ଚିଲିକାରେ ୧୦୬ ପ୍ରଜାତିର ୪୮,୭୨୮ ପକ୍ଷୀ

ବାଲୁଗଁା,୨ା୬(ଡି.ଏନ୍‌.ଏ.):ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ଏବେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ ପକ୍ଷୀଗଣନା ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।
ପ୍ରକାଶ ଯେ, ପ୍ରତିବର୍ଷ ପରି ଚଳିତ ବର୍ଷ ବାଲୁଗଁା ବନ୍ୟପ୍ରାଣୀ ଡିଭିଜନ ଅଧୀନ ୫ଟି ରେଞ୍ଜ ଅଞ୍ଚଳରେ ଏହି ଗ୍ରୀଷ୍ମକାଳୀନ ପକ୍ଷୀଗଣନା ଗତ ୨୫ ତାରିଖରେ ଆରମ୍ଭ ହୋଇଥିଲା। ବାଲୁଗଁା, ଟାଙ୍ଗୀ, ସାତପଡ଼ା, ଚିଲିକା ଓ ରମ୍ଭା ରେଞ୍ଜର ସମସ୍ତ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ଗଣନାର ୬ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀଙ୍କ ସମାଗମ ହୋଇଛି। ସେଥିରୁ ବିଦେଶାଗତ ୩୭,୭୫୬ ଥିବା ବେଳେ ସ୍ଥାନୀୟ ୧୦,୯୭୨ଟି ପକ୍ଷୀ ରହିଛନ୍ତି। ସର୍ବାଧିକ ସଂଖ୍ୟାରେ ଲିଟିଲ କମୋରାଣ୍ଟ ୪୭୬୨, ଏସିଆନ୍‌ ଓପୋନ୍‌ ବିଲ୍‌ ଷ୍ଟର୍କ(ଗେଣ୍ଡାଳିଆ) ୪୬୮୧ ବିଦେଶାଗତ ପକ୍ଷୀ ଥିବା ବେଳେ ସ୍ଥାନୀୟ ପାଣିକୁଆ ପ୍ରଜାତିର ଲିଟିଲ ଇଗ୍ରେଟ ୪୨୨୦, କାଫଟେଲ ଇଗ୍ରେଟ୍‌ ୩୧୦୩ ଏବଂ ହାଉସ୍‌ କ୍ରୋ ୨୮୬୩ଟି ଦୃଷ୍ଟିଗୋଚର ହୋଇଛି। ୫ଟି ରେଞ୍ଜ ମଧ୍ୟରୁ ବାଲୁଗଁା ରେଞ୍ଜ ତଥା ନଳବଣ ଅଞ୍ଚଳରେ ୧୫୯୦୮, ଟାଙ୍ଗୀ ରେଞ୍ଜ ତଥା ଭୂଷଣ୍ଡପୁର ଓ ମଙ୍ଗଳାଯୋଡି ଚିଲିକା ଅଞ୍ଚଳରେ ୧୫୨୦୦, ଚିଲିକା ରେଞ୍ଜ ତଥା ନୂଆପଡ଼ା ଓ କୃଷ୍ଣପ୍ରସାଦ ଅଞ୍ଚଳରେ ୧୧୪୯୬, ସାତପଡ଼ା ରେଞ୍ଜରେ ୪୦୮୨ ଏବଂ ରମ୍ଭା ରେଞ୍ଜରେ ସର୍ବନିମ୍ନ ୨୦୪୨ଟି ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାପଡ଼ିଛି। ତେବେ ଚିଲିକାକୁ ଆକର୍ଷଣୀୟ କରୁଥିବା ଫ୍ଲେମିଙ୍ଗୋ ୬୦ଟି ଏବଂ ପେଲିକାନ୍‌ ୧୫୦ଟି ଦୃଷ୍ଟିଗୋଚର ହୋଇଛନ୍ତି। ପକ୍ଷୀ ଅଭୟାରଣ୍ୟ ନଳବଣରେ କେବଳ ୬୦ ପ୍ରଜାତିର ୭୫୧୬ଟି ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ୨୫ତାରିଖ ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଏଥିପାଇଁ ପ୍ରତ୍ୟେକ ଗ୍ରୁପକୁ ଗୋଟିଏ ଲେଖାଏ ଡଙ୍ଗା, ବାଇନାକୁଲାର, ଓ୍ବାକିଟକି, ଜିପିଏସ୍‌ ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଥିଲା। ଶୀତଦିନେ ସୁଦୂର ବରଫାବୃତ ରାଷ୍ଟ୍ରାଞ୍ଚଳରେ ହିମ ବୃଷ୍ଟି ଯୋଗୁ ଅସହ୍ୟ ଶୀତରୁ ରକ୍ଷା ପାଇବା ଏବଂ ଉପଯୁକ୍ତ ଖାଦ୍ୟ, ବାସସ୍ଥାନ ଅନ୍ବେଷଣରେ ପକ୍ଷୀମାନେ ହଜାର ହଜାର ମାଇଲ୍‌ ଦୂର ଅତିକ୍ରମ କରି ଚିଲିକାରେ ଆସି ଅବସ୍ଥାନ କରିଥାଆନ୍ତି। ବର୍ଷାଦିନେ ଜନ୍ମନେଇଥିବା ଛୋଟ ଛୋଟ ମାଛ ଏବଂ ତୃଣ ଜାତୀୟ ଉଦ୍ଭିଦ ଏମାନଙ୍କର ମୁଖ୍ୟ ଆହାର ପାଲଟିଥାଏ। ମାର୍ଚ୍ଚ ପହିଲାକୁ ଗ୍ରୀଷ୍ମ ଛୁଇଁବା ମାତ୍ରେ ଏହି ପକ୍ଷୀମାନେ ପୁନର୍ବାର ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତ। ତେବେ କେତେକ ପ୍ରଜାତିର ପକ୍ଷୀ ସ୍ବବାସସ୍ଥାନକୁ ନ ଫେରି ଚିଲିକାକୁ ଆଦରି ଏଠାରେ ରହିଥାଆନ୍ତି। ପ୍ରତିବର୍ଷ ମେ’ ମାସରେ ଏହି ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ନିର୍ଦ୍ଧାରଣ ପାଇଁ ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗଣନା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?