କୋରାପୁଟରେ ପ୍ରଥମେ ଟିକା ନେଲେ ସଫେଇ କର୍ମଚାରୀ ପଦ୍ମନ

କୋରାପୁଟ,୧୬/୧(ସ୍ବ.ପ୍ର) କୋରନା ବିରୋଧରେ ବିଶ୍ୱରେ ଆରମ୍ଭ ହୋଇଛି ସର୍ବ ବୃହତ ଲଢେଇ । ହାରିବ କୋରନା, ଜିତିବ ଜୀବନର ଲକ୍ଷ୍ୟ ନେଇ ଶନିବାରଠାରୁ ସାରା ଦେଶରେ ପ୍ରାଥମିକ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣର ଶୁଭାରମ୍ଭ କରିବା ପରେ ଜିଲାର ସଦର ମହକୁମ୍ମାର ଗାନ୍ଧୀନଗର ନିକଟରେ ଥିବା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ ହୋଇଛି କୋରନା ଟିକାକରଣ । ପ୍ରଥମେ କୋରାପୁଟ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ସଫେଇ କର୍ମଚାରୀ ପଦ୍ମନ ହରିଜନ ପ୍ରଥମେ ଟିକା ନେଇଛନ୍ତି। ଦି୍ବତୀୟରେ ଆଶା କର୍ମୀ ସୁଶିଳା ଦାସ ଏବଂ ତୃତୀୟରେ ଅଙ୍ଗନବାଡି କର୍ମୀ ଲଳିତା ସୁନାନୀ ଟିକା ନେଇଛନ୍ତି। ଟିକାନେବା ପରେ ସମସ୍ତେ ସୁସ୍ଥ ରହିଥିବା ଜଣାପଡ଼ିଛି। ଏହି କେନ୍ଦ୍ରରେ ଶନିବାର ୧୦୦ ଜଣଙ୍କୁ ଟିକା ଦେବାର ରହିଛି। ଯଦି ଉପରୋକ୍ତ ୧୦୦ ଜଣରୁ କିଏ ଅନୁପସ୍ଥିତ ରୁହନ୍ତି ତେବେ ବଳକା ୨୫ ଜଣଙ୍କୁ ଦିଆଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ଶନିବାର ସ୍ଥାନୀୟ ଗାନ୍ଧୀନଗରସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଜିଲାପାଳ ମଧୁସୁଧନ ମିଶ୍ର, ସିଡିଏମ୍‌ଓ ଡାକ୍ତର ମକରନ୍ଦ ବେଉରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, କୋରାପୁଟ ମ୍ୟୁନିସପାଲଟିର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଶନିବାର ଜିଲାର କୋରାପୁଟ ମେଡିକାଲ କଲେଜ, ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିସତ୍ାଳୟ, ବୋରିଗୁମ୍ମା ଓ ମାଥାଲପୁଟ ସିଏଚ୍‌ସି ଆଦି ଅନ୍ୟ ୪ଟି ସ୍ଥାନରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ବର୍ତ୍ତମାନ ଜିଲାକୁ ୮ ହଜାର ୩୦୦ କୋଭିସିଲ୍‌ଡ ଟିକା ଆସିଥିବାବେଳେ ଆସନ୍ତା ଫେବୃଆରୀ ୧ ସୁଧା ସମସ୍ତ ଟିକା ସ୍ବାସ୍ଥ୍ୟକର୍ମଚାରୀ ଓ ଅଙ୍ଗନବାଡି କର୍ମୀଙ୍କୁ ଦିଆଯିବ ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ସୌରମଣ୍ଡଳ ବାହାରେ ଚନ୍ଦ୍ର: ପ୍ରଥମ ଥର ପାଇଁ ମିଳିଲା ସମ୍ଭାବ୍ୟ ବାହ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ

ନୂଆଦିଲ୍ଲୀ,୨୬ା୭(ପି.ଟି.): ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ସୌରମଣ୍ଡଳ ବାହାରେ ସମ୍ଭାବ୍ୟ ଚନ୍ଦ୍ର ‘ଏକ୍ସୋମୁନ୍‌’ର ସନ୍ଧାନ ପାଇଛନ୍ତି। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ଗବେଷଣା ତଥ୍ୟରୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପୁରୀରେ ଆଜି ଅତି ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୨୬ା୭(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

୩ ବର୍ଷ ପାଇଁ ଏଚ୍‌-୧ବି ଭିଜା ବନ୍ଦ ଲାଗି ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ୱାଶିଂଟନ,୨୬ା୭: ଆମେରିକା ସିନେଟ୍‌ରେ ଏକ ନୂଆ ବିଧେୟକ ଆସିଛି। ଏହି ବିଲ୍‌ ଅନୁଯାୟୀ ଆଗାମୀ ୩ବର୍ଷ ପାଇଁ ନୂତନ ଏଚ୍‌-୧ବି ଭିଜା ସେବା ବନ୍ଦ ରଖିବାକୁ ଏବଂ…

ସିଏମ୍‌ଓରୁ ଫାଇଲ ଚୋରି ଘଟଣା: ବିଦେଶରେ ଥିବାରୁ ଥାନାରେ ହାଜର ହେଲେନି ପାଣ୍ଡିଆନ

ଭୁବନେଶ୍ୱର,୨୬ା୭(ତ୍ରିନାଥ ମହାନ୍ତି): ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର କମିଶନ ଫାଇଲ୍‌ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯିବା ଘଟଣାରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ, ରାଜ୍ୟ ରାଜନୀତିରେ ଚହଳ!

ଭୁବନେଶ୍ୱର,୨୬।୭ (ସୁନିତ୍‌ ମିଶ୍ର) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ…

ଇସ୍ତଫା ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୬ା୭ (ପି.ଟି.) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri