ରେଲଓ୍ବେକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

ନୂଆଦିଲ୍ଲୀ: ୭୦୦ ମେଗାହର୍ଜ ବ୍ୟାଣ୍ଡରେ ରେଲଓ୍ବେକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ ଦ୍ୱାରା ଭାରତୀୟ ରେଳପଥ ଏହାର ଯୋଗାଯୋଗ ଏବଂ ସିଗ୍‌ନାଲ ସିଷ୍ଟମକୁ ଉନ୍ନତୀକରଣ କରିବା ଦିଗରେ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ରେଳ ପରିବହନ ସେବାରେ ଯାତ୍ରୀଙ୍କ ସୁରକ୍ଷା ଦିଗରେ ଏହା ବିଶେଷଭାବେ ଯୋଗଦାନ ରଖିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ପେକ୍ଟ୍ରମ ପାଇବା ଦ୍ୱାରା ରେଲଓ୍ବେ ଏଲ୍‌ଟିଇ ଭିତ୍ତିକ ମୋବାଇଲ ଟ୍ରେନ୍‌ ରେଡିଓ କମ୍ୟୁନିକେଶନ ଏହାର ବିଭିନ୍ନ ରୁଟ୍‌ରେ ବ୍ୟବହାର କରିପାରିବ। ଏଭଳି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବା କାର୍ଯ୍ୟକ୍ରମ ରହିଛି। ଆଗାମୀ ୫ ବର୍ଷରେ ଏହି ପ୍ରକଳ୍ପକୁ ଶେଷ କରିବାକୁ ଯୋଜନା ରଖାଯାଇଛି ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ରେଲଓ୍ବେ ବର୍ତ୍ତମାନ ଏହାର ଯୋଗାଯୋଗ ନେଟ୍‌ଓ୍ବର୍କ ପାଇଁ ଅପ୍ଟିକାଲ ଫାଇବର ବ୍ୟବହାର କରୁଛି। ନୂଆ ସ୍ପେକ୍ଟ୍ରମ ପାଇବା ପରେ ହାଇସ୍ପିଡ୍‌ ରେଡିଓ ରିୟଲ ଟାଇମ୍‌ ଭିତ୍ତିରେ ଲାଭ କରିବ। ଉଭୟ ଯୋଗାଯୋଗ ଏବଂ ସିଗ୍‌ନାଲ ନେଟ୍‌ଓ୍ବର୍କ ଏହା ଦ୍ୱାରା ଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌ଆର୍‌ ବିବେଚିତ ହେବ ପିଏମ-କେୟାର୍ସ ପାଣ୍ଠିକୁ ଯୋଗଦାନ

ନୂଆଦିଲ୍ଲୀ,୩୦। ୩: କର୍ପୋରେଟ ଜଗତ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଉଥିବା ଅର୍ଥ ରାଶି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଖର୍ଚ୍ଚ ଭାବେ ବିବେଚିତ କରାଯିବ।...

ଚାଇନାକୁ ଆପଲର ଝଟ୍‌କା, ଭାରତରେ ଉତ୍ପାଦନ ଯୋଜନା…

ଓ୍ବାଶିଂଟନ, ୨୨।୫ : କରୋନା ସଂକ୍ରମଣ ଯୋଗୁ ଚାଇନାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏପରିସ୍ଥଳେ ପ୍ରସିଦ୍ଧ କମ୍ପାନୀ ଆପଲ ଚାଇନା ବାହାରେ ବ୍ୟବସାୟ କରିବା ବିଷୟରେ...

ଆହୁରି ଜଟିଳ ହେବ ମାନ୍ଦାବସ୍ଥା

  ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ...

ସମସ୍ତ ପ୍ରକାର ଋଣକୁ ରେପୋରେଟ୍‌ ସହ ଯୋଡାଯିବ

ମୁମ୍ବାଇ,୫।୯: ବ୍ୟାଙ୍କଗୁଡ଼ିକ ଗୃହ, ଅଟୋ ଓ ପର୍ସନାଲ ଋଣ ଉପରେ ଫିକ୍ସଡ ବା ସ୍ଥାୟୀ ,ଫ୍ଲୋଟିଂ(ଅସ୍ଥାୟୀ) ସୁଧ ହାର ଘୋଷଣା କରିଛନ୍ତି। ଗ୍ରାହକ ନିଜ ପସନ୍ଦ...

ଲୋକ ସଭାରେ ସ୍ପଷ୍ଟ କଲେ ଗଡ଼କରୀ: ଉନ୍ନତ ସଡ଼କ ଚାହୁଁଥିଲେ ଟୋଲ୍‌ ଟିକସ ଦେବାକୁ ହେବ

ନୂଆଦିଲ୍ଲୀ,୧୬-୭: ଟୋଲ୍‌ ଟିକସ ଆଦାୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ସରକାରଙ୍କ ମତ ସ୍ପଷ୍ଟ କରିଛନ୍ତି।...

ରିୟଲମିର ୨ ନୂଆ ସ୍ମାର୍ଟଫୋନ

ଭୁବନେଶ୍ୱର, ୮-୯: ରିୟଲମି ପକ୍ଷରୁ ନୂଆ ରିୟଲମି ୫ ଏବଂ ୫ ପ୍ରୋ ସ୍ମାର୍ଟଫୋନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ...

୧୧ ବର୍ଷରେ ୨.୦୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୧୩-୬: ଦେଶରେ ଗତ ୧୧ ବର୍ଷ ଭିତରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୨.୦୫ ଲକ୍ଷ କୋଟି ଟଙ୍କାର ୫୦ ହଜାରରୁ ଅଧିକ ଠକେଇ ଓ ଜାଲିଆତି ମାମଲା...

କରୋନା ବିରୋଧୀ ଲଢେଇ: ଜୁନ ୩୦ ଯାଏ ବଢିଲା ଆଇଟି ରିଟର୍ନ ଅବଧି, ବିନା ଚାର୍ଜରେ ବ୍ୟବହାର କରିହେବ ବିଭିନ୍ନ ଏଟିଏମ୍‌

ନୂଆଦିଲ୍ଲୀ,୨୪-୩: କରୋନା ପ୍ରତିରୋଧ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥିଲାଗି ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହେଉଛି। କ୍ଷତିଗ୍ରସ୍ତ...

Advertisement
Archives

Model This Week