ଏଇ ଭାରତରେ

ଜୀବନର ମୋଡ଼ ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦିଏ ତାହା କହିବା ମୁସ୍କିଲ। ଯେମିତି ଘଟିଛି ଟ୍ରକ ଡ୍ରାଇଭର ରାଜେଶ ରୱାନୀଙ୍କ କ୍ଷେତ୍ରରେ। ଟ୍ରକ ଚଳାଇ ପରିବାର ପୋଷୁଥିବା ରାଜେଶ ହଠାତ୍‌ କୋଟିପତି ପାଲଟି ଯାଇଛନ୍ତି ତାହା ପୁଣି ଅଜାଣତରେ।
୨୫ ବର୍ଷ ହେବ ଟ୍ରକ୍‌ ଚଳାଉଥିବା ଝାଡ଼ଖଣ୍ଡ ଜାମତାରା ଅଞ୍ଚଳର ରାଜେଶ ବିଭିନ୍ନ ସ୍ଥାନକୁ ଗାଡ଼ି ନେଇ ଯାଆନ୍ତି। ରାଜେଶଙ୍କର ରୋଷେଇ କରିବାର ସୌକ ଥିବାରୁ ସେ କୌଣସି ସ୍ଥାନରେ ବି ହୋଟେଲରୁ କିଣି ଖାଆନ୍ତି ନାହିଁ। ଏକ ସୁନ୍ଦର ସ୍ଥାନ ଦେଖି ସେହିଠାରେ ରୋଷେଇ କରନ୍ତି ଓ ପରିବାର ଲୋକଙ୍କୁ ଜଣାଇବା ପାଇଁ ସେସବୁର ଭିଡିଓ ରୋକର୍ଡିଂ କରି ପଠାନ୍ତି। ତାଙ୍କ ଦୁଇପୁଅ ଏହି ରୋଷେଇ ଭିଡିଓକୁ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପ୍‌ଲୋଡ୍‌ କରନ୍ତି। ଧୀରେ ଧୀରେ ୟୁଟ୍ୟୁବରେ ତାଙ୍କ ଭିଡିଓକୁ ଲୋକେ ପସନ୍ଦ କରିବାରୁ ରାଜେଶଙ୍କୁ ସବୁଦିନ ଭିଡିଓ କରି ପଠାଇବାକୁ ଘରଲୋକ କହିଥିଲେ। ଏହା ସମ୍ଭବ ନ ହେବାରୁ ରାଜେଶଙ୍କ ସହ ତାଙ୍କ ପୁଅ ଯାଇ ବାପାଙ୍କ ରୋଷେଇ ସମୟର ଭିଡିଓ କରି ଅପଲୋଡ୍‌ କରିଥିଲେ। ୟୁଟ୍ୟୁବରେ ଏବେ ତାଙ୍କର ୧.୬୮ ମିଲିଅନ୍‌ ସବ୍‌ସ୍କ୍ରାଇବର ଅଛନ୍ତି। ତେଣୁ ମାସକୁ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି। ଆଗରୁ ସେ କେବଳ ଭଏସ୍‌ ଓଭର ଦେଇ ରେକର୍ଡିଂ କରୁଥିଲେ। ଥରେ ନିଜ ଚେହେରା ଦେଖାଇ ଏକ ଭିଡିଓ କରିବାରୁ ଏହା ଜୋର୍‌ଦାର ଭାଇରାଲ୍‌ ହୋଇଥିଲା ଓ ଗୋଟିଏ ଦିନରେ ସାଢେ ୪ ଲକ୍ଷ ଲୋକେ ଭିଡିଓକୁ ଦେଖିଥିଲେ। ଏବେ ରାଜେଶ ଜଣେ ସଫଳ ୟୁଟ୍ୟୁବର ଭାବେ କୋଟିପତି ପାଲଟି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri