ଗୋଟିଏ ଦିନରେ ୨୦ ହଜାର ଛୁଇଁବାକୁ ଯାଉଛି କରୋନା

ନୂଆଦିଲ୍ଲୀ,୨୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୯,୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ଚିନ୍ତା ବଢାଇଛି। ଗୋଟିଏ ଦିନରେ ଏହା ସର୍ବାଧିକ ହୋଇଥିବା ବେଳେ ଏବେ ଦେଶ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୨୮,୮୫୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨,୦୩,୦୫୧ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩,୦୯,୭୧୩ ଜଣ ସୁସ୍ଥ ହୋଇ ସାରିଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନାରୁ ଜଣାପଡିଛି କି ଗତ ୨୪ ଘଣ୍ଟାରେ ୪୧୦ ଜଣଙ୍କ ମୃତ୍ୟୁ ହେବା ସହ ଏବେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୬,୦୯୫ରେ ପହଞ୍ଚିଛି। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ଏଠାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୯,୧୩୩ରେ ପହଞ୍ଚିଥିବା ବେଳେ ରାଜଧାନୀ ଦିଲୀରେ ୮୦,୧୮୮ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଲେଣି। ଶନିବାର ୨,୩୧,୦୯୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୭ ଜୁନ୍‌ ସୁଦ୍ଧା ଦେଶରେ ମୋଟ ୮୨,୨୭,୮୦୨ଜଣଙ୍କର ନମୁନା ପରୀକ୍ଷା ସରିଲାଣି ବୋଲି କହିଛି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ଜୀବିତ: ହତ୍ୟା ଅପରାଧରେ ଜେଲରେ ସ୍ବାମୀ-ଶାଶୁ-ଶ୍ୱଶୁର

ବୁଲନ୍ଦସହର, ୪।୮: ଉତ୍ତରପ୍ରଦେଶ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ରାଜ୍ୟ ପୋଲିସ ଅପରାଧୀଙ୍କୁ ଦଣ୍ଡଦେବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏହାର ସଦ୍ୟତମ...

ଫିଲ୍ମ ଶୁଟିଂ କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୨।୫: ଦେଶରେ କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଚାଲିଥିବା ବେଳେ ସମସ୍ତ ଟେଲିଭିଜନ ପ୍ରଡକସନ୍‌ ଓ ଫିଲ୍ମ ଶୁଟିଂ କାମ ବନ୍ଦ...

୨୭ ବର୍ଷୀୟା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ ଗ୍ରହଣ କଲେ ୪୫ ବର୍ଷୀୟ ଭାଜପା ନେତା

ଗାନ୍ଧୀନଗର,୨୩।୬: ଗୁଜୁରାଟ ଦାହୋଦ ଜିଲାର ଭାଜପା ଅଧ୍ୟକ୍ଷ ଶଙ୍କରଭାଇ ଅମଲିୟାର ୪୫ ବର୍ଷ ବୟସରେ ଜଣେ ୨୭ ବର୍ଷୀୟା ଭାଜପା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ...

କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେକଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ...

ଗର୍ଭରେ ପିଲାଙ୍କୁ ସଂସ୍କାରି କରିବା ପାଇଁ ଏହି ରାଜ୍ୟ ସରକାର ଆପଣାଇଲେ ନିଆରା ପଦକ୍ଷେପ

ଲକ୍ଷ୍ନୌ,୩।୧୨: ମହିଳାଙ୍କ ଗର୍ଭରେ ବଢ଼ୁଥିବା ପିଲାଙ୍କ ଭିତରେ ସଂସ୍କାର ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି। କାନପୁରର ଛତ୍ରପତି ସାହୁଜି ମହାରାଜ...

୨୯ ଦିନର ଝିଅକୁ ଧରି ସିଏଏ ବିରୋଧୀ ହିଂସାରେ ସାମିଲ ହେଲେ ମହିଳା

ନୂଆଦିଲ୍ଲୀ, ୧।୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦିଲ୍ଲୀ ଶାହିନ୍‌ ବାଗ୍‌ ଅଞ୍ଚଳରେ ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିଛି। ହଜାର ହଜାର ଆନ୍ଦୋଳନକାରୀ ପ୍ରତିଦିନ...

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ:ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମାଉସୀ ପୁଅ ଭାଇ ଅନିଲଭାଇ ସାଙ୍ଗଭିଙ୍କ ରାଜକୋଟରେ ପରଲୋକ ହୋଇଯାଇଛି। ଏଥିଲାଗି ୧୦୮ ଆମ୍ବୁଲାନ୍ସ ଆସିବାରେ ହୋଇଥିବା ଅହେତୁକ...

ପୁଣି ସାମ୍ନାକୁ ଆସିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ଆସିଥିବା ମହିଳା

ନୂଆଦିଲ୍ଲୀ,୧୪।୭: ପାକିସ୍ତାନର ଓ୍ବାଘା ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ କରତାରପୁର କରିଡରକୁ ନେଇ ଆରମ୍ଭ ହୋଇଥିବା ବୈଠକରେ ଉପସ୍ଥିତ ଥିବା ମହିଳାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା...

Coronavirus Update


Archives

Model This Week

Why Dharitri