Posted inଜାତୀୟ

ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମ ଆଧାରରେ ବିଭକ୍ତିକରଣ ଅନୁଚିତ, ହାଇକୋର୍ଟ…

ଚେନ୍ନାଇ, ୧୦।୨ : ମନ୍ଦିର ପରିସରରେ ପ୍ରବେଶ ପାଇଁ ପାରମ୍ପରିକ ଡ୍ରେସ କୋଡକୁ ନିର୍ଦ୍ଦେଶ ଦେବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଶୁଣାଣି କରୁଥିବାବେଳେ ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଧର୍ମ ନାମରେ ବିଭାଜନ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆମ ଦେଶ ଏକ ଧର୍ମନିରପେକ୍ଷ ଦେଶ ବୋଲି ମନେ ପକାଇ ପ୍ରଧାନ ବିଚାରପତି ଚେତାବନୀ ଦେଇଛନ୍ତି ଯେ ଦେଶକୁଧର୍ମ ଆଧାରରେ ବିଭକ୍ତିକରଣ ଅନୁଚିତ।

ପ୍ରାଥମିକତା କ’ଣ? ଦେଶ ନା ଧର୍ମ? ଏହା ଦେଖିବା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଯେ କେହି କେହି ହିଜାବ ପାଇଁ, ଆଉ କେତେକ ମନ୍ଦିର ଭିତରେ ବ୍ୟବହାର ଧୋତି ପାଇଁ ବିବାଦ କରୁଛନ୍ତି। ଏହା ଏକ ଦେଶ ନା ଏହା ଧର୍ମ ଦ୍ୱାରା ବିଭକ୍ତ? ଏଭଳି ପ୍ରଶ୍ନ କରିଛନ୍ତି ମୁଖ୍ୟ ବିଚାରପତି।

ଅଣ-ହିନ୍ଦୁମାନଙ୍କୁ ମନ୍ଦିର କମ୍ପ୍ଲେକ୍ସରେ ପ୍ରବେଶ ନକରିବା ପାଇଁ ତଥା ପାରମ୍ପରିକ ଡ୍ରେସ କୋଡକୁ ମନ୍ଦିରରେ ପ୍ରବେଶ ସମୟରେ ଅନୁମତି ଦେବା ପାଇଁ ରଙ୍ଗରାଜନ ନରସିଂହାନଙ୍କ ଦ୍ୱାରା ଦୁଇଟି ଜନସ୍ବାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଥିଲା। ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଏବଂ ଜଷ୍ଟିସ ଡି.ଭରତ ଚକ୍ରବର୍ତ୍ତୀଙ୍କୁ ନେଇ ଗଠିତ ବେଞ୍ଚରେ ପ୍ରଥମେ ଏହି ମାମଲାର ଉପସ୍ଥାପନା କରାଯାଇଥିଲା। କଥାବାର୍ତ୍ତା କେବଳ ମୌଳିକ ଅଧିକାରରେ ସୀମିତ ରହିବା ଉଚିତ ନୁହେଁ। ନାଗରିକମାନେ ଦେଶକୁ କ’ଣ ଦେଇପାରିବେ ଏବଂ ସେମାନଙ୍କର ମୌଳିକ କର୍ତ୍ତବ୍ୟ ବିଷୟରେ ମଧ୍ୟ ଆଲୋଚନା କରିବା ଜରୁରୀ।

ମନ୍ଦିରରେ ପ୍ରବେଶ ପାଇଁ ବାଧ୍ୟତାମୂଳକ ଡ୍ରେସ କୋଡ ସୂଚାଉଥିବା ସାଇନବୋର୍ଡ ନେଇ କୋର୍ଟ କହିଛନ୍ତି ଯେ, ତାମିଲନାଡୁର ମନ୍ଦିରଗୁଡିକ ଥିରୁଭାନନ୍ତପୁରମରେ ଥିବା ଶ୍ରୀପଦ୍ମନାଭ ସ୍ବାମୀ ମନ୍ଦିର ପରି ଏକ ନିର୍ଦ୍ଦିଷ୍ଟ ଡ୍ରେସ କୋଡକୁ ବାଧ୍ୟତାମୂଳକ କରି ନ ଥାନ୍ତି। ମନ୍ଦିରର ଏକ ପ୍ରଥା ଅଛି, ଏହାକୁ ଅନୁସରଣ କରାଯାଇପାରିବ। କିନ୍ତୁ ଆବେଦନକାରୀ ଏହା ଉପରେ କିଛି ତଥ୍ୟ ପ୍ରଦାନ କରି ନାହାଁନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ଆଡଭୋକେଟ ଜେନେରାଲ ଆର. ଶୁନମୁଗାସୁନ୍ଦରମଙ୍କ ଦାଖଲ ହୋଇଥିବା ଲିଖିତ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ, ଏକକ ଖଣ୍ଡପୀଠ ମନ୍ଦିର ପରିସରରେ ଡ୍ରୋସ୍‌ କୋଡ୍‌ ପାଇଁ କେତେକ କଟକଣା ଜାରି କରିଥିଲେ। ତେବେ ଡିଭିଜନ ବେଞ୍ଚ ଏହାର ଓଲଟା ରାୟ ଦେଇଥିଲେ। ଆଡଭୋକେଟ ଜେନେରାଲ କହିଛନ୍ତି ଯେ ପ୍ରତ୍ୟେକ ମନ୍ଦିରର ନିଜସ୍ବ ପ୍ରଥା ରହିଛି ଯାହା ଅଣ-ହିନ୍ଦୁମାନଙ୍କୁ ମନ୍ଦିରର ଫ୍ଲାଗ ପୋଷ୍ଟ କିମ୍ବା ଅନ୍ୟାନ୍ୟ ଅଞ୍ଚଳକୁ ଯିବାକୁ ଅନୁମତି ଦେଇ ନ ଥାଏ।
ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଥିବା ଦ୍ୱିତୀୟ ଲିଖିତ ଆବେଦନ ଉପରେ ବେଞ୍ଚ ଆଡଭୋକେଟ ଜେନେରାଲଙ୍କୁ ଦୁଇ ସପ୍ତାହ ମଧ୍ୟରେ ଏଚ୍‌ଆର୍‌ ଏବଂ ସିଇ ବିଭାଗ ତରଫରୁ କାଉଣ୍ଟର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଏହାର ପରିସରର ପବିତ୍ରତାକୁ ପ୍ରଭାବିତ କରିବ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?