କନ୍ଧମାଳରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ (ଡି.ଏନ୍‌.ଏ.),୧୯।୫: କିଛି ଦିନର ନିରବତା ପରେ କନ୍ଧମାଳ ଜିଲାରେ ମାଓବାଦୀ ସଙ୍ଗଠନ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି। ଜିଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ, ଖମଣଖୋଲ, ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼, ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀ ସଙ୍ଗଠନ ପକ୍ଷରୁ ପୋଷ୍ଟର, ବ୍ୟାନର ମରାଯାଇଛି। ମାଓବାଦୀମାନେ ଜିଲାରେ ନୂତନ ମୋବଇଲ ଟାୱାର ନିର୍ମାଣକୁ ବିରୋଧ କରିବା ସହ ମେ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର, ପୋଷ୍ଟର ମାଧ୍ୟମରେ ଆହ୍ବାନ ଦେଇଛନ୍ତି। ମୁକୁନ୍ଦ କହଁର ହତ୍ୟାକାରୀ ପୋଲିସ୍‌ କର୍ମଚାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବା, ଆଗାମୀ ଦିନରେ ପୋଲିସ୍‌ ଓ ସିଆରପିଏଫ୍‌ ଗୁଣ୍ଡାଙ୍କ ଅତ୍ୟାଚାର ଓ ହତ୍ୟା ବିରୋଧରେ ସ୍ଥାନୀୟ ଜନତା ବିଦ୍ରୋହ ଆରମ୍ଭ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଗତ ଫେବୃଆରୀ ମାସରେ ପୋଲିସକୁ ଟାର୍ଗେଟ କରି ଆଇଇଡି ଖଞ୍ଜା ଯାଇଥିଲାା କିନ୍ତୁ ଦୁର୍ଭାଗ୍ୟବଶଃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଘଟଣା ପାଇଁ ଆମେ ଜନତାଙ୍କୁ ଓ ମୃତକଙ୍କ ପରିବାରକୁ କ୍ଷମା ମାଗୁଛୁ। ଏହି ଘଟଣା ପାଇଁ ପୋଲିସ ଦାୟୀ ବୋଲି ଉଲ୍ଲେଖ ରହିଛି। ପୋଷ୍ଟର ତଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଲେଖାଯାଇଛି ା ଗୋଚ୍ଛାପଡା ଥାନା ପକାରୀ ଅଞ୍ଚଳରେ ମାଓବାଦୀମାନେ ଜଣଙ୍କୁ ମାରିଥିବା ଶୁଣିବାକୁ ମିଳୁଛି ା ଏହି ଘଟଣାର ସତ୍ୟାସତ୍ୟ ଜଣାପଡି ନ ଥିବା ବେଳେ ପୋଲିସ ପାଖରେ ମଧ୍ୟ ଏ ନେଇ କିଛି ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

ଜୀବିକା ଆଗରେ ଫିକା ପଡ଼ିଛି ହାଡ଼ଭଙ୍ଗା ଶୀତ, ପନିପରିବା ଧରି ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଲାଗି ରହିଛି ହାଡ଼ଭଙ୍ଗା ଶୀତ। କିଛିଦିନ ଧରି କ୍ରମାଗତ ତାପମାତ୍ରା କମ୍‌ ରହିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।...

ଶୀତ ଲହରି ଜାରି, ଗାଡ଼ି ଚଳାଚଳରେ ବାଧକ ସାଜିଛି କୁହୁଡ଼ି

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଲହରି ଜାରି ରହିଛି। ଶୁକ୍ରବାର ତାପମାତ୍ରା ୬.୫ ଡିଗ୍ରୀ ରହିଛି। ତେବେ କୁହୁଡି ଯୋଗୁ ଶୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri