ଅଳ୍ପ ଦିନରେ ବିଗ୍‌ବସ୍‌ରୁ ୨ କୋଟି ୨୫ ଲକ୍ଷ ଟଙ୍କା କମାଇଥିଲେ ଏହି ଅଭିନେତ୍ରୀ

ବିଗ ବସ୍‌ ସିଜନ ୯ର ପ୍ରତିଯୋଗୀ ବଲିଉଡ ଅଭିନେତ୍ରୀ ରିମି ସେନ୍‌ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୋ’ରେ ତାଙ୍କର ପ୍ରବେଶକୁ ନେଇ ଅନେକ ଖୁଲାସା କରିଛନ୍ତି। ୫୦ ଦିନ ଧରି ବିଗ ବସ୍‌ ଘରକୁ ଯାତ୍ରା କରିଥିବା ଏହି ଅଭିନେତ୍ରୀ ଜଣାଇଛନ୍ତି ଯେ, ସେ ଶୋ’କୁ ଯିବାକୁ କାହିଁକି ରାଜି ହୋଇଥିଲେ? ସେ ସମୟରେ ହୋଷ୍ଟ ସଲମାନ ଖାନ ଅନେକ ଥର କହିଥିଲେ, ରିମିଙ୍କର ଏହି ଶୋ ଏବଂ ଗେମ୍‌ ପ୍ରତି କୌଣସି ବିଶେଷ ଆଗ୍ରହ ନ ଥିଲା । ତାଙ୍କର ପ୍ରଦର୍ଶନ ଏତେ ବିଶେଷ ଭଲ ନଥିଲା ଯେ ସେ ଟ୍ରଫି ଯର୍ପ୍ୟନ୍ତ ପହଞ୍ଚି ପାରିବେ। ଏଭଳି ପରିସ୍ଥିତିରେ ସେ ନିଜେ ପ୍ରକାଶ କରିଛନ୍ତି ଯେ, ସେ କାହିଁକି ବିଗ ବସ୍‌ ଯିବାକୁ ନିଷ୍ପତ୍ତି ନେଇଥିଲେ।
ରିମି ତାଙ୍କର ଏକ ସାକ୍ଷାତକାରରେ ଅନେକ କିଛି କହିଛନ୍ତି। ବିଗ ବସ୍‌ର ଅଂଶ ହୋଇଥିବାରୁ ଅନୁତାପ କରୁଛନ୍ତି କି? ଏପରି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଏହି ଶୋ ତାଙ୍କ ଆଖି ଖୋଲି ଦେଇଥିଲା। ଶୋ’ର ଅଂଶ ହେବା ପରେ ମୋର କୌଣସି ଦୁଃଖ ନାହିଁ, କାରଣ ନିର୍ମାତାମାନେ ମୋତେ ୫୦ ଦିନ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଶୋ’କୁ ଯିବାର ମୋର ପ୍ରଥମ ଉଦ୍ଦେଶ୍ୟ ଥିଲା ଟଙ୍କା। ମୁଁ କେବଳ ଏଥିପାଇଁ ରାଜି ହେଲି। କାରଣ ଶୋ ମୋତେ ପ୍ରଚୁର ପରିମାଣର ଟଙ୍କା ଦେଇଥିଲା। ଏତେ କମ ସମୟ ମଧ୍ୟରେ କେହି ଏତେ ଟଙ୍କା ଦିଅନ୍ତି ନାହିଁ । ଆହୁରି ମଧ୍ୟ ସେ କହିଛନ୍ତି, ଏଥି ସହ ଅନେକ କାରଣ ଅଛି ଯେଉଁଥିପାଇଁ ମୁଁ ଶୋ’କୁ ଯାଇଥିଲି। ମୁଁ ମଧ୍ୟ ନିଜକୁ ପରୀକ୍ଷା କରିବାକୁ ଚାହୁଁଥିଲି। ମୁଁ ଦେଖିବାକୁ ଚାହୁଁଥିଲି ଯେ, ମୁଁ କିପରି ଏକ କଠିନ ପରିସ୍ଥିତିରେ ନିଜକୁ ପରିଚାଳନା କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ମହେଶ-ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ‘ ଗଙ୍ଗୁବାଇ କାଠିଆୱାଡି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ୧୦୦ କୋଟି କ୍ଲବ୍‌...

ଭାବପ୍ରବଣ ସୁନୀଲ

ସୁନୀଲ ଦତ୍ତ। ହିନ୍ଦୀ ସିନେମା ଜଗତର ଅନ୍ୟତମ ବର୍ଷୀୟାନ ଅଭିନେତା। ବେଶ୍‌ କେତୋଟି ହିଟ୍‌ ଫିଲ୍ମରେ ତାଙ୍କର ଡକାୟତ ଭୂମିକା ଏବେ ମଧ୍ୟ ଅନେକଙ୍କ ମନରେ...

ଶାହାରୁଖ୍‌ଙ୍କଠାରୁ ଅଧିକ ରୋମାଣ୍ଟିକ ପୁଅ ଆର୍ୟନ୍‌

ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଆଜି ଅର୍ଥାତ୍‌ ବୁଧବାର ୨୨ତମ ଜନ୍ମଦିବସ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ବିଷୟରେ କିଛି କଥା ଜାଣିନେବା ଆସନ୍ତୁ। ଆର୍ୟନ୍‌...

ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ...

‘କ୍ୱାଥା’ରେ ଅଭିନୟ କରିବେ ଇସାବେଲ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫଙ୍କ ଭଉଣୀ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବେ। ତାଙ୍କ ସହ ଅଭିନୟ କରିବେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ...

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ପୋଷ୍ଟର, କିନ୍ନର ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ...

ପ୍ରିୟଙ୍କାଙ୍କୁ ନେଇ ଏମିତି କହିଲେ ରାମଚରଣ

ମୁମ୍ବାଇ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମଚରଣଙ୍କ ଅଭିନୀତ ଫିଲ୍ମ‘ଆର୍‌ଆର୍‌ଆର’ଏବେ ଚର୍ଚ୍ଚାରେ। ଏହି ଫିଲ୍ମରେ ରାମ୍‌ ଚରଣ ଅଲୁ ସୀତାରାମ ରାଜୁ (RRR ରେ ରାମ ଚରଣ)...

ସାଉଥ୍‌ ସୁନ୍ଦରୀ କରୋନା ପଜିଟିଭ୍‌

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ କିିର୍ତୀ ସୁରେଶ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଅଛି...

Advertisement
Archives

Model This Week