୪ ହଜାର ଟଙ୍କାର ବାଲିକୁ ୫୦ ହଜାର

ଜଗତ୍‌ସିଂହପୁର ଅଫିସ୍‌, ୨୦ା୧୨: ଜଗତ୍‌ସିଂହପୁର ଜିଲାରେ ବାଲି ସଇରାତ ହାତେଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସଦ୍ୟ କେତୋଟି ସଇରାତ ନିଲାମ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି। ବଡ଼ କଥା ହେଲା ଗତବର୍ଷ ଯେଉଁ ସଇରାତରୁ ବାଲି ଉଠାଇବା ପାଇଁ ଘନମିଟର ପ୍ରତି ୨୬୭ ଟଙ୍କା ଥିଲା, ତାହା ଏବେ ୩,୫୨୫ ଟଙ୍କାରେ ପହଞ୍ଚତ୍ଛି। ଗୋଟିଏ ହାଇଓ୍ବା ପ୍ରାୟ ୧୪ ଘନମିଟର ବାଲି ବୋଝେଇ କରି ନିଏ। ଏହାକୁ ହିସାବ କଲେ ପୂର୍ବରୁ ହାଇୱା ପ୍ରତି ଦର ପାଖାପାଖି ୪,୦୦୦ ଟଙ୍କା ଥିବାବେଳେ ଏଣିକି ତାହା ପ୍ରାୟ ୫୦,୦୦୦ ଟଙ୍କା ହୋଇଯାଉଛି। ଏହାଦ୍ୱାରା ସରକାର ଭଲ ରାଜସ୍ବ ପାଇବା ଆଶା କରାଯାଉଛି। କିନ୍ତୁ ଦିବାଲୋକରେ ସଇରାତରୁ ବାଲି ଚୋରାଚାଲାଣ ହେବା ଏବଂ ସରକାର ଏନେଇ ବିପୁଳ ରାଜସ୍ବ କ୍ଷତି ସହିବା ଆଶଙ୍କା ରହିଥିବା ନେଇ ଚର୍ଚ୍ଚା ହେଉଛି। ଏପରି କି ସରକାରୀ ଅଧିକାରୀମାନେ ଏ ବିଷୟରେ ଭଲ ଭାବେ ଅବଗତ ଥାଇ ମଧ୍ୟ ବ୍ୟବସ୍ଥାର ଆଳ ଦେଖାଇ ଚୁପ୍‌ ରହୁଥିବା ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ନାଉଗଁା ତହସିଲ ଅନ୍ତର୍ଗତ ଦେବୀ ନଦୀର ଏରଡ଼ା, ଶିଖର, ବଛାଳୋ, ଅରଖକୁଦ, ଗଳଧାରୀ ଓ ଅଲଣା-୨ ବାଲି ସଇରାତ ନିଲାମ ନିକଟରେ ଶେଷ ହୋଇଛି। କେତେକ କାରଣରୁ ପୋକାମୂଳା ଦେବୀ ନଦୀ ବାଲି ସଇରାତ ନିଲାମକୁ ବାତିଲ କରିଦିଆଯାଇଛି। ଏରଡ଼ା ବାଲି ସଇରାତ ନିଲାମ ନେଇଛନ୍ତି ଦେବୀଦତ୍ତ ମହାନ୍ତି। ସେ ଏହି ସଇରାତରୁ ବାଲି ଉତ୍ତୋଳନ ପାଇଁ ଘନମିଟର ପ୍ରତି ସର୍ବାଧିକ ୩,୫୨୫ ଟଙ୍କା ଟେଣ୍ଡର ପକାଇଥିଲେ। ସିକ୍ୟୁରିଟି, ଆଇଟି, ଇଏମ୍‌ଏଫ୍‌, ଡିଏମ୍‌ଏଫ୍‌ ଓ ଅତିରିକ୍ତ ଚାର୍ଜ ବାବଦ ଟଙ୍କା ଜମା କରିସାରିଲେ ସଇରାତ ଚଳାଇବା ପାଇଁ ସେ ଅନୁମତି ପାଇବେ।

୨୦୧୫-୧୬ରେ ଏହି ସଇରାତରୁ ବାର୍ଷିକ ୩,୦୦୦ ଘନମିଟର ବାଲି ଉଠାଇବା ପାଇଁ ଅନୁମତି ଥିବାବେଳେ ପ୍ରତି ଘନମିଟର ଦର ୨୬୭ ଟଙ୍କା ଥିଲା। ୨୦୨୦-୨୧ ନିଲାମରେ ବାର୍ଷିକ ୧୪,୫୬୯ ଘନମିଟର ବାଲି ଉଠାଇବା ଅନୁମତି ଥିବାବେଳେ ପ୍ରତି ଘନମିଟର ଦର ୩,୫୨୫ ଟଙ୍କା ଚୂଡାନ୍ତ ହୋଇଛି। ସଇରାତରୁ ଗୋଟିଏ ୪୦୭ ଗାଡ଼ିରେ ୪, ହାଇୱାରେ ୧୪, ଟ୍ରକ୍‌ରେ ୬ ଓ ଟ୍ରାକ୍ଟରରେ ୨.୫ ଘନମିଟର ବାଲି ଯିବା ବ୍ୟବସ୍ଥା ରହିଛି। ଏସବୁକୁ ହିସାବ କଲେ ଉକ୍ତ ସଇରାତରୁ ବାଲି ଉଠିଲେ ହାଇୱା ପ୍ରତି ସର୍ବନିମ୍ନ ୪୯,୩୫୦ ଟଙ୍କା ସହ ଅନ୍ୟାନ୍ୟ ଦେୟ ମିଶିଲେ ପାଖାପାଖି ୫୦ ହଜାର ଟଙ୍କା ପଡିବ। ସେହିପରି ୪୦୭ ପ୍ରତି ସର୍ବନିମ୍ନ ୧୪,୧୦୦, ଟ୍ରକ୍‌ ପ୍ରତି ୨୧,୧୫୦ ଓ ଟ୍ରାକ୍ଟର ପ୍ରତି ୮,୮୧୨ ଟଙ୍କା ସହ ଅନ୍ୟାନ୍ୟ ଦେୟ ଦେବାକୁ ହେବ। ଏହି ପ୍ରସଙ୍ଗ ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି। କାରଣ କେହି ଘର ନିର୍ମାଣ ପାଇଁ ଏହି ସଇରାତରୁ ବାଲି କିଣିବାକୁ ଚାହିଁଲେ ହାଇୱା ପ୍ରତି ୫୦,୦୦୦ ଟଙ୍କା ଦେବା ଏକପ୍ରକାର ଅସମ୍ଭବ ହୋଇପଡିଛି। ତେଣୁ ଦୂର ହେଲେ ବି ଲୋକେ କମ୍‌ ଦାମରେ ଯେଉଁଠୁ ବାଲି ମିଳିବ ସେଠାରୁ କିଣିବାକୁ ଚାହିଁବେ। ଅନ୍ୟପକ୍ଷରେ ବାଲି ଦର ଯୋଗୁ ସରକାରୀ କାମ ମଧ୍ୟ ଅନେକାଂଶରେ ନିମ୍ନମାନର ହେବା ଆଶଙ୍କା ସୃଷ୍ଟି ହୋଇଛି।

ନାଉଗଁା ତହସିଲ ଅନ୍ତର୍ଗତ ଅନ୍ୟ ସଇରାତ କଥା ଆଲୋଚନା ଭିତରକୁ ଅଣାଗଲେ ବାଲି ଦରରେ ବହୁ ପାର୍ଥକ୍ୟ ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଶିଖର ବାଲି ସଇରାତକୁ ନିଲାମ ନେଇଛନ୍ତି ତ୍ରିନୟନ ରଥ। ସେ ଏହି ସଇରାତରୁ ପ୍ରତି ଘନମିଟର ବାଲି ଉତ୍ତୋଳନ ପାଇଁ ସର୍ବାଧିକ ୧୩୦୦ ଟଙ୍କାରେ ଟେଣ୍ଡର ପକାଇ ସଫଳ ହୋଇଛନ୍ତି। ୨୦୧୫-୧୬ରେ ଏହି ସଇରାତରୁ ବାର୍ଷିକ ୧୩,୫୦୦ ଘନମିଟର ବାଲି ଉଠାଇବା ପାଇଁ ଅନୁମତି ଥିବାବେଳେ ପ୍ରତି ଘନମିଟର ଦର ୯୦ ଟଙ୍କା ଥିଲା। ସେହିପରି ବଛାଳୋ ସଇରାତରୁ ୧ ଘନମିଟର ବାଲି ଉଠାଇବା ପାଇଁ ୨୫୫୫ ଟଙ୍କା ଦରରେ ଦେବାଶିଷ ମହାରଣା ନିଲାମ ପାଇଛନ୍ତି। ଗଳଧାରୀ ସଇରାତରୁ ବାଲି ଉଠାଇବା ପାଇଁ ଘନମିଟର ପ୍ରତି ୨,୫୨୫ ଟଙ୍କାରେ ଅକ୍ଷୟ କୁମାର ମହାନ୍ତି ନିଲାମ ପାଇଛନ୍ତି। ଅରଖକୁଦ ବାଲି ସଇରାତକୁ ଶକୁନ୍ତଳା କାବୁ ଘନମିଟର ପିଛା ୮୩୩ ଟଙ୍କା ଦରରେ ନିଲାମ ନେଇଛନ୍ତି। ଅଲଣା-୨ ସଇରାତକୁ ଦେବୀ ପ୍ରସାଦ ତ୍ରିପାଠୀ ୧ ଘନମିଟର ବାଲି ପିଛା ୮୬୫ ଟଙ୍କା ମୂଲ୍ୟରେ ନିଲାମ ନେଇଥିବା ଜଣାପଡ଼ିଛି।
ତିର୍ତ୍ତୋଲ ତହସିଲ ଅଧୀନ ୧୦ ବାଲି ସଇରାତ ମଧ୍ୟରୁ ୩ଟିର ନିଲାମ ସରିଛି। ସେଥିମଧ୍ୟରୁ ମହାନଦୀର ଓଳଗଦା ଓ ପୋସ୍ତଳ ବାଲି ସଇରାତ ନିଲାମ ପ୍ରକ୍ରିୟା ଚାଲିଥିବାବେଳେ ୫ଟିର ଅବଧି ସରିନି। ପ୍ରତି ଘନମିଟର ପିଛା ବାଲି ମୂଲ୍ୟ ଆଧାରରେ ନୂଆ କୃଷ୍ଣାନନ୍ଦପୁର-ପାଇକା ନଦୀ ସଇରାତ ୩୯୪ ଟଙ୍କାରେ, ଆଢାପତି-ପାଇକା ନଦୀ ସଇରାତକୁ ୧୫୯ ଟଙ୍କାରେ ଓ କୃଷ୍ଣାନନ୍ଦପୁର ମହାନଦୀ ସଇରାତ ୧୬୧ ଟଙ୍କାରେ ନିଲାମ ହୋଇଛି। ରଘୁନାଥପୁର ତହସିଲର ୨, ବିରିଡ଼ିର ୫ ଓ ଜଗତ୍‌ସିଂହପୁରର ୩ ଓ କୁଜଙ୍ଗର ୨ଟି ବାଲି ସଇରାତ ନିଲାମ ହୋଇନି।

ଅଧିକ ମୂଲ୍ୟରେ ସଇରାତ ନିଲାମ ସମ୍ପର୍କରେ ଜିଲାପାଳ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଯିଏ ଅଧିକ ଦରରେ ଟେଣ୍ଡର ନେଇଛନ୍ତି ସେ କିପରି ସଇରାତ ଚଳାଇବେ ତାହା ତାଙ୍କର ଦାୟିତ୍ୱ। ସରକାରଙ୍କ ରାଜସ୍ବ ହାନି ହେଉନି। ରାଜସ୍ବ ଦେଇ ନ ପାରିଲେ ସଇରାତ ବନ୍ଦ କରି ଦିଆଯିବ। କିଏ କାହିଁକି ଅଧିକ ଦରରେ ନେଇଛନ୍ତି ତାହା ସେ ଜାଣିଥିବେ ବୋଲି ଜିଲାପାଳ କହିଥିଲେ।

 

– (ପ୍ରମୋଦ ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri