ଗଞ୍ଜାମରେ ୩,୮୬୦ଜଣ ପାଇବେ ଭତ୍ତା

ଛତ୍ରପୁର,୩ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗଞ୍ଜାମ ଜିଲାର ୩,୮୬୦ ଜଣ କଳାକାର ଭତ୍ତା ପାଇବେ। ଏଥିସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଶୁକ୍ରବାର ଅନୁଷ୍ଠିତ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଜିଲାକୁ ପ୍ରାପ୍ତ ହୋଇଥିବା ସଂଖ୍ୟା ଅନୁସାରେ ସମସ୍ତ କଳାକାର ଯେଭଳିି ଭତ୍ତା ପାଇବେ ସେ ନେଇ ତୁରନ୍ତ ରାଜ୍ୟକୁ ତାଲିକା ପ୍ରେରଣ କରିବାକୁ ଜିଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ସଂସ୍କୃତି ଅଧିକାରୀ ଜିତେନ ପରିଡା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ୨୦୧୮ରେ ଗଞ୍ଜାମ ଜିଲାରେ ୩୮୬୦ ଜଣ କଳାକାର ଏହି ଭତ୍ତା ପାଇବା ସକାଶେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲେ। ଯାହାକି ରାଜ୍ୟର ସବୁ ଜିଲାଠାରୁ ସର୍ବାଧିକ । ସେହି ପ୍ରକାରେ ଉକ୍ତ ବର୍ଷ କଳାକାରମାନଙ୍କ ଆବେଦନ ପରେ ଚୟନ କରାଯାଇ ମୋଟ ୧୭୫୬ ଜଣଙ୍କ ନାମ ସୁପାରିଶ ହୋଇଥିଲା ଓ ସେମାନେ କଳାକାର ଭତ୍ତା ପାଇ ଆସୁଥିଲେ। ବଳକା ୨୧୦୪ ଜଣ ଭତ୍ତା ନେବାକୁ ଥିଲା। କଳାକାରମାନଙ୍କ ମଧ୍ୟରୁ ଅନେକ ବିୟୋଗ ପରେ ପୁନର୍ବାର କଳାକାର ଭତ୍ତା ନିମନ୍ତେ ଆବେଦନ ସଂଗ୍ରହ କରାଯାଇଥିଲା । ଗଞ୍ଜାମ ଜିଲ୍ଲାରୁ ସମୁଦାୟ ୫୬୬୮ ଜଣ କଳାକାରଙ୍କ ଠାରୁ ଆବେଦନ ପତ୍ର ପ୍ରାପ୍ତ ହୋଇଥିଲା । ପ୍ରାପ୍ତ ହୋଇଥିବା ସମସ୍ତ ଆବେଦନ ପତ୍ର ଯାଞ୍ଚ କରାଯିବାରେ ୪୯୮୩ ଜଣଙ୍କ ପ୍ରମାଣପତ୍ର ଠିକ ଥିଲା । ଠିକ ଥିବା ସମସ୍ତ କଳାକାରଙ୍କ ତାଲିକା ସେମାନଙ୍କ ବ୍ଲକ, ଏନ୍‌ଏସି ଏବଂ ବ୍ରହ୍ମପୁର ମହାନଗର ନିଗମକୁ ଚୟନ ସକାଶେ ପଠାଯାଇଥିଲା। ବ୍ଲକ କଳାକାର ସଂଘର ସଭ୍ୟମାନଙ୍କୁ ସଂପୃକ୍ତ କରାଯାଇ ସେମାନଙ୍କସ୍ତରରେ ଚୟନ କରି ପ୍ରକୃତ କଳାକାରଙ୍କ ନାମ ତାଲିକା ଜିଲା କାର୍ଯ୍ୟାଳୟକୁ ପ୍ରେରଣ ସକାଶେ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା । ପୂର୍ବରୁ ଭତ୍ତା ପାଇଥିବା ୧୭୫୬ କଳାକାର ଏବଂ ନୂତନ ଭାବେ ୨୧୦୪ଜଣ କଳାକାରଙ୍କୁ ମିଶାଯାଇ ଜିଲାକୁ ପ୍ରାପ୍ତ ହୋଇଥିବା ୩୮୬୦ ଜଣ କଳାକାରଙ୍କ ନାମ ରାଜ୍ୟ କାର୍ଯ୍ୟାଳୟକୁ ପଠାଯିବ। ସମସ୍ତ କଳାକାର ଯେପରି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଭତ୍ତା ପାଇବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକରେ ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଏବଂ ଜିଲା କଳା ସଂସ୍କୃତି ସଂଘ ସଭାପତି ସନ୍ତୋଷ କୁମାର ପାଢୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri