Posted inଫୁରସତ

କୁକୁଡା ନା ମୟୂର; ଦ୍ୱନ୍ଦ୍ୱରେ ପଡିବେ…

କୁକୁଡା ତ ସମସ୍ତେ ଦେଖିଥିବେ। ହେଲେ ଏ ହେଉଛି ଏମିତି ଏକ କୁକୁଡା, ଯାହାକୁ ଦେଖିଲେ ଦ୍ୱନ୍ଦ୍ୱରେ ପଡିବେ ଏହା କୁକୁଡା ନା ମୟୂର ବୋଲି! କାରଣ ଏଇ କୁକୁଡାର ଲାଞ୍ଜ ମୟୂର ପିଞ୍ଛ ଭଳି ବହୁତ ଲମ୍ବା। ଜାପାନରେ ଦେଖିବାକୁ ମିଳୁଥିବା ଏହି କୁକୁଡାର ନାମ ହେଉଛି ‘ଓନାଗାଡୋରି’। ଏହାର ଶରୀର ସାଧାରଣ କୁକୁଡା ଭଳି ହୋଇଥିଲେ ହେଁ ଲାଞ୍ଜ ସାଧାରଣ କୁକୁଡା ଭଳି ନୁହେଁ। ୧.୫ ମିଟରରୁ ଉର୍ଦ୍ଧ୍ୱ ଲମ୍ବା ହେଉଛି ଓନାଗାଡୋରି କୁକୁଡାର ଲାଞ୍ଜ। ବେଳେ ବେଳେ କିଛି କୁକୁଡାଙ୍କ ଲାଞ୍ଜର ଲମ୍ବ ୧୨ ମିଟର ପର୍ଯ୍ୟନ୍ତ ବି ହୋଇଥାଏ। ଏହାର ଲାଞ୍ଜ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷକ। ଜାପାନରେ ଓନାଗାଡୋରି କୁକୁଡା ତିନୋଟି ରଙ୍ଗରେ ଉପଲବ୍ଧ ହୁଅନ୍ତି। ଉକ୍ତ କୁକୁଡାକୁ ଏଠାରେ ‘ଅନରେବଲ ଫାଉଲ’ବୋଲି ମଧ୍ୟ କୁହାଯାଏ। ଏହା ଜାପାନୀ ସଂସ୍କୃତି ସହ ଜଡିତ। ତେଣୁ ଏହାକୁ ଖାଇବା ପାଇଁ ବ୍ୟବହାର କରାଯାଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?