ଏଇ ଭାରତରେ

ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ବିଚାରଧାରାକୁ ଆଧାର କରି ପଶ୍ଚମବଙ୍ଗ ମୁର୍ଶିଦାବାଦର ବାଗଡାବ୍ର ଜଙ୍ଗଲ ଏରିଆରେ ଗଛ ତଳେ ଏକ ସ୍କୁଲ ଚାଲିଛି। ଏହାର ପ୍ରତିଷ୍ଠାତା ହେଉଛନ୍ତି ଶାନ୍ତି ନିକେତନର ପୂର୍ବତନ ଛାତ୍ର ଅଂଶୁମାନ ଠାକୁର। ସେ ଏବେ ମୁର୍ଶିଦାବାଦ ଫାରାକ୍କାସ୍ଥିତ ପ୍ରଫେସର ସୟିଦ ନୁରୁଲ ହାସନ କଲେଜରେ ବଙ୍ଗଳା ସାହିତ୍ୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବା ସହ ତା’ ମଧ୍ୟରୁ ସମୟ ବାହାର କରି ସ୍କୁଲ ପରିଚାଳନା କରୁଛନ୍ତି। ପିଲାମାନେ ସରକାରୀ ପାଠ୍ୟକ୍ରମ ସହ ପ୍ରକୃତି, ସଂସ୍କୃତି ଓ ଏଣ୍ଟରପ୍ରିନ୍ୟୁରଶିପ ସମ୍ପର୍କରେ ପଢୁଛନ୍ତି। ପ୍ରଥମେ ୨୦୨୧ରେ ଏହି ସ୍କୁଲ ୫ ଜଣ ପିଲାଙ୍କୁ ନେଇ ଆରମ୍ଭ କରାଯାଇଥିଲା, ଯେଉଁମାନେ କୋଭିଡ୍‌ ସମୟରେ ଅଧାରୁ ପାଠ ଛାଡ଼ି ଦେଇଥିଲେ। ସ୍କୁଲ ଆରମ୍ଭ ହେବାର ସପ୍ତାହକ ସଧ୍ୟରେ ପିଲା ସଂଖ୍ୟା ୨୦ରେ ପହଞ୍ଚିଥିଲା ଏବଂ ଏବେ ଏହା ୧୦୫ରେ ପହଞ୍ଚିଛି । ସ୍କୁଲରେ ୭ ଜଣ ଶିକ୍ଷକ ମଧ୍ୟ ରହିଛନ୍ତି। ଗଛମୂଳେ ଚାଲୁଥିବା ଏହି ସ୍କୁଲର ନାଁ ହେଉଛି ‘ ଅନିର୍ବାଣ ଗଛେର୍‌ ଇସ୍କୁଲ’। ବିଶେଷକରି ନିମ୍ବ ଓ ଆମ୍ବ ଗଛ ମୂଳରେ ପିଲାଙ୍କୁ ପଢ଼ାଯାଉଛି। ପିଲାମାନେ ସକାଳ ୬ଟାରେ ସ୍କୁଲ ଯାଉଛନ୍ତି ଓ ସେଠାରେ ସମାନଙ୍କୁ ଜଳଖିଆ ମଧ୍ୟ ଦିିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri