ଜମି ଅଧିଗ୍ରହଣରେ ପାଦେ ଆଗେଇଲା

ଯାଜପୁର ଅଫିସ,୮।୨: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଆଉ ଏକ ପାଦେ ଆଗେଇଛି। ନୟାଗଡ଼ ଓ ବୌଦ୍ଧ ଜିଲାର ପ୍ରାୟ ୬୨ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ୧୦ କୋଟି ୯୮ ଲକ୍ଷ ୬୬ ହଜାର ୮୫୭ ଟଙ୍କା ମଞ୍ଜୁର ହୋଇଛି। ଏହିମର୍ମରେ ବୌଦ୍ଧ ଓ ନୟାଗଡ଼ ଜିଲାପାଳଙ୍କୁ ସୋମବାର ବାଣିଜ୍ୟ ଓ ପରିବହନ ବିଭାଗର ଉପସଚିବ କଳ୍ପତରୁ ସାମନ୍ତରାୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ୨୦୨୧ ନଭେମ୍ବର ୭ରେ ଧରିତ୍ରୀର ପ୍ରଥମ ପୃଷ୍ଠାରେ ‘ଭାଗବଣ୍ଟା ଛିଣ୍ଡୁନି, ପ୍ରକଳ୍ପ ବିଳମ୍ବିତ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଭଳି ତପତ୍ରତା ପ୍ରକାଶ ପାଇଛି। ତେବେ ଏହି ଅଧିଗ୍ରହଣ ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦିତ ହେଲେ ରେଳପ୍ରକଳ୍ପ କାର୍ଯ୍ୟ ସରିବାକୁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଇଛି।
୧୯୯୪-୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ୨୮୯ କିମି ରେଳପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ଏବଂ ୨୦୦୧ ଜୁନରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୬ ବର୍ଷ ହେବ ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ଅଧାରେ ଲାଖିଛି। ବାଣିଜ୍ୟ ଓ ପରିବହନ ବିଭାଗର ସୋମବାର ନିଷ୍ପତ୍ତି ଅନୁଯାୟୀ ବୌଦ୍ଧ ଜିଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଧୀନ ରୁଗୁଡିପାଲି ମୌଜାରେ ୪୨.୪୪୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ୪ କୋଟି ୧୯ ଲକ୍ଷ ୪ ହଜାର ୫୯୪ ଟଙ୍କା ମଞ୍ଜୁର ହୋଇଛି। ପୂର୍ବରୁ ଏଥିପାଇଁ ୪ କୋଟି ୩ ଲକ୍ଷ ୯୨ ହଜାର ୫୫୪ ଟଙ୍କା ମଞ୍ଜୁର ହୋଇଥିଲାବେଳେ ଏହା ରିଭାଇଜ କରାଯାଇଛି। ଏଥିରେ ଜମି ଅଧିଗ୍ରହଣ ଧାରା ୨୯(୧) ଅନୁଯାୟୀ ମୋଟ କ୍ଷେତ୍ରଫଳ ଜମିର ମୂଲ୍ୟ ୧,୩୦,୬୦,୮୫୩ ଟଙ୍କା ଏବଂ ଗୃହ, କୂପ, ପୁଷ୍କରିଣୀ, ବୃକ୍ଷ ଆଦି ବାବଦକୁ ୧,୫୧,୫୭,୪୨୨ ଟଙ୍କା, ନୂତନ ଧାରା ୩୦(୧) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୦୦% ହାରରେ ସାନ୍ତ୍ୱନାମୂଳକ କ୍ଷତିପୂରଣ ୧,୫୧,୫୭,୪୨୨ ଟଙ୍କା, ଧାରା ୩୦(୩) ଅନୁଯାୟୀ ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ୨ ବର୍ଷ ପାଇଁ ୨୬,୧୨,୧୧୬ ଟଙ୍କା, ସରକାରୀ ରାଜସ୍ବର ପୁଞ୍ଜୀକୃତ ମୂଲ୍ୟ ୮,୬୫୧ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନର ଖର୍ଚ୍ଚ ଶତକଡ଼ା ୨୦% ୬୫,୮୫,୩୯୨ ଟଙ୍କା, ପୁର୍ନବାସ ଓ ଥଇଥାନ ପାଇଁ ୨୩,୮୩,୫୯୦ ଟଙ୍କା ଅଟକଳ ହୋଇଛି। ଏହି ଅଟକଳ ପରିମାଣକୁ ବୌଦ୍ଧ ଜିଲାପାଳ ମଞ୍ଜୁର କରିଛନ୍ତି।
ନୟାଗଡ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ଦୁର୍ଗାପ୍ରସାଦ ମୌଜାରେ ୫.୬୧୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିଷ୍ପତ୍ତି ହୋଇଛି। ଏଥିପାଇଁ ୭୪,୨୫,୨୦୨ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୋଟ ଜମିର ମୂଲ୍ୟ ୨୭,୫୪,୯୭୨ ଟଙ୍କା ରଖାଯାଇଥିବାବେଳେ ଧାରା ୨୯(୨) ଅନୁଯାୟୀ ବୃକ୍ଷ ବାବଦକୁ ୬୩,୦୯୧ ଟଙ୍କା, ଶତକଡ଼ା ୧୦୦% ସାନ୍ତ୍ୱନାମୂଳକ କ୍ଷତିପୂରଣ ୨୮,୧୮,୦୬୩ ଟଙ୍କା, ଧାରା ୩୦(୩) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୨% ଅତିରକ୍ତ କ୍ଷତିପୂରଣ ୨ ବର୍ଷ ପାଇଁ ୫,୫୦,୯୯୪ ଟଙ୍କା, ସରକାରୀ ରାଜସ୍ବର ପୁଞ୍ଜୀକୃତ ମୂଲ୍ୟ ୬୫୮ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନ ଖର୍ଚ୍ଚ ଶତକଡ଼ା ୨୦% ହିସାବରେ ୧୨,୩୭,୪୨୪ ଟଙ୍କା ଅଟକଳ ହୋଇଛି। ଏହି ଅଟକଳ ପରିମାଣକୁ ନୟାଗଡ଼ ଜିଲାପାଳ ମଞ୍ଜୁର କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ନୟାଗଡ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ବୁଗୁଡା କଲୋନୀ ମୌଜାରେ ୧୧ ଏକର ଜମି ପାଇଁ ୧,୨୫,୯୭,୮୯୧ ଟଙ୍କା ଅଟକଳ ହୋଇଛି। ଏଥିରେ ମୋଟ ଜମିର କ୍ଷତ୍ରଫଳ ଅନୁଯାୟୀ ୪୪,୭୨,୧୬୦ ଟଙ୍କା ସହ ଧାରା ୨୯(୨) ଅନୁଯାୟୀ ଗୃହ, କୂପ, ବୃକ୍ଷ, ଫଳନ୍ତି ଶସ୍ୟ ବାବଦକୁ ୪୮,୦୧,୪୪୭ ଟଙ୍କା, ନୂତନ ଧାରା ୩୦(୧) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୦୦% ସାନ୍ତ୍ୱନାମୂଳକ କ୍ଷତିପୂରଣ ଭାବେ ୪୮,୦୧,୪୪୭ ଟଙ୍କା, ଧାରା ୩୦(୩) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ବାବଦକୁ ୮,୯୪,୪୩୨ ଟଙ୍କା, ରାଜସ୍ବ ପୁଞ୍ଜୀକୃତ ମୂଲ୍ୟ ୧,୧୦୦ ଟଙ୍କା, ଶତକଡ଼ା ୨୦% ଯୁଚ୍ଛ ପ୍ରତିଷ୍ଠାନ ଖର୍ଚ୍ଚ ବାବଦକୁ ୨୦,୯୯,୪୬୫ ଟଙ୍କା ରଖାଯାଇଛି।
ନୟାଗଡ଼ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ଦୁରୁକିପାଜୁ ମୌଜାରେ ୩.୯୦୦ ଏକର ଜମି ପାଇଁ ୬୦,୩୪,୫୭୬ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୋଟ କ୍ଷେତ୍ରଫଳ ଜମିର ମୂଲ୍ୟ ୨୨,୯୯,୦୯୬ ଟଙ୍କା ସମେତ ଧାରା ୨୯(୧) ଅନୁଯାୟୀ ବୃକ୍ଷ ପାଇଁ ୧୮,୦୫୪ ଟଙ୍କା, ନୂତନ ଧାରା ୩୦(୧) ଅନୁସାରେ ଶତକଡ଼ା ୧୦୦% ହାରରେ ସାନ୍ତ୍ୱନାମୂଳକ କ୍ଷତିପୂରଣ ୨୩,୧୭,୧୫୦ ଟଙ୍କା, ଉପରୋକ୍ତ ମୋଟ ମୂଲ୍ୟ ଉପରେ ଧାରା ୩୦(୩) ଅନୁସାରେ ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ବାବଦକୁ ୩,୯୪,୧୩୦ ଟଙ୍କା, ରାଜସ୍ବର ପୁଞ୍ଜିକୃତ ମୂଲ୍ୟ ୪୫୮ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନର ଖର୍ଚ୍ଚ ଶତକଡ଼ା ୨୦% ହାରରେ ୧୦,୦୫,୬୮୬ ଟଙ୍କା ଅଟକଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri