Posted inଜାତୀୟ

ଆନ୍ଧ୍ରରେ ଗଧବଂଶ ଲୋପ ପାଇବା ଆଶଙ୍କା

ହାଇଦ୍ରାବାଦ୍‌,୨୭।୨: ଆନ୍ଧ୍ରପ୍ରଦେଶରେ ଗଧବଂଶ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ମାଂସ ପାଇଁ ଗଧହତ୍ୟା କରାଯାଉଛି। ଭାରତୀୟ ଖାଦ୍ୟ ଏବଂ ମାନକ ପ୍ରାଧିକରଣ ଅନୁସାରେ ଗଧ ପ୍ରଜାତିଙ୍କୁ ଖାଦ୍ୟ ପ୍ରାଣୀ ଅନ୍ତର୍ଗତ ପଞ୍ଜିକୃତ କରାଯାଇ ନାହିଁ। ତେଣୁ ଗଧ ହତ୍ୟା ସମ୍ପୂର୍ଣ୍ଣ ବେଆଇନ। ରାଜ୍ୟରେ ପ୍ରାଣୀ କ୍ରୁରତା ନିବାରଣ ଆକ୍ଟ-୧୯୬୦ର ଉଲ୍ଲଂଘନ କରି ଗଧଙ୍କୁ ହତ୍ୟା କରାଯାଉଛି। ଆନ୍ଧ୍ରପ୍ରଦେଶରେ ଗଧଙ୍କୁ ମାଂସ ପାଇଁ ହତ୍ୟା କରିବା ପରେ ଅବଶେଷକୁ ନାଳରେ ଫିଙ୍ଗାଯାଉଛି। ଯୌନଶକ୍ତି ବୃଦ୍ଧି ଲାଗି ଲୋକେ ଗଧ ମାଂସ ଖାଉଛନ୍ତି। କିଲୋପିଛା ଏହା ୬୦୦ଟଙ୍କାରେ ବିକ୍ରି ହେଉଛି। ମାଂସ ବ୍ୟବସାୟୀ ଗୋଟିଏ ଗଧ ୧୫ରୁ ୨୦ ହଜାର ଟଙ୍କାରେ ପାଳକଙ୍କଠାରୁ କିଣୁଛନ୍ତି। ଗଧଙ୍କ ହତ୍ୟା ସଂଖ୍ୟା ବୃଦ୍ଧି ପାଇବା ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟର ପଶ୍ଚିମ ଗୋଦାବରୀ ଜିଲା ସମେତ ଅନ୍ୟ କେତେକ ଜିଲାରେ ମାଂସ ପାଇଁ ଗଧଙ୍କୁ ବେଧଡ଼କ ହତ୍ୟା କରାଯାଉଛି। କୃଷ୍ଣା, ପ୍ରକାଶମ୍‌ ଏବଂ ଗୁଣ୍ଟୁର ଆଦି ଅଞ୍ଚଳରେ ଏଭଳି ଘଟଣା ଲଗାତାର ଘଟିଚାଲିଛି। ୨୦୧୯ରେ ରାଜ୍ୟରେ ଗଧଙ୍କ ସଂଖ୍ୟା ମାତ୍ର ୫ ହଜାର ଥିଲା। ଏବେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ମହାରାଷ୍ଟ୍ର ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ସ୍ଥିତି ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri