କୋରାପୁଟରେ ପ୍ରଥମେ ଟିକା ନେଲେ ସଫେଇ କର୍ମଚାରୀ ପଦ୍ମନ

କୋରାପୁଟ,୧୬/୧(ସ୍ବ.ପ୍ର) କୋରନା ବିରୋଧରେ ବିଶ୍ୱରେ ଆରମ୍ଭ ହୋଇଛି ସର୍ବ ବୃହତ ଲଢେଇ । ହାରିବ କୋରନା, ଜିତିବ ଜୀବନର ଲକ୍ଷ୍ୟ ନେଇ ଶନିବାରଠାରୁ ସାରା ଦେଶରେ ପ୍ରାଥମିକ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣର ଶୁଭାରମ୍ଭ କରିବା ପରେ ଜିଲାର ସଦର ମହକୁମ୍ମାର ଗାନ୍ଧୀନଗର ନିକଟରେ ଥିବା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ ହୋଇଛି କୋରନା ଟିକାକରଣ । ପ୍ରଥମେ କୋରାପୁଟ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ସଫେଇ କର୍ମଚାରୀ ପଦ୍ମନ ହରିଜନ ପ୍ରଥମେ ଟିକା ନେଇଛନ୍ତି। ଦି୍ବତୀୟରେ ଆଶା କର୍ମୀ ସୁଶିଳା ଦାସ ଏବଂ ତୃତୀୟରେ ଅଙ୍ଗନବାଡି କର୍ମୀ ଲଳିତା ସୁନାନୀ ଟିକା ନେଇଛନ୍ତି। ଟିକାନେବା ପରେ ସମସ୍ତେ ସୁସ୍ଥ ରହିଥିବା ଜଣାପଡ଼ିଛି। ଏହି କେନ୍ଦ୍ରରେ ଶନିବାର ୧୦୦ ଜଣଙ୍କୁ ଟିକା ଦେବାର ରହିଛି। ଯଦି ଉପରୋକ୍ତ ୧୦୦ ଜଣରୁ କିଏ ଅନୁପସ୍ଥିତ ରୁହନ୍ତି ତେବେ ବଳକା ୨୫ ଜଣଙ୍କୁ ଦିଆଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ଶନିବାର ସ୍ଥାନୀୟ ଗାନ୍ଧୀନଗରସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଜିଲାପାଳ ମଧୁସୁଧନ ମିଶ୍ର, ସିଡିଏମ୍‌ଓ ଡାକ୍ତର ମକରନ୍ଦ ବେଉରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, କୋରାପୁଟ ମ୍ୟୁନିସପାଲଟିର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଶନିବାର ଜିଲାର କୋରାପୁଟ ମେଡିକାଲ କଲେଜ, ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିସତ୍ାଳୟ, ବୋରିଗୁମ୍ମା ଓ ମାଥାଲପୁଟ ସିଏଚ୍‌ସି ଆଦି ଅନ୍ୟ ୪ଟି ସ୍ଥାନରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ବର୍ତ୍ତମାନ ଜିଲାକୁ ୮ ହଜାର ୩୦୦ କୋଭିସିଲ୍‌ଡ ଟିକା ଆସିଥିବାବେଳେ ଆସନ୍ତା ଫେବୃଆରୀ ୧ ସୁଧା ସମସ୍ତ ଟିକା ସ୍ବାସ୍ଥ୍ୟକର୍ମଚାରୀ ଓ ଅଙ୍ଗନବାଡି କର୍ମୀଙ୍କୁ ଦିଆଯିବ ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ ହେବାରୁ ନିର୍ଯାତନା ପରେ ହତ୍ୟା

ଗୋପାଳପୁର,୨୭ା୬: ମହିଳାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ଗୋପାଳପୁର ପୋଲିସ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଗୋଳାବନ୍ଧ ସ୍ଥିତ...

୨ ବର୍ଷ ହେବ ପିଲାଙ୍କ ପାର୍କ କାର୍ଯ୍ୟକ୍ଷମ ହେଉନି

ଜଗତ୍‌ସିଂହପୁର ଅଫିସ, ୧୭ା୯: ଉତ୍ତମ ସ୍ବାସ୍ଥ୍ୟ ଏବଂ ଭଲରେ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ହାପି ଓଡ଼ିଶା ହେଲ୍‌ଦି ଓଡ଼ିଶା ତଥା ସହରାଞ୍ଚଳ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ...

‘ଅମ୍ଫନ୍‌’କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ)/ଚାନ୍ଦବାଲି/ଭଦ୍ରକ ଅଫିସ, (ଡି.ଏନ୍‌.ଏ.)/ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.): ବାତ୍ୟା ‘ଅମ୍ଫନ୍‌’ର କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ୪ଟି ଜିଲା...

ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ସଫଳ ହୋଇଛି। ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ଯେଉଁମାନେ ବର୍ତ୍ତମାନ ପ୍ଲାଜମା...

ପ୍ରଧାନମନ୍ତ୍ରୀ ଫସଲ ବୀମା ଦଲାଲଙ୍କୁ ଗିରଫ ନିର୍ଦ୍ଦେଶ

ଛତ୍ରପୁର,୨୫।୬(ଡି.ଏନ.ଏ) – ଗଞ୍ଜାାମ ଜିଲାର କେତେକ ଅଞ୍ଚଳରେ ଖଳ ପ୍ରକୃତିର ଲୋକ ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଦଲାଲଗିରି କରି ଚାଷୀ ମାନଙ୍କୁ ମିଥ୍ୟା ବୀମା...

ଯୁବ ବିଜେଡିର ସାଙ୍ଗଠନିକ ପୁନର୍ଗଠନ

ଭୁବନେଶ୍ବର, ୨୦ା୮(ବ୍ୟୁରୋ): ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ବିଭିନ୍ନ ପଦ ପଦବୀରେ ବହୁ ନେତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ତଥା...

କୋଟିଆ ବିବାଦ: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ପରାମର୍ଶ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର,୪।୩(ବ୍ୟୁରୋ): କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ରାଜ୍ୟ ସରକାର...

ସରକାର ଶୁଣିଲେନି, ନିଜଖର୍ଚ୍ଚରେ ତାମିଲନାଡୁରୁ ଫେରୁଛନ୍ତି ୪୫ ଶ୍ରମିକ

ସୋନପୁର,୧୭।୫(ନି.ପ୍ର.)-ଲକ୍‌ଡାଉନ୍‌ ଯୋଗୁଁ ତାମିଲନାଡୁର ନାମକୋଲରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୪୫ ଜଣ ଶ୍ରମିକ ଘରକୁ ପେରୁଛନ୍ତି। ଶନିବାର ରାତିରେ ଅନ୍ୟ ଜିଲାର ଓଡିଆ ଶ୍ରମିକଙ୍କ...

Advertisement
Archives

Model This Week