ପରିଣତ ବୟସରେ…

ଜୀବନର ସାୟାହ୍ନରେ ଯୌବନର ମାଦକତା ଓ ଇନ୍ଦ୍ରିୟ କାର୍ଯ୍ୟ କ୍ଷମତା ଧୀରେ ଧୀରେ ହ୍ରାସ ପାଏ। ଏହି ସମୟରେ ରୁଗ୍ଣତା ଆସିଲେ ଶରୀର ହୋଇପଡ଼େ ଦୁର୍ବଳ ଆଉ ବଞ୍ଚତ୍ବା ହୋଇଯାଏ ଦୁର୍ବିଷହ। ତେଣୁ ପରିଣତ ବୟସରେ ସୁସ୍ଥ
ରହିବା ଲାଗି ମହିଳାମାନଙ୍କୁ
ଶରୀରର ବିଶେଷ ଯତ୍ନ
ନେବା ଆବଶ୍ୟକ…

ମହିଳାମାନେ ଗୃହିଣୀ ଭାବେ, କାର୍ଯ୍ୟକ୍ଷେତ୍ର ସହକର୍ମୀ ଭାବେ ଓ ଶିଶୁ ପରିଚର୍ଯ୍ୟାରେ ମା’ର ମମତା ନେଇ ପୁରୁଷଙ୍କୁ ସହଯୋଗ କରିଥାନ୍ତି। ବୟସ ଅଧିକ ହେଲେ ମଧ୍ୟ ସେଥିରୁ ଏମାନଙ୍କୁ ମୁକ୍ତି ମିଳି ନ ଥାଏ ବରଂ କାର୍ଯ୍ୟର ଭାର ବୃଦ୍ଧି ପାଇବାରେ ଲାଗିଥାଏ। ପ୍ରଥମେ ପୁଅ, ଝିଅ ଓ ଶାଶୁଶ୍ୱଶୁରଙ୍କର କାର୍ଯ୍ୟ ଓ ପରବର୍ତ୍ତୀ ସମୟରେ ପୁଅବୋହୂ ନାତି ନାତୁଣୀଙ୍କର ଦାୟିତ୍ୱ ବହନ କରିବାକୁ ପଡ଼ିଥାଏ। ଏହା ମଧ୍ୟରେ ସେମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ବସନ୍ତି; ଯାହାର ଫଳସ୍ବରୂପ ପରିଣତ ବୟସରେ ସେମାନଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଧୀରେ ଧୀରେ ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଅନେକଙ୍କଠାରେ ଦେଖାଦେଇଥାଏ।
ବୃଦ୍ଧାବସ୍ଥାରେ ମହିଳାମାନଙ୍କୁ ହେଉଥିବା ରୋଗଗୁଡ଼ିକୁ ଏହିପରି ଶ୍ରେଣୀ ବିଭାଗ କରାଯାଇପାରେ ଯଥା- ଶାରୀରିକ ରୋଗ, ମାନସିକ ରୋଗ। ଜାଣିବା ସେ ସମ୍ପର୍କରେ…
ବର୍ତ୍ତମାନ ଅଧିକାଂଶ ବୟସ୍କା ମହିଳାଙ୍କଠାରେ ମଧୁମେହ ରୋଗ ଦେଖିବାକୁ ମିଳୁଛି। ସେହିପରି ମେଦବହୁଳତା ଏବଂ ହାଇକୋଲେଷ୍ଟେରଲ୍‌ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି।
ଏହାବ୍ୟତୀତ ଉଚ୍ଚ ରକ୍ତଚାପ ରୋଗ ଅଧିକାଂଶ ବୟସ୍କ ମହିଳା ଓ ପୁରୁଷ ସମସ୍ତଙ୍କଠାରେ ଦେଖାଯାଏ। ତେବେ ରଜୋ ନିବୃତି ବା ଋତୁସ୍ରାବ ବିରତି ପରେ ଉଚ୍ଚ ରକ୍ତଚାପ ପ୍ରାୟତଃ ବୟସ୍କ ମହିଳାଙ୍କଠାରେ ଦେଖାଯାଇଥାଏ। ସାଧାରଣତଃ ରକ୍ତଚାପ ଠାରୁ ଏହା ଅଧିକ ହେଲେ ବ୍ରେନ୍‌ଷ୍ଟ୍ରୋକ୍‌, ରକ୍ତସ୍ରାବ, ପକ୍ଷାଘାତ ବା ପାରାଲିସିସ୍‌ ପରି ଅନେକ ସମସ୍ୟା ଦେଖାଯାଇଥାଏ। କରୋନାରି ରକ୍ତନାଳି ରୋଗ କିମ୍ବା ଅନ୍ୟାନ୍ୟ କାରଣରୁ ହୃଦ୍‌ଘାତ ମଧ୍ୟ ଅନେକ ମହିଳାଙ୍କଠାରେ ଦେଖିବାକୁ ମିଳିଥାଏ।
ପରିଣତ ବୟସରେ ଅନେକଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଏ। ଏ ବୟସରେ ଚକ୍ଷୁରୋଗ ମଧ୍ୟରେ ମୋତିଆ ବିନ୍ଦୁ ଓ ଗ୍ଲୁକୋମା ପ୍ରଧାନ। ସେହିପରି ଧୀରେ ଧୀରେ ଶ୍ରବଣଶକ୍ତି ମଧ୍ୟ ହ୍ରାସ ପାଉଥିବାରୁ କେବଳ ଉଚ୍ଚ ସ୍ବରରେ କୁହାଯାଉଥିବା କଥା ଶୁଣାଯାଇଥାଏ।
ଏହି ବୟସରେ ଅନେକଙ୍କଠାରେ ଅଷ୍ଟିଓ ପୋରୋସିସ୍‌ ବା ଅସ୍ଥିର କୋମଳ ରୋଗ ଦେଖାଯାଏ। କ୍ୟାଲସିଅମ୍‌ ଅଭାବ ଯୋଗୁ ଭାଙ୍ଗିଯିବାର ଆଶଙ୍କା ବଢ଼ିଯାଇଥାଏ। ଅଷ୍ଟିଓ ଆର୍ଥ୍ରାଇଟିସ ଅନ୍ୟ ଏକ ରୋଗ, ଯେଉଁଥିରେ ଖଞ୍ଜା ବା ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ଓ ଯିବାଆସିବାରେ ଅସୁବିଧା ହୋଇଥାଏ। ଗାଉଟ୍‌ ମଧ୍ୟ ଅନ୍ୟ ଏକ ବ୍ୟାଧି, ଯାହା କି ଗଣ୍ଠିକୁ ଆକ୍ରାନ୍ତ କରିଥାଏ।
ଏସବୁ ସମସ୍ୟା ବ୍ୟତୀତ ଜରାୟୁ କର୍କଟ, ଜରାୟୁଗ୍ରୀବା କର୍କଟ, ସ୍ତନ କର୍କଟ ଏବଂ ଅନ୍ୟାନ୍ୟ କର୍କଟ ରୋଗ ବୃଦ୍ଧାବସ୍ଥାରେ ଦେଖାଯିବା ଆଶଙ୍କା ଅଧିକ ଥାଏ।
ମାନସିକ ବ୍ୟାଧି ବୟସାଧିକ୍ୟରେ ଅନ୍ୟ ଏକ ରୋଗ, ଯେଉଁଥିରେ ଅତୀତର ସ୍ମୃତି ଅଧିକ ମନକୁ ଆସିଥାଏ। କିନ୍ତୁ ସଦ୍ୟ ଘଟଣାଗୁଡ଼ିକ ମନରୁ ଲିଭିଯାଏ, ଯାହାକୁ ଆଲ୍‌ଝିମର୍ସ କୁହାଯାଏ। ଏହାଛଡ଼ା ରଜୋନିବୃତ୍ତି ହେତୁ ମାନସିକ ପରିବର୍ତ୍ତନ ଯୋଗୁ ଅବସାଦ, ସାମାନ୍ୟ କଥାରେ ଚିଡ଼ିଚିଡ଼ା ହେବା ଭଳି ସମସ୍ୟା ଦେଖାଦିଏ।
ପ୍ରତିକାର: ପ୍ରତି ୬ ମାସରେ ସ୍ବାସ୍ଥ୍ୟ ପରୀକ୍ଷା ଯଥା ବ୍ଲଡ ପ୍ରେସର, ରକ୍ତ ସର୍କରା, ଓଜନ, କୋଲେଷ୍ଟେରଲ, ଇସିଜି ଇତ୍ୟାଦି କରାଇବା ସହ ଆବଶ୍ୟକ ସ୍ଥଳେ ଔଷଧ ସେବନ କରୁନ୍ତୁ। ସନ୍ତୁଳିତ ରୁଚିକର ଖାଦ୍ୟ ଖାଆନ୍ତୁ ଏବଂ ପ୍ରତିଦିନ ଯୋଗ ବ୍ୟାୟାମ କରନ୍ତୁ । ସର୍ବଦା ମନ ଖୁସି ରଖିବା ସହ ମନଖୋଲି ହସିବାକୁ ଚେଷ୍ଟା କରନ୍ତୁ। ଏ ବୟସରେ ନିଉମୋନିଆ ଓ ଇନ୍‌ଫ୍ଲୁଏଞ୍ଜା ଭଳି ସମସ୍ୟା ମଧ୍ୟ ଦେଖା ଦେଉଥିବାରୁ ନିଉମୋକୋକାଲ-୧୩ ଭାଲେଣ୍ଟ ଟିକା ଓ ଫ୍ଲୁ ଟିକା ମଧ୍ୟ ନିଅନ୍ତୁ। ରକ୍ତଚାପ ସମସ୍ୟା କିମ୍ବା ଅନ୍ୟ ସମସ୍ୟା ଥିଲେ ସକାଳୁ ଉଠିବା ପରେ ହଠାତ୍‌ ଠିଆ ନ ହୋଇ ବିଛଣାରେ କିଛି ସମୟ ବସିବା ପରେ ଉଠନ୍ତୁ।
ସ୍ବାସ୍ଥ୍ୟ ସମସ୍ୟା ସମାଧାନ ଓ ଆଧୁନିକ ଚିକିତ୍ସା ପଦ୍ଧତି ଫଳରେ ବର୍ତ୍ତମାନ ଅନେକ ମହିଳାଙ୍କ ଆୟୁଷ ସୀମା ବଢ଼ିଯାଇଛି। ଅର୍ଥାତ୍‌ ସେମାନଙ୍କର ଲାଇଫ୍‌ ଏକ୍ସପେଟାନ୍ସି ଆଟ୍‌ ବାର୍ଥ ୭୦.୭ ବୟସ ବର୍ଷ ରହିଛି। ପୂର୍ବରୁ ପ୍ରାୟ ଅଧିକାଂଶ ଜଏଣ୍ଟ ଫ୍ୟାମିଲି ଥିଲା, ହେଲେ ବର୍ତ୍ତମାନ ନ୍ୟୁକ୍ଲିଆର୍‌ ଫ୍ୟାମିଲିରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା ଭିତରେ ଘରେ ଥିବା ବୟସ୍କମାନଙ୍କ ଯତ୍ନରେ ଅବହେଳା ହେଉଛି। ତେଣୁ ପ୍ରତ୍ୟେକ ବୟସ୍କା ମହିଳା ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସହ ଏ ବୟସରେ ଦେଖା ଦେଉଥିବା ରୋଗର ପୂର୍ବରୁ ନିଦାନ ଓ ଚିକିତ୍ସା କରାଯାଇପାରିଲେ ସୁଖମୟ ବାର୍ଦ୍ଧକ୍ୟ ହୋଇପାରିବ।
ଡା. ବିଦ୍ୟୁତ୍‌ଲତା ମିଶ୍ର

– ଲିଙ୍ଗରାଜ ବିହାର,
ପୋଖରୀପୁଟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri