Posted inଜାତୀୟ

ଲକ୍‌ଡାଉନ୍‌ରେ ଭାରତୀୟ ଧନକୁବେର ହୋଇଛନ୍ତି ଅଧିକ ଧନୀ

ନୂଆଦିଲ୍ଲୀ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। ଗରିବଙ୍କ ପାଖରେ ଟଙ୍କାର ଅଭାବ ସହିତ ଖାଇବାକୁ ଖାଦ୍ୟ ନ ଥିଲା। ବହୁ ଲୋକ ନିଯୁକ୍ତି ହରାଇ ବେକାର ହୋଇ ପଡ଼ିଥିଲେ। କରୋନା ଭୟ ତୁଳନାରେ ପେଟର ଭୋକ ଲୋକଙ୍କୁ ବେଶି ବାଧିଥିଲା। ତେବେ ଏହି ସମୟରେ ଦେଶର ଧନକୁବେର ଅଧିକ ଧନୀ ହୋଇଛନ୍ତି। ଏସମ୍ପର୍କିତ ଏକ ରିପୋର୍ଟ ସର୍ଭେ ସଂସ୍ଥା ଅକ୍ସଫାମ୍‌ ପକ୍ଷରୁ ସ୍ବିଜରଲାଣ୍ଡର ଡାଭୋସ୍‌ଠାରେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ରେ ସୋମବାର ଉପସ୍ଥାପନ କରାଯାଇଛି। ଦେଶର ଧନ କୁବେର ଲକ୍‌ଡାଉନ୍‌ ସମୟରେ ୩୫ ପ୍ରତିଶତ ଅଧିକ ଧନୀ ପାଲଟିଛନ୍ତି। ସେମାନଙ୍କର ଚଳ-ଅଚଳ ସମ୍ପତ୍ତି ବୃଦ୍ଧି ହୋଇଛି। ଅପରପକ୍ଷରେ ୮୪ ପ୍ରତିଶତ ପରିବାର ମୁଖ୍ୟ ବେରୋଜଗାର ହୋଇପଡ଼ିଥିଲେ। ୨୦୨୦ ଏପ୍ରିଲ୍‌ରେ ପ୍ରତି ଘଣ୍ଟାରେ ଲକ୍ଷେ ୭୦ ହଜାର ଲୋକ ଚାକିରି ହରାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଧନକୁବେରଙ୍କ ଅଧିକ ଧନୀ ହେବାରେ ଲାଗିଥିଲେ। ଧନକୁବେରଙ୍କ ବୃଦ୍ଧି ହୋଇଥିବା ସମ୍ପତ୍ତିକୁ ବଣ୍ଟାଗଲେ ୧୩ କୋଟି ୮୦ ଲକ୍ଷ ଗରିବଙ୍କୁ ୯୪ ହଜାର ୪୫ ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରାଯାଇ ପାରିଥାନ୍ତା ବୋଲି ଏଥିରେ ଦର୍ଶାଯାଇଛି। ପୃଥିବୀର ଧନକୁବେରଙ୍କ ସମ୍ପତ୍ତି ୨୮୫ ଲକ୍ଷ କୋଟି ଟଙ୍କା( ୩.୯ ଟ୍ରିଲିୟନ୍‌ ଡଲାର) ବଢ଼ିଥିବାବେଳେ ଭାରତର ୧୦୦ ଜଣ ଶ୍ରେଷ୍ଠ କୁବେରଙ୍କ ସମ୍ପତ୍ତି ୧୨ ଲକ୍ଷ ୯୮ ହଜାର କୋଟି ଟଙ୍କା ବୃ୍‌ଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ସମୟରେ ଭାରତରେ ୯ କୋଟି ୨୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇଥିବା ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri