Posted inଜାତୀୟ

ଆନ୍ଧ୍ରରେ ଗଧବଂଶ ଲୋପ ପାଇବା ଆଶଙ୍କା

ହାଇଦ୍ରାବାଦ୍‌,୨୭।୨: ଆନ୍ଧ୍ରପ୍ରଦେଶରେ ଗଧବଂଶ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ମାଂସ ପାଇଁ ଗଧହତ୍ୟା କରାଯାଉଛି। ଭାରତୀୟ ଖାଦ୍ୟ ଏବଂ ମାନକ ପ୍ରାଧିକରଣ ଅନୁସାରେ ଗଧ ପ୍ରଜାତିଙ୍କୁ ଖାଦ୍ୟ ପ୍ରାଣୀ ଅନ୍ତର୍ଗତ ପଞ୍ଜିକୃତ କରାଯାଇ ନାହିଁ। ତେଣୁ ଗଧ ହତ୍ୟା ସମ୍ପୂର୍ଣ୍ଣ ବେଆଇନ। ରାଜ୍ୟରେ ପ୍ରାଣୀ କ୍ରୁରତା ନିବାରଣ ଆକ୍ଟ-୧୯୬୦ର ଉଲ୍ଲଂଘନ କରି ଗଧଙ୍କୁ ହତ୍ୟା କରାଯାଉଛି। ଆନ୍ଧ୍ରପ୍ରଦେଶରେ ଗଧଙ୍କୁ ମାଂସ ପାଇଁ ହତ୍ୟା କରିବା ପରେ ଅବଶେଷକୁ ନାଳରେ ଫିଙ୍ଗାଯାଉଛି। ଯୌନଶକ୍ତି ବୃଦ୍ଧି ଲାଗି ଲୋକେ ଗଧ ମାଂସ ଖାଉଛନ୍ତି। କିଲୋପିଛା ଏହା ୬୦୦ଟଙ୍କାରେ ବିକ୍ରି ହେଉଛି। ମାଂସ ବ୍ୟବସାୟୀ ଗୋଟିଏ ଗଧ ୧୫ରୁ ୨୦ ହଜାର ଟଙ୍କାରେ ପାଳକଙ୍କଠାରୁ କିଣୁଛନ୍ତି। ଗଧଙ୍କ ହତ୍ୟା ସଂଖ୍ୟା ବୃଦ୍ଧି ପାଇବା ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟର ପଶ୍ଚିମ ଗୋଦାବରୀ ଜିଲା ସମେତ ଅନ୍ୟ କେତେକ ଜିଲାରେ ମାଂସ ପାଇଁ ଗଧଙ୍କୁ ବେଧଡ଼କ ହତ୍ୟା କରାଯାଉଛି। କୃଷ୍ଣା, ପ୍ରକାଶମ୍‌ ଏବଂ ଗୁଣ୍ଟୁର ଆଦି ଅଞ୍ଚଳରେ ଏଭଳି ଘଟଣା ଲଗାତାର ଘଟିଚାଲିଛି। ୨୦୧୯ରେ ରାଜ୍ୟରେ ଗଧଙ୍କ ସଂଖ୍ୟା ମାତ୍ର ୫ ହଜାର ଥିଲା। ଏବେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ମହାରାଷ୍ଟ୍ର ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ସ୍ଥିତି ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri