ଏଇ ଭାରତରେ

ସମସ୍ୟା ସମାଧାନ ନ ହେଲେ ସମସ୍ତେ ବିରୋଧ କରନ୍ତି। ଏଥିପାଇଁ କେହି କେହି ଆଇନର ଆଶ୍ରୟ ନିଅନ୍ତି ତ କେହି ଅନୁରୋଧ କରନ୍ତି। ହେଲେ ବେଳେବେଳେ ଲୋକେ ଏଭଳି ଅଜବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରନ୍ତି ଯେ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଠିକ୍‌ ଏମିତି ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଖୋରିଆମୋଦି ଅଞ୍ଚଳର ରାମସେବକ ପାଲ୍‌। ସେ ତାଙ୍କ ବାଇକ୍‌ ସଜାଡିବା ପାଇଁ ଦେଇଥିଲେ। କିନ୍ତୁ ବାରମ୍ବାର କହିବା ପରେ ବି ସମ୍ପୃକ୍ତ ଏଜେନ୍ସି ତାଙ୍କ ବାଇକ୍‌ ସର୍ଭିସିଂ କରିବାରେ ବିଳମ୍ବ କରୁଥିଲା। ଫଳରେ ହତୋତ୍ସାହିତ ହୋଇ ସେ ସର୍ଭିସିଂ ସେଣ୍ଟର ଆଗରେ ବିକ୍ରି ପାଇଁ ନେଇଥିବା କ୍ଷୀରକୁ ନିଜ ଉପରେ ଢାଳି ସେହିଠାରେ ତଳେ ପଡି ରହିଥିଲେ। ସର୍ଭିସିଂ ସେଣ୍ଟରର କର୍ମଚାରୀଙ୍କ ବିରୋଧରେ ତାଙ୍କର ଏଭଳି ବିରୋଧ ପ୍ରଦର୍ଶନକୁ ଦେଖି ସ୍ଥାନୀୟ ଲୋକେ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ବୁଝାଶୁଝା କରିବା ପାଇଁ ବି ଚେଷ୍ଟା କରିଥିଲେ। କିନ୍ତୁ ବାଇକ୍‌ ନ ଥିବାରୁ ସାଇକେଲରେ ବିଭିନ୍ନ ସ୍ଥାନକୁ କ୍ଷୀର ନେଇ ଯିବା ଫଳରେ ତାହା ନଷ୍ଟ ହୋଇଯାଉଥିଲା। ଏଥିପାଇଁ ସେ ବହୁ କ୍ଷତି ସହୁଥିଲେ ବୋଲି କହିଥିଲେ। ଏହି କାରଣରୁ ମର୍ମାହତ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ତାଙ୍କର ଏଭଳି ଢଙ୍ଗରେ ବିରୋଧ ପ୍ରଦର୍ଶନ ସ୍ଥାନୀୟ ଅଞ୍ଚଳରେ ଯେତିକି ଚର୍ଚ୍ଚିତ ହୋଇଛି ତା’ ଠାରୁ ବେଶି ଭାଇରାଲ ହେଉଛି ସୋସିଆଲ ମିଡିଆରେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri