Posted inଫୁରସତ

ହୋଲିରେ ବୁଲାବୁଲି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏପରି କି କିଛି କିଛି ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ଏଠାରେ ସେମିତି କେତେକ ଖାସ୍‌ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାରେ ହୋଲିର କିଛି ଭିନ୍ନ ଛାପ ଦେଖିବାକୁ ମିଳିଥାଏ…

ମଥୁରା ଓ ବୃନ୍ଦାବନ: ପାରମ୍ପରିକ ହୋଲି
ଏଠାରେ ହୋଲିକୁ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ଏହି ଅବସରରେ ମଥୁରା ଓ ବୃନ୍ଦାବନରେ ଫଗୁ ଖେଳଠାରୁ ଆରମ୍ଭ କରି ରାଧାକୃଷ୍ଣଙ୍କ ନାମ ଉଚ୍ଚାରଣ ଏବଂ ନଗର ପରିକ୍ରମା ଆଦି ଅନୁଷ୍ଠିତ ହୋଇଥାଏ। ସେହିପରି ସ୍ଥାନୀୟ ପିଲାଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ନାଟକ ବି ଦର୍ଶକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

ବରସାନା: ଲଠ୍‌ମାର୍‌ ହୋଲି
ଉତ୍ତର ପ୍ରଦେଶର ମଥୁରା ଜିଲା ଅନ୍ତର୍ଗତ ବରସାନାରେ ପାଳିତ ହେଉଥିବା ଲଠ୍‌ମାର୍‌ ହୋଲି ଦେଶ ବିଦେଶରେ ବେଶ୍‌ ପ୍ରସିଦ୍ଧ। କାରଣ ପ୍ରତିବର୍ଷ ହୋଲି ଅବସରରେ ସ୍ଥାନୀୟ ନନ୍ଦଗାଓଁରୁ କିଛି ଗୋପ ଯୁବକ ବରସାନା ଗାଁର ଗୋପୀମାନଙ୍କୁ ରଙ୍ଗ ଲଗାଇବା ପାଇଁ ଆସିଥାନ୍ତି। କିନ୍ତୁ ସେଠାରେ ପହଞ୍ଚତ୍ଲା ପରେ ଗୋପୀମାନେ ହାତରେ ବାଡ଼ି ଧରି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ଗୋପ ଯୁବକ ବିଭିନ୍ନ ପ୍ରକାର ଗୀତ ଗାଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି। ତଥାପି ବି ଗୋପୀମାନଙ୍କର ରାଗ ଶାନ୍ତ ହୁଏନାହିଁ। ସେମାନେ ସମସ୍ତେ ଏକତ୍ର ହୋଇ ଗୋପ ଯୁବକଙ୍କୁ ପିଟିବା ପାଇଁ ବାଡ଼ିଧରି ମାଡିଆସନ୍ତି ଆଉ ଯୁବକମାନେ ଢାଲ ଧରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି, ଯାହା ଦେଖିବାକୁ ଖୁବ୍‌ କୌତୁକିଆ ଲାଗିଥାଏ। ଏହି ଖେଳରେ ନା ରାଗ ଥାଏ ନା ହିଂସା। ବରଂ ଏହାକୁ ଏକ ପରମ୍ପରା ଭାବେ ପ୍ରତିବର୍ଷ ଏଠାରେ ପାଳନ କରାଯାଇଥାଏ।

ଉଦୟପୁର: ରୟାଲ୍‌ ହୋଲି
ରାଜସ୍ଥାନର ଉଦୟପୁରରେ ହୋଲି ଉତ୍ସବକୁ ଅନେକେ ରୟାଲ୍‌ ହୋଲି ବି କହିଥାନ୍ତି। କାରଣ ସ୍ଥାନୀୟ ଅଞ୍ଚଳର ମଓ୍ବୋର ରାଜ ପରିବାରରେ ବେଶ୍‌ ଜାକଜମକରେ ଏହି ପର୍ବକୁ ପାଳନ କରାଯାଇଥାଏ। ଏହି ଦିନ ସେମାନେ ପାରମ୍ପରିକ ପୋଷାକ ପିନ୍ଧି ହୋଲି ଉତ୍ସବକୁ ପାଳନ କରିବା ସଙ୍ଗେସଙ୍ଗେ ହୋଲିକା ଦହନର ଆୟୋଜନ କରିଥାନ୍ତି, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଶାନ୍ତିନିକେତନ: ସାଂସ୍କୃତିକ ହୋଲି
ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ ହୋଲି ପର୍ବକୁ ବସନ୍ତ ଉତ୍ସବ ଭାବେ ପାଳନ କରାଯାଇଥାଏ। ସୂଚନାନୁଯାୟୀ, ଲୋକପ୍ରିୟ କବି ରବୀନ୍ଦ୍ରନାଥ ଟାଗୋର ଶାନ୍ତିନିକେତନରେ ଏହି ଉତ୍ସବ ପ୍ରଥମେ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଉତ୍ସବ ଏଠାରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ହୋଲି ଖେଳ ସାଙ୍ଗକୁ ଗୀତ ଓ ନାଚର ଆସର ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ୍‌ କରିଦିଏ।

ପୁରୁଲିଆ: ସାଂସ୍କୃତିକ ହୋଲି
ଶାନ୍ତିନିକେତନ ପରି ପଶ୍ଚିମବଙ୍ଗସ୍ଥିତ ପୁରୁଲିଆର ସାଂସ୍କୃତିକ ଐତିହ୍ୟ ବି ଖୁବ୍‌ ସମୃଦ୍ଧ। ଏଠାରେ ପାଳିତ ହେଉଥିବା ପ୍ରତିଟି ପର୍ବ ସମୟରେ ପାରମ୍ପରିକ ନୃତ୍ୟକଳା ପରିବେଷଣ କରିବା ଏଠାକାର ଏକ ସ୍ବତନ୍ତ୍ରତା। ଖାସ୍‌ କରି ହୋଲି ସମୟରେ ସ୍ଥାନୀୟ ବାସିନ୍ଦା ରଙ୍ଗବେରଙ୍ଗର ଅବିର ସାଥେ ହୋଲି ଖେଳିବା ସହିତ ବିଭିନ୍ନ ପ୍ରକାର ଲୋକକଳା ପରିବେଷଣ କରିବାକୁ ବେଶ୍‌ ଉତ୍ସାହିତ ଥା’ନ୍ତି। ରଙ୍ଗ ଖେଳିବା ସହିତ ପାରମ୍ପରିକ ଲୋକକଳାକୁ ନିକଟରୁ ଦେଖିବା ଓ ଜାଣିବାର ସୁଯୋଗ ଥିବାରୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ପୁରୁଲିଆ ଆସିବକୁ ଇଚ୍ଛା କରିଥା’ନ୍ତି।

ଦିଲ୍ଲୀ: ମ୍ୟୁଜିକାଲ୍‌ ହୋଲି
ଏଠାରେ ବି ବେଶ୍‌ ଆନନ୍ଦ ଉଲ୍ଲାସରେ ହୋଲିପର୍ବକୁ ପାଳନ କରାଯାଇଥାଏ। ଏଠାକାର ଅଧିକାଂଶ ସ୍ଥାନରେ ମ୍ୟୁଜିକାଲ୍‌ ହୋଲିର ଆୟୋଜନ ହୋଇଥାଏ। ଯେଉଁଠାରେ ହୋଲିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଥଣ୍ଡାପାନୀୟ ପିଇ ମ୍ୟୁଜିକ୍‌ର ତାଳେ ତାଳେ ନାଚ କରିବାକୁ ହୋଇଥାଏ, ଯାହା ଶରୀର ସାଙ୍ଗକୁ ମନକୁ ବି ସୁସ୍ଥ ଆଉ ପ୍ରଫୁଲ୍ଲିତ କରିବାରେ ବେଶ୍‌ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?