ଘର ଆଗରେ ପଡ଼ିଲା ଅଫୁଟା ଗୋଳା

ବାହାନଗା,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ସମୁଦ୍ରକୂଳବର୍ତ୍ତୀ ଗ୍ରାମ ୪ନମ୍ବର ୱାର୍ଡ ମହାରୁଦ୍ରପୁର ଆଡ଼ିଆରେ ପ୍ରତିରକ୍ଷା ବିଭାଗ ତରଫରୁ ପରୀକ୍ଷଣ ଚାଲିଥିବା ବେଳେ ଏକ ଅଫୁଟା ଗୋଳା ସମୁଦ୍ର ମଧ୍ୟରେ ନ ପଡି ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ପଡି ୪ଫୁଟ ଗଭୀରକୁ ପଶିଯାଇଥିଲା ା ଫଳରେ ଲୋକେ ଓ ଗୃହପାଳିତ ପ୍ରାଣୀ ଅଳ୍ପକେ ବର୍ତ୍ତିଯାଇଥିଲେ।
ଶୁକ୍ରବାର ବାଲେଶ୍ୱର ଜିଲା ଚାନ୍ଦିପୁରଠାରେ ଥିବା ପ୍ରତିରକ୍ଷା ବିଭାଗର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରୁ ଗୋଳା ପରୀକ୍ଷଣ କରାଯାଉଥିଲା। ଅପରାହ୍ନ ସାଢେ ୩ଟାରେ ମହାରୁଦ୍ରପୁର ଆଡିଆ ସମୁଦ୍ରକୂଳ ଅଞ୍ଚଳରେ ଥିବା ଟେଷ୍ଟିଂ ଘରେ ଥିବା ପ୍ରତିରକ୍ଷା ବିଭାଗର ଅଫିସର ଓ କର୍ମଚାରୀଙ୍କ ଉପସ୍ଥିତିରେ ୮ଟି ଗୋଳା ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷା କରାଯାଇଥିଲେ ମଧ୍ୟ ତାହା ସମୁଦ୍ର ମଧ୍ୟରେ ପଡି ଫାଟିଥିଲା ା ମାତ୍ର ୪ଟା ବେଳେ ଅନ୍ୟ ଟେଷ୍ଟିଂ ରେଞ୍ଜରୁ ପରୀକ୍ଷଣ କରାଯାଇଥିବା ଗୋଳାଟି ମହାରୁଦ୍ରପୁର ଆଡିଆ ସମୁଦ୍ର ମଧ୍ୟରେ ନ ପଡ଼ି ସମୁଦ୍ର ଆଡିରୁ ୨୦୦ ମିଟର ଦୂରରେ ଥିବା ଅକ୍ଷୟା ନନ୍ଦ ଦାସଙ୍କ ଘର ସାମ୍ନାରେ ଗର୍ଜନ କରି ମାଟି ଭିତରେ ପୋତି ହୋଇଯାଇଥିଲା ା ଏତେ ଜୋରରେ ଶବ୍ଦ ହୋଇଥିଲା ଯେ, ଘର ଭିତରେ ଥିବା ଖଟ ଉପରେ ବସିଥିବା ତାଙ୍କ ପୁଅ ଖଟ ସହିତ ଉପରକୁ ଉଠିଯାଇଥିଲେ। ବାହାରେ ବସିଥିବା ଅକ୍ଷୟାନନ୍ଦଙ୍କ ବୃଦ୍ଧ ବାପା ଭୟଙ୍କର ଶବ୍ଦରେ ଡରିଯାଇ ଘର ଭିତରକୁ ପଶିଯାଇଥିଲେ। ଗୁହାଳ ଘର ଭିତରେ ଥିବା ଗୋରୁଙ୍କ ନାକରୁ ରକ୍ତ ବାହରୁଥିବା ଦେଖିବାକୁ ମିଳିଥିଲା। ତେବେ କିଛି ଦୂରରେ ଥିବା ପ୍ରତିରକ୍ଷା ବିଭାଗର ଟେଷ୍ଟିଂ ଫାୟାରିଂ ଘର ଭିତରେ ଅଫିସର ଓ କର୍ମଚାରୀମାନେ ଶବ୍ଦ ଶୁଣି ଲୋକମାନଙ୍କ ସହିତ ସେହି ଘରକୁ ଦୌଡି ଆସି ଅଫୁଟା ଗୋଳା ପଡ଼ିଥିବା ସ୍ଥାନକୁ ଦେଖିଥିଲେ। ପରେ ଲୋକେ ଗାତ ଖୋଳି ଗୋଳା ବାହାର କରିଥିଲେ ମଧ୍ୟ ସେମାନେ ସେହି ଗୋଳାକୁ ନେଇ ନ ଥିଲେ ା କେବଳ ଯିବା ବେଳେ ଗୋଳା ଦେହରେ ଲେଖାଥିବା ନମ୍ବର (ଏମ ୮୫ପି୧୩ପିଡିଏ ୧୫୫ଏମଏମ)(୨୦୧୭, ୦୬/ପିଏସସି.୦୨/ଇସି) ଟିପି ନେଇ ପଳାଇଥିଲେ। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଅଫୁଟା ଗୋଳାର ଲମ୍ବ ସାଢେ ୩ ଫୁଟ ହେବ ବୋଲି ଜଣାପଡ଼ିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri