୯ ବର୍ଷରେ ୧୧୪ ଅଙ୍ଗନୱାଡି ଗୃହ ଅସମ୍ପୂର୍ଣ୍ଣ

ଖଇରା,୨୯।୧୦ ଉତ୍କଳବନ୍ଧୁ ପଣ୍ଡା: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ବିଭିନ୍ନ ସମସ୍ୟା ଯୋଗୁ ୯ବର୍ଷ ମଧ୍ୟରେ ୧୧୪ ନୂତନ ଅଙ୍ଗନୱାଡି କେନ୍ଦ୍ର ଗୃହ ଅସମ୍ପୂର୍ଣ୍ଣ ରହିଛି। ଆବଶ୍ୟକ ସରକାରୀ ଜାଗା ଉପଲବ୍ଧ ନ ହେବା, କାର୍ଯ୍ୟଗ୍ରାହୀମାନେ ଯଥା ସମୟରେ ବିଲ୍‌ ନ ପାଇବା, ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅର୍ଥାଭାବ, ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଭଳି କାରଣ ଏହି ଅସମ୍ପୂର୍ଣ୍ଣ ଗୃହ ପାଇଁ ଦାୟୀ ବୋଲି କୁହାଯାଉଛି। ଏଭଳି ଅସମ୍ପୂର୍ଣ୍ଣ କାରଣ ପାଇଁ ବହୁ ସ୍ଥାନରେ ପିଲାମାନେ ଝାଟିମାଟି ଘରେ କିମ୍ବା ସ୍କୁଲ ବାରଣ୍ଡାରେ ଅସୁରକ୍ଷିତ ଭାବେ ବସିବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଖଇରା ବ୍ଲକର ୩୭ ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।
୨୦୧୧-୧୨ ମସିହା ପୂର୍ବରୁ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ଗ୍ରାମର ହରିହାଟ ଏବଂ କୋଠଘର, ବିଭିନ୍ନ ବିଦ୍ୟାଳୟ ଶ୍ରେଣୀ କକ୍ଷ, କର୍ମୀଙ୍କ ନିଜ ଘରେ ଚାଲୁଥିବା ବେଳେ ଏଥିପାଇଁ ଉଭୟ ପିଲା ଓ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପରେ ସରକାର କେନ୍ଦ୍ର ପାଇଁ ପକ୍କା ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧-୧୨ମସିହାରେ ୨ଟି, ୨୦୧୨-୧୩ରେ ୩୮ଟି, ୨୦୧୩-୧୪ରେ ୬୮ଟି, ୨୦୧୪-୧୫ରେ ୧୦ଟି, ୨୦୧୫-୧୬ରେ ୯ଟି, ୨୦୧୬-୧୭ରେ ୩୩ଟି, ୨୦୧୭-୧୮ରେ ୧୦ଟି, ୨୦୧୮-୧୯ରେ ୧୦୦ଟି, ୨୦୧୯-୨୦ରେ ୪୫ଟି ଘର ଖଇରା ବ୍ଲକକୁ ଯୋଗାଇ ଦିଆଯାଇଥିଲା। ୨୦୧୩-୧୪ରୁ ଘର ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ଅର୍ଥ ପ୍ରଦାନ କରାଯାଇଆସୁଛି। ବର୍ତ୍ତମାନ ସୁଦ୍ଧା ୨୦୧ ଘର ସମ୍ପୂର୍ଣ୍ଣ ହୋଇପାରିଥିବା ବେଳେ ଆବଶ୍ୟକ ଜାଗା ମିଳୁ ନ ଥିବାରୁ ୩୭ଟି ଘର ଓ ଅନ୍ୟାନ୍ୟ ବିବାଦ ପାଇଁ ୨୫ ଘର ନିର୍ମାଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ। ୫୨ଟି ଗୃହର ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଅଟକି ରହିଛି । ୨୦୧୮-୧୯ରେ ଆସିଥିବା ଘର ମଧ୍ୟରୁ ସର୍ବାଧିକ ୫୫ଟି ଗୃହ ନିର୍ମାଣ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ଏଭଳି ଉଦ୍‌ବେଗଜନକ ସ୍ଥିତି ସମ୍ପର୍କରେ ଗତ ସେପ୍ଟେମ୍ବର ୨୩ ତାରିଖରେ ପଞ୍ଚାୟତ ସମିତିର ୪ର୍ଥ ଅଧିବେଶନ ଓ ପୂର୍ବବର୍ତ୍ତୀ ଅଧିବେଶନରେ ବହୁ ଲୋକପ୍ରତିନିଧି ଗୃହକୁ ଅବଗତ କରାଇବା ସହ ଏହାର ସମାଧାନ ପାଇଁ ଦାବି କରିଥିଲେ। ବର୍ତ୍ତମାନ ବଟେଶ୍ୱର ଭଳି କିଛି ଅସ୍ଥାୟୀ କେନ୍ଦ୍ରରେ ପିଲା ଅସ୍ବାସ୍ଥ୍ୟକର ପରିବେଶରେ ବସି ପାଠ ପଢୁଥିବା ବେଳେ ଏହି କେନ୍ଦ୍ର ପାଇଁ ଆସିଥିବା ନୂତନ ଘର ୩ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି ା ଠିକାଦାର ବିଲ୍‌ ନ ପାଇବା ଗୃହ ଅସମ୍ପୂର୍ଣ୍ଣର ମୁଖ୍ୟ କାରଣ ବୋଲି କୁହାଯାଉଥିବା ବେଳେ ତୁରନ୍ତ ଏହା ଶେଷ କରିବାକୁ ଗ୍ରାମର ଭୋଳାନାଥ ମହାପାତ୍ର ପ୍ରଶାସନକୁ ଅନୁରୋଧ କରିଛନ୍ତି। ଅନ୍ୟ ଯୋଜନାରେ ତୁରନ୍ତ ବିଲ୍‌ ପୈଠ କରାଯାଉଥିବା ବେଳେ ଏହି ଯୋଜନାରେ ବର୍ଷ ବର୍ଷ ଧରି ବିଲ୍‌ ପଡ଼ିରହିବା ଘର ଅସମ୍ପୂର୍ଣ୍ଣର ଅନ୍ୟତମ କାରଣ ବୋଲି ଚକ ଗ୍ରାମର ମାଧବାନନ୍ଦ ରାଉତ କହିଛନ୍ତି। ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ଘର ଗୁଡ଼ିକ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ଗୁରୁତର ସହ ବିଚାର କରିବା ଦରକାର ବୋଲି ଖଇରା ମଣ୍ଡଳ ଭାଜପା ସଭାପତି ରାଜେଶ କୁମାର ରାଉତ ଦାବି କରିଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସରେ ଅର୍ଥ ଠିକ୍‌ ସମୟରେ ପହଞ୍ଚୁ ନ ଥିବାରୁ ଘର ନିର୍ମାଣରେ ବାଧା ସୃଷ୍ଟି ହେଉଥିଲା। ଏବେ ପଞ୍ଚାୟତ ଫଣ୍ଡରୁ ଆବଶ୍ୟକ ଅର୍ଥ ଦିଆଯାଇ ୧ମାସ ମଧ୍ୟରେ ୨୫ଟି ଘର ଶେଷ କରାଯାଇଛି। ୬ମାସ ମଧ୍ୟରେ ସମସ୍ତ ଘର ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ ଜାରି ରହିଥିବା ବିଡିଓ ପର୍ଶୁରାମ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri