
କୋଲକାତାର ପିଣ୍ଟୁ ପୋହାନ୍ ପାନ ଦୋକାନ କରି ପରିବାର ପ୍ରତିପୋଷଣ ସହ ବହି ଲେଖା ଜାରି ରଖିଛନ୍ତି। ଏବେସୁଦ୍ଧା ସେ ୧୨ଟି ବହି ଲେଖିସାରିଲେଣି। ସବୁ ବହି ବେଙ୍ଗଲୀ ଭାଷାରେ ଲେଖିଛନ୍ତି। ସେ ପାନ ବିକିବା ସହ କମ୍ପ୍ୟୁଟର କ୍ଲାସ ଓ ଲାଙ୍ଗୁଏଜ ଡିପ୍ଲୋମା କୋର୍ସ କରୁଛନ୍ତି ଓ ବହି ଲେଖୁଛନ୍ତି। ପିଣ୍ଟୁଙ୍କ ପାନ ଦୋକାନ ରହିଛି ବେହେଲାରେ। ଲୋକଙ୍କୁ ପାନ ଦେଇସାରି ସାଙ୍ଗେ ସାଙ୍ଗେ ସେ ଲେଖିବା ଆରମ୍ଭ କରିଦିଅନ୍ତି। ବେହେଲାଠାରୁ ଦୁଇ କିଲୋମିଟର ଦୂର ମଦନମୋହନତାଲାରେ ତାଙ୍କ ଜନ୍ମ। ପ୍ରତିକୂଳ ପରିସ୍ଥିତିରେ ସେ ଦଶମରୁ ପାଠରେ ଡୋରି ବାନ୍ଧି ଦେଇଥିଲେ। ପରେ ଏକ ଫ୍ୟାକ୍ଟ୍ରିରେ କାମକରି ଅର୍ଥ ସଞ୍ଚୟ ପରେ ପୁଣି ପାଠପଢ଼ି ବେଙ୍ଗଲୀ ଭାଷାରେ ସ୍ନାନକୋତ୍ତର ଡିଗ୍ରୀ ହାସଲ କରିପାରିଲେ। ପିଣ୍ଟୁ ପଢ଼ିବା ବେଳେ ସ୍କୁଲ ମାଗାଜିନରେ ଲେଖୁଥିଲେ ଏବଂ ସେହି ଆଗ୍ରହ ଏବେ ପାନ ଦୋକାନରେ ଦେଖାଯାଇଛି, ଯେଉଁଠି ବସି ସେ ବହି ଲେଖିବାକୁ ସକ୍ଷମ ହୋଇଛନ୍ତି।