Posted inଫୁରସତ

ହୋଲିରେ ବୁଲାବୁଲି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏପରି କି କିଛି କିଛି ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ଏଠାରେ ସେମିତି କେତେକ ଖାସ୍‌ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାରେ ହୋଲିର କିଛି ଭିନ୍ନ ଛାପ ଦେଖିବାକୁ ମିଳିଥାଏ…

ମଥୁରା ଓ ବୃନ୍ଦାବନ: ପାରମ୍ପରିକ ହୋଲି
ଏଠାରେ ହୋଲିକୁ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ଏହି ଅବସରରେ ମଥୁରା ଓ ବୃନ୍ଦାବନରେ ଫଗୁ ଖେଳଠାରୁ ଆରମ୍ଭ କରି ରାଧାକୃଷ୍ଣଙ୍କ ନାମ ଉଚ୍ଚାରଣ ଏବଂ ନଗର ପରିକ୍ରମା ଆଦି ଅନୁଷ୍ଠିତ ହୋଇଥାଏ। ସେହିପରି ସ୍ଥାନୀୟ ପିଲାଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ନାଟକ ବି ଦର୍ଶକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

ବରସାନା: ଲଠ୍‌ମାର୍‌ ହୋଲି
ଉତ୍ତର ପ୍ରଦେଶର ମଥୁରା ଜିଲା ଅନ୍ତର୍ଗତ ବରସାନାରେ ପାଳିତ ହେଉଥିବା ଲଠ୍‌ମାର୍‌ ହୋଲି ଦେଶ ବିଦେଶରେ ବେଶ୍‌ ପ୍ରସିଦ୍ଧ। କାରଣ ପ୍ରତିବର୍ଷ ହୋଲି ଅବସରରେ ସ୍ଥାନୀୟ ନନ୍ଦଗାଓଁରୁ କିଛି ଗୋପ ଯୁବକ ବରସାନା ଗାଁର ଗୋପୀମାନଙ୍କୁ ରଙ୍ଗ ଲଗାଇବା ପାଇଁ ଆସିଥାନ୍ତି। କିନ୍ତୁ ସେଠାରେ ପହଞ୍ଚତ୍ଲା ପରେ ଗୋପୀମାନେ ହାତରେ ବାଡ଼ି ଧରି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ଗୋପ ଯୁବକ ବିଭିନ୍ନ ପ୍ରକାର ଗୀତ ଗାଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି। ତଥାପି ବି ଗୋପୀମାନଙ୍କର ରାଗ ଶାନ୍ତ ହୁଏନାହିଁ। ସେମାନେ ସମସ୍ତେ ଏକତ୍ର ହୋଇ ଗୋପ ଯୁବକଙ୍କୁ ପିଟିବା ପାଇଁ ବାଡ଼ିଧରି ମାଡିଆସନ୍ତି ଆଉ ଯୁବକମାନେ ଢାଲ ଧରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି, ଯାହା ଦେଖିବାକୁ ଖୁବ୍‌ କୌତୁକିଆ ଲାଗିଥାଏ। ଏହି ଖେଳରେ ନା ରାଗ ଥାଏ ନା ହିଂସା। ବରଂ ଏହାକୁ ଏକ ପରମ୍ପରା ଭାବେ ପ୍ରତିବର୍ଷ ଏଠାରେ ପାଳନ କରାଯାଇଥାଏ।

ଉଦୟପୁର: ରୟାଲ୍‌ ହୋଲି
ରାଜସ୍ଥାନର ଉଦୟପୁରରେ ହୋଲି ଉତ୍ସବକୁ ଅନେକେ ରୟାଲ୍‌ ହୋଲି ବି କହିଥାନ୍ତି। କାରଣ ସ୍ଥାନୀୟ ଅଞ୍ଚଳର ମଓ୍ବୋର ରାଜ ପରିବାରରେ ବେଶ୍‌ ଜାକଜମକରେ ଏହି ପର୍ବକୁ ପାଳନ କରାଯାଇଥାଏ। ଏହି ଦିନ ସେମାନେ ପାରମ୍ପରିକ ପୋଷାକ ପିନ୍ଧି ହୋଲି ଉତ୍ସବକୁ ପାଳନ କରିବା ସଙ୍ଗେସଙ୍ଗେ ହୋଲିକା ଦହନର ଆୟୋଜନ କରିଥାନ୍ତି, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଶାନ୍ତିନିକେତନ: ସାଂସ୍କୃତିକ ହୋଲି
ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ ହୋଲି ପର୍ବକୁ ବସନ୍ତ ଉତ୍ସବ ଭାବେ ପାଳନ କରାଯାଇଥାଏ। ସୂଚନାନୁଯାୟୀ, ଲୋକପ୍ରିୟ କବି ରବୀନ୍ଦ୍ରନାଥ ଟାଗୋର ଶାନ୍ତିନିକେତନରେ ଏହି ଉତ୍ସବ ପ୍ରଥମେ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଉତ୍ସବ ଏଠାରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ହୋଲି ଖେଳ ସାଙ୍ଗକୁ ଗୀତ ଓ ନାଚର ଆସର ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ୍‌ କରିଦିଏ।

ପୁରୁଲିଆ: ସାଂସ୍କୃତିକ ହୋଲି
ଶାନ୍ତିନିକେତନ ପରି ପଶ୍ଚିମବଙ୍ଗସ୍ଥିତ ପୁରୁଲିଆର ସାଂସ୍କୃତିକ ଐତିହ୍ୟ ବି ଖୁବ୍‌ ସମୃଦ୍ଧ। ଏଠାରେ ପାଳିତ ହେଉଥିବା ପ୍ରତିଟି ପର୍ବ ସମୟରେ ପାରମ୍ପରିକ ନୃତ୍ୟକଳା ପରିବେଷଣ କରିବା ଏଠାକାର ଏକ ସ୍ବତନ୍ତ୍ରତା। ଖାସ୍‌ କରି ହୋଲି ସମୟରେ ସ୍ଥାନୀୟ ବାସିନ୍ଦା ରଙ୍ଗବେରଙ୍ଗର ଅବିର ସାଥେ ହୋଲି ଖେଳିବା ସହିତ ବିଭିନ୍ନ ପ୍ରକାର ଲୋକକଳା ପରିବେଷଣ କରିବାକୁ ବେଶ୍‌ ଉତ୍ସାହିତ ଥା’ନ୍ତି। ରଙ୍ଗ ଖେଳିବା ସହିତ ପାରମ୍ପରିକ ଲୋକକଳାକୁ ନିକଟରୁ ଦେଖିବା ଓ ଜାଣିବାର ସୁଯୋଗ ଥିବାରୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ପୁରୁଲିଆ ଆସିବକୁ ଇଚ୍ଛା କରିଥା’ନ୍ତି।

ଦିଲ୍ଲୀ: ମ୍ୟୁଜିକାଲ୍‌ ହୋଲି
ଏଠାରେ ବି ବେଶ୍‌ ଆନନ୍ଦ ଉଲ୍ଲାସରେ ହୋଲିପର୍ବକୁ ପାଳନ କରାଯାଇଥାଏ। ଏଠାକାର ଅଧିକାଂଶ ସ୍ଥାନରେ ମ୍ୟୁଜିକାଲ୍‌ ହୋଲିର ଆୟୋଜନ ହୋଇଥାଏ। ଯେଉଁଠାରେ ହୋଲିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଥଣ୍ଡାପାନୀୟ ପିଇ ମ୍ୟୁଜିକ୍‌ର ତାଳେ ତାଳେ ନାଚ କରିବାକୁ ହୋଇଥାଏ, ଯାହା ଶରୀର ସାଙ୍ଗକୁ ମନକୁ ବି ସୁସ୍ଥ ଆଉ ପ୍ରଫୁଲ୍ଲିତ କରିବାରେ ବେଶ୍‌ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri