ପାକିସ୍ତାନ ନିର୍ବାଚନରେ ରାଜନୈତିକ ଦଳଙ୍କୁ କବରସ୍ତାନ-ଗଧଗାଡ଼ି-ବାଇଗଣ ଭଳି ଚିହ୍ନ…

ଇସଲାମାବାଦ,୫।୨ : ନିର୍ବାଚନ ସମୟରେ, ପ୍ରାର୍ଥୀ ଏବଂ ଦଳମାନଙ୍କୁ ନିର୍ବାଚନୀ ଚିହ୍ନ ବଣ୍ଟନ କରାଯାଇଥାଏ। ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁଥିବା ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କୁ ଦିଆ ଯାଇଥିବା ନିର୍ବାଚନୀ ଚିହ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ନେତାଙ୍କୁ ଗଧ ଗାଡ଼ି, କବରସ୍ତାନ, ତାୱା ନିର୍ବାଚନୀ ଚିହ୍ନ ମିଳିଛି।

ସାଧାରଣତଃ ରକେଟ, କୃଷକ, ଫୁଲ, ମେସିନ ଇତ୍ୟାଦି ନିର୍ବାଚନର ଜିହ୍ନ ଭାବରେ ପ୍ରଦାନ କରାଯାଇଥାଏ କିନ୍ତୁ ପାକିସ୍ତାନରେ କବରସ୍ଥାନ ଏବଂ କବର ପଥର ମଧ୍ୟ ନିର୍ବାଚନ ଚିହ୍ନ ଭାବରେ ପ୍ରଦାନ କରାଯାଇଛି।

ପାକିସ୍ତାନର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ନିର୍ବାଚନ ଚିହ୍ନ ଗୁଡ଼ିକରେ ଜୋତା, ୱାଶ ମେସିନ, ଚିମୁଟା, ଯନ୍ତା, ନେଲ କଟର, ମୋବାଇଲ ଫୋନ ଚାର୍ଜର, ସିମ କାର୍ଡ, ସ୍କ୍ରୁ, ଚାମଚ ଆଦି ଅନ୍ତର୍ଭୁକ୍ତ। ଏଭଳି ଚିହ୍ନ ପ୍ରାର୍ଥୀମାନଙ୍କୁ ଉପହାସ ପରି ବୋଲି ବିବେଚନା କରାଯାଉଛି।

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଏହା ଉପରେ ରାଜନୀତି ଆରମ୍ଭ ହୋଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିବା ନିର୍ବାଚନ ଚିହ୍ନ ଏକ ଅଡୁଆ ସୃଷ୍ଟି କରିଛି। ଇସିଙ୍କୁ ନିର୍ବାଚନ ଚିହ୍ନ ବଦଳାଇବାକୁ ପଡିବ ବୋଲି କୁହାଯାଉଛି। ପିଟିଆଇ ନେତାମାନେ ମଧ୍ୟ ଅଭିଯୋଗ କରିଛନ୍ତି ସେମାନଙ୍କ ପ୍ରାର୍ଥୀଙ୍କୁ ଅପମାନଜନକ ତଥା ଆପତ୍ତିଜନକ ନିର୍ବାଚନ ଚିହ୍ନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

NEET Leak; ଆଉ ହେବନି ତ୍ରୁଟି! ସରକାରଙ୍କ ବଡ଼ ପଦକ୍ଷେପ, ପ୍ରଶ୍ନପତ୍ର….

ନୂଆଦିଲ୍ଲୀ, ୨୮।୫: NEET ପେପର୍ ଲିକ୍ ବିବାଦ ପରେ, କେନ୍ଦ୍ର ସରକାର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁରକ୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ବିଚାର…

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଦେଢ ବର୍ଷ ସରକାରରେ ଏତେ ଦେଶ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ, ଜାଣିଲେ ତାଜୁବ ହେବେ…

ଓ଼୍ବାଶିଂଟନ,୨୮।୫: ରାଷ୍ଟ୍ରପତି ହେବା ପରଠାରୁ, ଟ୍ରମ୍ପ ଦେଶଗୁଡ଼ିକର ଏକ ଆଶ୍ଚର୍ଯ୍ୟଜନକ ତାଲିକା ପ୍ରସ୍ତୁତ କରିଛନ୍ତି ଯେଉଁ ଦେଶଗୁଡ଼ିକୁ ସେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଏବଂ କିଛି…

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

‘VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍‌ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ।…

ମା’ଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ଜଳିଗଲା କାର୍; ୪ ଜୀବନ୍ତ ଦଗ୍ଧ, ଜିଲା ପରିଷଦ…

ଜୟପୁର,୨୮ା୫:  ରାଜସ୍ଥାନର ଆଜମେର ଜିଲାର ବୋରାଡା ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମପୁରା ଗାଁରେ ଗୁରୁବାର ସକାଳେ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି । ହଠାତ୍…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri