଏହିପରି ଅନେକ ଫୁଲର ବାସ୍ନାରେ ବଗିଚାଟି ହସିଉଠୁଥିଲା। ଦିନେ ଗୋଲାପ ଫୁଲଟିଏ ସୂର୍ଯ୍ୟମୁଖୀ ଫୁଲକୁ କହିଲା ଜାଣିବା ଅର୍ଥ ବଞ୍ଚତ୍ବା। ବଞ୍ଚୁଛୁ ଅର୍ଥ ଜାଣୁଛୁ। ବଞ୍ଚତ୍ବା ପାଇଁ ଯାହା ଜାଣୁଛୁ ତାହା ଜ୍ଞାନ। ମଣିଷ ଆମଠାରୁ ଅଧିକ ଦିନ ବଞ୍ଚେ ଓ ନିଜେ ସିଧା ହେବା ପାଇଁ ଶିକ୍ଷାଲାଭ କରେ। ସୂଚନା ମଣିଷ ଭିତରେ ପରିବର୍ତ୍ତନ ଆଣେ। ବୁଝାଇବା, ଉଦାହରଣ, ଦୈନନ୍ଦିନ ଜୀବନ ପ୍ରଣାଳୀ ମନୁଷ୍ୟକୁ ତା’ର ଜୀବନର ଲକ୍ଷ୍ୟଆଡ଼କୁ ବାଟ ଦେଖାଇଥାଏ। ସେ ଆମଠାରୁ ଅଧିକ ଦିନ ବଞ୍ଚୁଥିଲେ ମଧ୍ୟ ତା’ର ଲକ୍ଷ୍ୟଆଡ଼କୁ ପାଦ ବଢ଼ାଇପାରି ନ ଥାଏ।
ସୂର୍ଯ୍ୟମୁଖୀ ଫୁଲ କହିଲା ମଣିଷର ଜନ୍ମ, ମୃତ୍ୟୁ ଅଛି। ଯେପରି ଫୁଲମାନେ ପ୍ରସ୍ଫୁଟିତ ହୁଅନ୍ତି ଓ ମଉଳି ଯାଆନ୍ତି। ଭଗବାନ୍‌ ଜ୍ଞାନଠାରୁ ଅଧିକ ଦିବ୍ୟଜ୍ଞାନ ପାଇବା ମନୁଷ୍ୟକୁ ଦେଇଛନ୍ତି, କିନ୍ତୁ କି ଦୁଃଖର ବିଷୟ ଯେ ଆମ ଫୁଲମାନଙ୍କର ଆଧ୍ୟାତ୍ମିକ ଜଗତକୁ ନିଜେ ନିଜେ ଯାତ୍ରା କରିବାର ଆଦୌ ସୁଯୋଗ ନାହିଁ। ମନୁଷ୍ୟ ଆମ୍ଭମାନଙ୍କୁ ତୋଳିନେଇ ଠାକୁରଙ୍କ ପାଦ ବା ମସ୍ତକରେ ଦେଲେ ହିଁ ଆମେ ପୂର୍ଣ୍ଣତା ଲାଭ କରିଥାଉ। ଲିଲି ଫୁଲଟି କହିଲା, ଥରେ ମତେ ମନୁଷ୍ୟ ତୋଳି ନେଇ ଜଣେ ସାଧୁଙ୍କ ଗଳାରେ ପିନ୍ଧାଇ ଦେଇଥିଲା। ସେ କହିଥିଲେ ମନୁଷ୍ୟର ଚିନ୍ତାଶୂନ୍ୟ ମନ ହିଁ ତାକୁ ମୁକ୍ତିର ଦ୍ୱାରଦେଶକୁ ନିଏ। ଜଣେ ବ୍ୟକ୍ତି ସାଧୁଙ୍କୁ ପଚାରିଥିଲା ସଂସାରୀ ପାଇଁ ଏହା କ’ଣ ସମ୍ଭବ? ସାଧୁ ଉକ୍ତ ବ୍ୟକ୍ତିକୁ କହିଲେ, ତୋତେ ମୁଁ ସଂସାର ତ୍ୟାଗ କରିବାକୁ କହୁନାହିଁ। ଜୀବନରେ ସଚେତନତା ଆଣିବାକୁ କହୁଛି, ଯାହା ପ୍ରକୃତି ସହିତ ସମନ୍ବୟ ଆଣିବ। ତୋତେ ମାନବୀୟ ମୂଲ୍ୟବୋଧକୁ ଉଦ୍‌ଘାଟିତ କରିବାକୁ ହେବ। ସ୍ବାର୍ଥପରତାକୁ ଜଳାଞ୍ଜଳି ଦେଇ ସାମୂହିକ ଉନ୍ନତିର ବୀଜ ରୋପଣ କରିବାକୁ ହେବ। ମାନବତ୍ୱରୁ ଦିବ୍ୟତ୍ୱକୁ ଯିବା ପାଇଁ ଏହା ଏକମାତ୍ର ଉପାୟ।
ରଜନୀଗନ୍ଧା ଫୁଲ କହିଲା, ସେଦିନ ସଭାରେ ମୁଁ ବି ଥିଲି। ସାଧୁ କହିଥିଲେ, କ୍ରାନ୍ତି ଅର୍ଥ ପରିବର୍ତ୍ତନ। ସଂକ୍ରାନ୍ତି ଏକ ସମୟ, ଯାହାକି ମନୁଷ୍ୟକୁ ତା’ର ଅଭ୍ୟାସ ଓ ଚିନ୍ତାଧାରା ଏବଂ ଚାଲିଚଳନରେ ପରିବର୍ତ୍ତନ ଆଣିବା ପାଇଁ ସୁଯୋଗ ଦିଏ। ଚମ୍ପାଫୁଲ ଏକଥା ଶୁଣି କହିଲା, କି ଦୁଃଖର ବିଷୟ, ଭଗବାନ୍‌ ଆମକୁ କ୍ଷଣସ୍ଥାୟୀ କରିଛନ୍ତି। ଚଳତ୍‌ଶକ୍ତି ଦେଇନାହାନ୍ତି। ଶିକ୍ଷାଲାଭ କରିବାର ସୁଯୋଗ ଆମର ନାହିଁ କିନ୍ତୁ ଆମେ ସମସ୍ତଙ୍କୁ ସୁଗନ୍ଧ ଓ ଆନନ୍ଦ ପ୍ରଦାନ କରୁଛୁ। ମନୁଷ୍ୟକୁ ସବୁ ଦିଆଯାଇଥିଲେ ମଧ୍ୟ ବ୍ୟସ୍ତ ମାନବ ଆଧ୍ୟାତ୍ମିକ ଓ ପାର୍ଥିବ ଜଗତ ମଧ୍ୟରେ ସମନ୍ବୟ ରକ୍ଷା କରିପାରୁନାହିଁ। ମଣିଷ ଏ ବଗିଚାକୁ ଆସି କ୍ଷଣିକ ଆନନ୍ଦ ଅନୁସନ୍ଧାନ କରେ, କାର୍ଯ୍ୟରେ ସଫଳତା ଓ ଦୈନନ୍ଦିନ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି କ୍ଷଣିକ ଆନନ୍ଦ ଖୋଜେ।
ଟଗର ଫୁଲଟି କହିଲା, ଆନନ୍ଦ କୌଣସି ବଜାରରେ ମିଳେ ନାହିଁ ବା କାରଖାନାରେ ତିଆରି କୌଣସି ବସ୍ତୁ ନୁହେଁ। ଅନ୍ଧ ଚଷମାଟିଏ ଲଗାଇ ଦେଖିବାକୁ ଚେଷ୍ଟା କଲାଭଳି ମନୁଷ୍ୟ ଆନନ୍ଦକୁ ନିଜ ଭିତରେ ନ ଖୋଜି ବାହାରେ ଖୋଜେ। ଏହି ସମୟରେ ବଗିଚାର ମାଳି ଅଳିଆ ଡବାରେ ବଗିଚାର ଅଳିଆସବୁ ଗୋଟାଇ ଏକାଠି କଲା। ଅଳିଆ ଡବାଟି ବଗିଚାରେ ରହି ଫୁଲମାନଙ୍କର କଥୋପକଥନ ଶୁଣୁଥିଲା। ସେ କହିଲା ମଣିଷ ମୂଲ୍ୟହୀନ କାମନା, ଅଦରକାରୀ ଶତ୍ରୁତା, କୌଣସି କାରଣ ନ ଥାଇ ଅସୂୟାଭାବ, ଅସ୍ବାସ୍ଥ୍ୟକର ପ୍ରତିଯୋଗିତାରେ ନିଜର ମନକୁ ଭରିରଖୁଛ,ି ଯେତେବେଳେ ସେ ଉପଲବ୍ଧି କରୁଛି ଯେ ସେ ତୁଚ୍ଛ ବୋଝ ମୁଣ୍ଡାଇଛି। ସେ ତାକୁ ଫିଙ୍ଗିଦେବାକୁ ଚେଷ୍ଟା କରେ। ତା’ର ମୁଣ୍ଡଟା ମୋର ଅଳିଆରଖା ପାତ୍ର ପରି ହୋଇଯାଏ। ମାଳି ମୋ ଭିତରେ ଥିବା ଅଳିଆକୁ ଫିଙ୍ଗିଦେବା ପରେ ମୁଁ ସଫା ହୋଇଯାଏ। ସେହିପରି ମନୁଷ୍ୟ ତା’ର କାମନା, ବାସନାରୂପକ ଅଳିଆକୁ ଫିଙ୍ଗିଦେଇପାରିଲେ ଆତ୍ମଜ୍ଞାନୀ ଓ ଆନନ୍ଦ ପାଇପାରିବ। ବୁଦ୍ଧ ସେଥିପାଇଁ କହିଥିଲେ କାମନାର ବିନାଶରେ ଦୁଃଖର ବିନାଶ।
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ, ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri