ଯାଜପୁର ଅଫିସ,୮।୨: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଆଉ ଏକ ପାଦେ ଆଗେଇଛି। ନୟାଗଡ଼ ଓ ବୌଦ୍ଧ ଜିଲାର ପ୍ରାୟ ୬୨ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ୧୦ କୋଟି ୯୮ ଲକ୍ଷ ୬୬ ହଜାର ୮୫୭ ଟଙ୍କା ମଞ୍ଜୁର ହୋଇଛି। ଏହିମର୍ମରେ ବୌଦ୍ଧ ଓ ନୟାଗଡ଼ ଜିଲାପାଳଙ୍କୁ ସୋମବାର ବାଣିଜ୍ୟ ଓ ପରିବହନ ବିଭାଗର ଉପସଚିବ କଳ୍ପତରୁ ସାମନ୍ତରାୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ୨୦୨୧ ନଭେମ୍ବର ୭ରେ ଧରିତ୍ରୀର ପ୍ରଥମ ପୃଷ୍ଠାରେ ‘ଭାଗବଣ୍ଟା ଛିଣ୍ଡୁନି, ପ୍ରକଳ୍ପ ବିଳମ୍ବିତ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଭଳି ତପତ୍ରତା ପ୍ରକାଶ ପାଇଛି। ତେବେ ଏହି ଅଧିଗ୍ରହଣ ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦିତ ହେଲେ ରେଳପ୍ରକଳ୍ପ କାର୍ଯ୍ୟ ସରିବାକୁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଇଛି।
୧୯୯୪-୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ୨୮୯ କିମି ରେଳପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ଏବଂ ୨୦୦୧ ଜୁନରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୬ ବର୍ଷ ହେବ ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ଅଧାରେ ଲାଖିଛି। ବାଣିଜ୍ୟ ଓ ପରିବହନ ବିଭାଗର ସୋମବାର ନିଷ୍ପତ୍ତି ଅନୁଯାୟୀ ବୌଦ୍ଧ ଜିଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଧୀନ ରୁଗୁଡିପାଲି ମୌଜାରେ ୪୨.୪୪୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ୪ କୋଟି ୧୯ ଲକ୍ଷ ୪ ହଜାର ୫୯୪ ଟଙ୍କା ମଞ୍ଜୁର ହୋଇଛି। ପୂର୍ବରୁ ଏଥିପାଇଁ ୪ କୋଟି ୩ ଲକ୍ଷ ୯୨ ହଜାର ୫୫୪ ଟଙ୍କା ମଞ୍ଜୁର ହୋଇଥିଲାବେଳେ ଏହା ରିଭାଇଜ କରାଯାଇଛି। ଏଥିରେ ଜମି ଅଧିଗ୍ରହଣ ଧାରା ୨୯(୧) ଅନୁଯାୟୀ ମୋଟ କ୍ଷେତ୍ରଫଳ ଜମିର ମୂଲ୍ୟ ୧,୩୦,୬୦,୮୫୩ ଟଙ୍କା ଏବଂ ଗୃହ, କୂପ, ପୁଷ୍କରିଣୀ, ବୃକ୍ଷ ଆଦି ବାବଦକୁ ୧,୫୧,୫୭,୪୨୨ ଟଙ୍କା, ନୂତନ ଧାରା ୩୦(୧) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୦୦% ହାରରେ ସାନ୍ତ୍ୱନାମୂଳକ କ୍ଷତିପୂରଣ ୧,୫୧,୫୭,୪୨୨ ଟଙ୍କା, ଧାରା ୩୦(୩) ଅନୁଯାୟୀ ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ୨ ବର୍ଷ ପାଇଁ ୨୬,୧୨,୧୧୬ ଟଙ୍କା, ସରକାରୀ ରାଜସ୍ବର ପୁଞ୍ଜୀକୃତ ମୂଲ୍ୟ ୮,୬୫୧ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନର ଖର୍ଚ୍ଚ ଶତକଡ଼ା ୨୦% ୬୫,୮୫,୩୯୨ ଟଙ୍କା, ପୁର୍ନବାସ ଓ ଥଇଥାନ ପାଇଁ ୨୩,୮୩,୫୯୦ ଟଙ୍କା ଅଟକଳ ହୋଇଛି। ଏହି ଅଟକଳ ପରିମାଣକୁ ବୌଦ୍ଧ ଜିଲାପାଳ ମଞ୍ଜୁର କରିଛନ୍ତି।
ନୟାଗଡ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ଦୁର୍ଗାପ୍ରସାଦ ମୌଜାରେ ୫.୬୧୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିଷ୍ପତ୍ତି ହୋଇଛି। ଏଥିପାଇଁ ୭୪,୨୫,୨୦୨ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୋଟ ଜମିର ମୂଲ୍ୟ ୨୭,୫୪,୯୭୨ ଟଙ୍କା ରଖାଯାଇଥିବାବେଳେ ଧାରା ୨୯(୨) ଅନୁଯାୟୀ ବୃକ୍ଷ ବାବଦକୁ ୬୩,୦୯୧ ଟଙ୍କା, ଶତକଡ଼ା ୧୦୦% ସାନ୍ତ୍ୱନାମୂଳକ କ୍ଷତିପୂରଣ ୨୮,୧୮,୦୬୩ ଟଙ୍କା, ଧାରା ୩୦(୩) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୨% ଅତିରକ୍ତ କ୍ଷତିପୂରଣ ୨ ବର୍ଷ ପାଇଁ ୫,୫୦,୯୯୪ ଟଙ୍କା, ସରକାରୀ ରାଜସ୍ବର ପୁଞ୍ଜୀକୃତ ମୂଲ୍ୟ ୬୫୮ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନ ଖର୍ଚ୍ଚ ଶତକଡ଼ା ୨୦% ହିସାବରେ ୧୨,୩୭,୪୨୪ ଟଙ୍କା ଅଟକଳ ହୋଇଛି। ଏହି ଅଟକଳ ପରିମାଣକୁ ନୟାଗଡ଼ ଜିଲାପାଳ ମଞ୍ଜୁର କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ନୟାଗଡ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ବୁଗୁଡା କଲୋନୀ ମୌଜାରେ ୧୧ ଏକର ଜମି ପାଇଁ ୧,୨୫,୯୭,୮୯୧ ଟଙ୍କା ଅଟକଳ ହୋଇଛି। ଏଥିରେ ମୋଟ ଜମିର କ୍ଷତ୍ରଫଳ ଅନୁଯାୟୀ ୪୪,୭୨,୧୬୦ ଟଙ୍କା ସହ ଧାରା ୨୯(୨) ଅନୁଯାୟୀ ଗୃହ, କୂପ, ବୃକ୍ଷ, ଫଳନ୍ତି ଶସ୍ୟ ବାବଦକୁ ୪୮,୦୧,୪୪୭ ଟଙ୍କା, ନୂତନ ଧାରା ୩୦(୧) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୦୦% ସାନ୍ତ୍ୱନାମୂଳକ କ୍ଷତିପୂରଣ ଭାବେ ୪୮,୦୧,୪୪୭ ଟଙ୍କା, ଧାରା ୩୦(୩) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ବାବଦକୁ ୮,୯୪,୪୩୨ ଟଙ୍କା, ରାଜସ୍ବ ପୁଞ୍ଜୀକୃତ ମୂଲ୍ୟ ୧,୧୦୦ ଟଙ୍କା, ଶତକଡ଼ା ୨୦% ଯୁଚ୍ଛ ପ୍ରତିଷ୍ଠାନ ଖର୍ଚ୍ଚ ବାବଦକୁ ୨୦,୯୯,୪୬୫ ଟଙ୍କା ରଖାଯାଇଛି।
ନୟାଗଡ଼ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ଦୁରୁକିପାଜୁ ମୌଜାରେ ୩.୯୦୦ ଏକର ଜମି ପାଇଁ ୬୦,୩୪,୫୭୬ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୋଟ କ୍ଷେତ୍ରଫଳ ଜମିର ମୂଲ୍ୟ ୨୨,୯୯,୦୯୬ ଟଙ୍କା ସମେତ ଧାରା ୨୯(୧) ଅନୁଯାୟୀ ବୃକ୍ଷ ପାଇଁ ୧୮,୦୫୪ ଟଙ୍କା, ନୂତନ ଧାରା ୩୦(୧) ଅନୁସାରେ ଶତକଡ଼ା ୧୦୦% ହାରରେ ସାନ୍ତ୍ୱନାମୂଳକ କ୍ଷତିପୂରଣ ୨୩,୧୭,୧୫୦ ଟଙ୍କା, ଉପରୋକ୍ତ ମୋଟ ମୂଲ୍ୟ ଉପରେ ଧାରା ୩୦(୩) ଅନୁସାରେ ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ବାବଦକୁ ୩,୯୪,୧୩୦ ଟଙ୍କା, ରାଜସ୍ବର ପୁଞ୍ଜିକୃତ ମୂଲ୍ୟ ୪୫୮ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନର ଖର୍ଚ୍ଚ ଶତକଡ଼ା ୨୦% ହାରରେ ୧୦,୦୫,୬୮୬ ଟଙ୍କା ଅଟକଳ ହୋଇଛି।
Posted inHome Left, ଆମ ଜିଲା ଖବର, ଯାଜପୁର View All
ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ
ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…
ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି
ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍ଷ୍ଟେଶନ ଉଦ୍ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…
ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…
ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…
କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…
ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…
ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି
ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…
ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ
ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…
କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…
ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…
Archives

