ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା ଦେଖିବେ ରାଜପରିବାରର ରାଜାରାଣୀଙ୍କ ମହାଲଢେଇ। ପୂର୍ବରୁ ଓଡିଶାରେ ରାଜବଂଶ କ୍ଷମତାରେ ଥିବାବେଳେ ଏବେ ରାଜନୀତିରେ ଦେଖେଇବେ ଦବଦବା। ତେଣୁ ଏଥର ୨୪ ନିର୍ବାଚନ ରୋଚକ ମୋଡ ନେବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଏଥର ଢେର ଅଧିକ ରାଜ ପରିବାର ସଦସ୍ୟ ମଇଦାନକୁ ଓହ୍ଲାଇଛନ୍ତି । ଧରାକୋଟ ରାଜକୁମାରୀ, ଚିକିଟି ରାଜକୁମାର ଓ କଳାହାଣ୍ଡି, ନୟାଗଡ଼, ଦେବଗଡ଼ ରାଜ ପରିବାରର ସଦସ୍ୟ ଲଢ଼େଇ ପାଇଁ ସମରସଜ୍ଜା ପ୍ରସ୍ତୁତ କଲେଣି । ଆଳି, ବଲାଙ୍ଗିର, ଧର୍ମଗଡ଼କୁ ମିଶାଇଲେ ଏଥର ପ୍ରାୟ ୧୦ରୁ ଅଧିକ ରାଜ ପରିବାର ସଦସ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ରାଜ୍ୟର ସବୁ ପ୍ରାନ୍ତରେ ଥିବା ରାଜବଂଶର କେହି ନା କେହି ଦାୟାଦ ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି ମାରିବା ସହ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସର୍ବକନିଷ୍ଠ ଯୁବ ସଦସ୍ୟ ଭାବେ ଧରାକୋଟ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି।

ଗଞ୍ଜାମ ଜିଲାର ଏକ ଚର୍ଚ୍ଚିତ ବିଧାନସଭା ଆସନ ସାନଖେମୁଣ୍ଡିରୁ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ସେ ହେଉଛନ୍ତି ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ । ୨୦୧୪ରେ ସାନଖେମୁଣ୍ଡି ଆସନରୁ ବିଜେଡିରୁ ଲଢ଼ି ଜିତିଥିଲେ ନନ୍ଦିନୀ ଦେବୀ କିନ୍ତୁ ୨୦୧୯ରେ ପରାଜିତ ହୋଇଥିଲେ । ଏବେ ମାଆଙ୍କ ଆସନରେ ଝିଅ ଲଢ଼ିବାକୁ ଯାଉଛନ୍ତି । ୨୬ ବର୍ଷୀୟ ସୁଲକ୍ଷଣା, ଏଥର ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀ ।
ସେହିପରି ଏଥର ଚିକିଟି ଆସନରୁ ଲଢିବେ ଚିକିଟି ରାଜପରିବାରର ସଦସ୍ୟ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ । ଚିକିଟି ଆସନରୁ ଛଅ ଥର ବିଜୟୀ ହୋଇଥିବା ରାଣୀ ଉଷା ଦେବୀ ଏଥର ପୁଅ ପାଇଁ ଛାଡ଼ି ଦେଇଛନ୍ତି ବାଟ । ବିଜେଡି ଟିକେଟରୁ ଲଢ଼ିବେ ଚିନ୍ମୟାନନ୍ଦ ।

ଏଥର ଦେବଗଡ଼ ରାଜପରିବାରଙ୍କୁ ଶାସକ ଦଳରୁ ମିଳିଛି ଟିକେଟ୍‌। ରାଜା ନୀତେଶ ଗଙ୍ଗଦେବ ୨୦୦୪ରେ କଂଗ୍ରେସ ଓ ୨୦୧୪ରେ ବିଜେପିରୁ ଲଢ଼ି ବିଧାୟକ ହୋଇଥିଲେ । ଆଉ ୨୦୧୯ରେ ଭାଜପା ଟିକେଟରେ ହୋଇଥିଲେ ସମ୍ବଲପୁରର ଏମପି । ୨୦୨୪ରେ କିନ୍ତୁ ନୀତେଶଙ୍କ ସହଧର୍ମିଣୀଙ୍କୁ ଦେଖିବାକୁ ମିଳିବ ନିର୍ବାଚନୀ ମଇଦାନରେ ।

ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏଥର ଦେବଗଡ଼ ଆସନରୁ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେବାର ୨୪ ଘଣ୍ଟା ଭିତରେ ଅରୁନ୍ଧତୀଙ୍କୁ ଟିକେଟ ମିଳିଛି । କଳାହାଣ୍ଡି ଯୁବରାଜ ଅର୍କକେଶରୀ ଦେଓଙ୍କ ସହଧର୍ମିଣୀ ତଥା ଯୁବରାଣୀ ମାଳବିକା କେଶରୀ ଦେଓ ଏଥର ହୋଇଛନ୍ତି କଳାହାଣ୍ଡିର ଭାଜପା ଏମପି ପ୍ରାର୍ଥୀ । ସ୍ବାମୀ ଅର୍କକେଶରୀ ୨୦୧୪ରେ ବିଜେଡିରୁ ଲଢ଼ି ଏମପି ହୋଇଥିଲେ । ୨୦୧୯ରେ ଅର୍କକେଶରୀଙ୍କ ଟିକେଟ ନ ମିଳିବାରୁ ସେ ଭାଜପାରେ ଯୋଗ ଦେଇଥିଲେ । ତେଣୁ ଏଥର ସ୍ତ୍ରୀ ମାଳବିକାଙ୍କୁ ଏମପି ପ୍ରାର୍ଥୀ କରିଛି ଭାଜପା। ମାଳବିକାଙ୍କ ବାପା ସ୍ବର୍ଗତ ବିକ୍ରମକେଶରୀ ଦେଓ କଳାହାଣ୍ଡିରୁ ୩ ଥର ଏମପି ରହିଥିବା ବେଳେ ଜୁନାଗଡ଼ରୁ ୩ ଥର ବିଧାୟକ ହୋଇଛନ୍ତି ।

ନୟାଗଡ଼ ରାଜ ପରିବାରର ପ୍ରତ୍ୟୁଷା ରାଜେଶ୍ବରୀ ଦେବ ଏଥର ନୟାଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଅରୁଣ ସାହୁ । ରାଜ୍ୟ ରାଜନୀତିରେ ବଲାଙ୍ଗିର ଓ ଆଳି ରାଜପରିବାର ଦବଦବା ବର୍ଷ ବର୍ଷ ଧରି ରହି ଆସିଥିବା ବେଳେ ଏଥର ଏସବୁ ରାଜ ପରିବାରର ନୂଆ ସଦସ୍ୟ ନିର୍ବାଚନୀ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?