ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ ବେଦାଂଶଙ୍କୁ ସାଙ୍ଗରେ ନେଇ ଭାରତର ୨୬ଟି ରାଜ୍ୟ ଭ୍ରମଣ କରିବା ସହ ୨୧ଟି ଦେଶ ବୁଲି ସାରିଲେଣି। ବେଦାଂଶ ଭଲରେ ଚାଲିପାରନ୍ତି ନାହିଁ କି ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ମଧ୍ୟ ଠିିକ୍‌ ଭାବେ ବିକଶିତ ହୋଇପାରିନାହିଁ। ତଥାପି ମୌସୁମୀ ତାଙ୍କ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ଯାତ୍ରା ଜାରି ରଖିଛନ୍ତି। ବାଇକ୍‌ରେ ୧୫ଟି ଦୁର୍ଗମ ସ୍ଥାନକୁ ଯିବା ସହ ବିଭିନ୍ନ ଦେଶରେ ୧୨ଟି ପାହାଡ଼ ଚଢ଼ି ସାରିଛନ୍ତି। ଲେହ ଲଦାଖକୁ ୧୦ ଦିନିଆ ବାଇକ୍‌ ଯାତ୍ରା ସହ ଅନ୍ୟ କେତୋଟି ଦୁଃସାହସିକ ଯାତ୍ରାରେ ସେ ତାଙ୍କ ଦିବ୍ୟାଙ୍ଗ ପୁତ୍ରକୁ ମଧ୍ୟ ସାଥିରେ ନେଇପାରିଛନ୍ତି। ମୌସୁମୀଙ୍କ ବୟସ ଏବେ ୪୫। ସେ ଦୁଇଟି ପୁତ୍ର ସନ୍ତାନର ଜନନୀ। ତାଙ୍କ ସ୍ବାମୀଙ୍କ ସହ ଦୁବାଇରେ ରହୁଥିଲେ। ପରେ ବଡ଼ ପୁଅ ରୋଗଗ୍ରସ୍ତ ହେବା ପରେ ତା’ ଚିକିତ୍ସା ପାଇଁ ମୁମ୍ବାଇ ଫେରିଆସିଲେ। ଏହି ସମୟରେ ବିଷାଦଗ୍ରସ୍ତ ହୋଇପଡ଼ିଲେ। କିନ୍ତୁ କାଉନସିଲିଂ ପରେ ନିଜକୁ ସୁଧାରି ଆଣି ଜୀବନକୁ ଏକ ଭିନ୍ନ ମାର୍ଗରେ ନେବା ପାଇଁ ସ୍ଥିର କରି ଏଭଳି ଦୁଃସାହସିକ ଯାତ୍ରା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri