ଘର ଆଗରେ ପଡ଼ିଲା ଅଫୁଟା ଗୋଳା

ବାହାନଗା,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ସମୁଦ୍ରକୂଳବର୍ତ୍ତୀ ଗ୍ରାମ ୪ନମ୍ବର ୱାର୍ଡ ମହାରୁଦ୍ରପୁର ଆଡ଼ିଆରେ ପ୍ରତିରକ୍ଷା ବିଭାଗ ତରଫରୁ ପରୀକ୍ଷଣ ଚାଲିଥିବା ବେଳେ ଏକ ଅଫୁଟା ଗୋଳା ସମୁଦ୍ର ମଧ୍ୟରେ ନ ପଡି ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ପଡି ୪ଫୁଟ ଗଭୀରକୁ ପଶିଯାଇଥିଲା ା ଫଳରେ ଲୋକେ ଓ ଗୃହପାଳିତ ପ୍ରାଣୀ ଅଳ୍ପକେ ବର୍ତ୍ତିଯାଇଥିଲେ।
ଶୁକ୍ରବାର ବାଲେଶ୍ୱର ଜିଲା ଚାନ୍ଦିପୁରଠାରେ ଥିବା ପ୍ରତିରକ୍ଷା ବିଭାଗର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରୁ ଗୋଳା ପରୀକ୍ଷଣ କରାଯାଉଥିଲା। ଅପରାହ୍ନ ସାଢେ ୩ଟାରେ ମହାରୁଦ୍ରପୁର ଆଡିଆ ସମୁଦ୍ରକୂଳ ଅଞ୍ଚଳରେ ଥିବା ଟେଷ୍ଟିଂ ଘରେ ଥିବା ପ୍ରତିରକ୍ଷା ବିଭାଗର ଅଫିସର ଓ କର୍ମଚାରୀଙ୍କ ଉପସ୍ଥିତିରେ ୮ଟି ଗୋଳା ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷା କରାଯାଇଥିଲେ ମଧ୍ୟ ତାହା ସମୁଦ୍ର ମଧ୍ୟରେ ପଡି ଫାଟିଥିଲା ା ମାତ୍ର ୪ଟା ବେଳେ ଅନ୍ୟ ଟେଷ୍ଟିଂ ରେଞ୍ଜରୁ ପରୀକ୍ଷଣ କରାଯାଇଥିବା ଗୋଳାଟି ମହାରୁଦ୍ରପୁର ଆଡିଆ ସମୁଦ୍ର ମଧ୍ୟରେ ନ ପଡ଼ି ସମୁଦ୍ର ଆଡିରୁ ୨୦୦ ମିଟର ଦୂରରେ ଥିବା ଅକ୍ଷୟା ନନ୍ଦ ଦାସଙ୍କ ଘର ସାମ୍ନାରେ ଗର୍ଜନ କରି ମାଟି ଭିତରେ ପୋତି ହୋଇଯାଇଥିଲା ା ଏତେ ଜୋରରେ ଶବ୍ଦ ହୋଇଥିଲା ଯେ, ଘର ଭିତରେ ଥିବା ଖଟ ଉପରେ ବସିଥିବା ତାଙ୍କ ପୁଅ ଖଟ ସହିତ ଉପରକୁ ଉଠିଯାଇଥିଲେ। ବାହାରେ ବସିଥିବା ଅକ୍ଷୟାନନ୍ଦଙ୍କ ବୃଦ୍ଧ ବାପା ଭୟଙ୍କର ଶବ୍ଦରେ ଡରିଯାଇ ଘର ଭିତରକୁ ପଶିଯାଇଥିଲେ। ଗୁହାଳ ଘର ଭିତରେ ଥିବା ଗୋରୁଙ୍କ ନାକରୁ ରକ୍ତ ବାହରୁଥିବା ଦେଖିବାକୁ ମିଳିଥିଲା। ତେବେ କିଛି ଦୂରରେ ଥିବା ପ୍ରତିରକ୍ଷା ବିଭାଗର ଟେଷ୍ଟିଂ ଫାୟାରିଂ ଘର ଭିତରେ ଅଫିସର ଓ କର୍ମଚାରୀମାନେ ଶବ୍ଦ ଶୁଣି ଲୋକମାନଙ୍କ ସହିତ ସେହି ଘରକୁ ଦୌଡି ଆସି ଅଫୁଟା ଗୋଳା ପଡ଼ିଥିବା ସ୍ଥାନକୁ ଦେଖିଥିଲେ। ପରେ ଲୋକେ ଗାତ ଖୋଳି ଗୋଳା ବାହାର କରିଥିଲେ ମଧ୍ୟ ସେମାନେ ସେହି ଗୋଳାକୁ ନେଇ ନ ଥିଲେ ା କେବଳ ଯିବା ବେଳେ ଗୋଳା ଦେହରେ ଲେଖାଥିବା ନମ୍ବର (ଏମ ୮୫ପି୧୩ପିଡିଏ ୧୫୫ଏମଏମ)(୨୦୧୭, ୦୬/ପିଏସସି.୦୨/ଇସି) ଟିପି ନେଇ ପଳାଇଥିଲେ। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଅଫୁଟା ଗୋଳାର ଲମ୍ବ ସାଢେ ୩ ଫୁଟ ହେବ ବୋଲି ଜଣାପଡ଼ିଛି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri