୨୦୨୩ରେ ଚାଇନାକୁ ଟପିବ ଭାରତ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ଲୋକ ଚାଇନାରେ ବସବାସ କରନ୍ତି। ବିଶ୍ୱ ଜନସଂଖ୍ୟାରେ ଚାଇନା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଏହାପଛକୁ ଅର୍ଥାତ୍‌ ଦ୍ୱିତୀୟରେ ଭାରତ ରହିଛି। ମାତ୍ର ଗୋଟିଏ ମାସ ପରେ ଏହି ସ୍ଥାନ ପରିବର୍ତ୍ତନ ହେବାର ଦେଖିବାକୁ ମିଳିବ। ଜନସଂଖ୍ୟା କ୍ଷେତ୍ରରେ ଚାଇନାକୁ ଟପିବାକୁ ଯାଉଛି ଭାରତ। ୨୦୨୩ରେ ବିଶ୍ୱର ଜନବହୁଳ ଦେଶ ଭାବେ ପରିଗଣିତ ହେବ ଭାରତ। ଜାତିସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟା ସମ୍ବନ୍ଧୀୟ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଚଳିତବର୍ଷର ଓ୍ବାଲର୍‌ଡ ପପୁଲେଶନ୍‌ ରିପୋର୍ଟ ଅନୁସାରେ ଚାଇନାର ମୋଟ ଜନସଂଖ୍ୟା ୧.୪୨୬ ବିଲିୟନ ଥିବାବେଳେ ଭାରତର ମୋଟ ଜନସଂଖ୍ୟା ୧.୪୧୭ ବିଲିୟନ ରହିଛି।
ରିପୋର୍ଟରେ ପ୍ରଦତ୍ତ ତଥ୍ୟ ଅନୁସାରେ ଆସନ୍ତା ୧୫ରେ ବିଶ୍ୱ ଜନସଂଖ୍ୟା ୮ ବିଲିୟନ (୮୦୦ କୋଟି)ରେ ପହଞ୍ଚିବ। ୨୦୨୦ ସୁଦ୍ଧା ସାରା ବିଶ୍ୱର ଜନସଂଖ୍ୟା ୭୮୩.୬୬ କୋଟି ରହିଛି। ସେହିଭଳି ୨୦୩୦ ବେଳକୁ ଏହି ସଂଖ୍ୟା ୮.୫ ବିଲିୟନରେ ପହଞ୍ଚତ୍ୟିବ। ଚଳିତ ବର୍ଷ ଜୁଲାଇରେ ୟୁଏନ୍‌ ଓ୍ବାଲର୍‌ଡ ପପୁଲେଶନ୍‌ ପ୍ରୋସ୍ପେକ୍ଟସ୍‌ ୨୦୨୨ରେ ଏହି ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ନଭେମ୍ବର ୧୫ ତାରିଖ ପୂର୍ବରୁ ଏହି ରିପୋର୍ଟ ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ୧୯୫୦ ମସିହାଠାରୁ ପ୍ରଥମ ଥର ପାଇଁ ୨୦୨୦ରେ ବିଶ୍ୱ ଜନସଂଖ୍ୟା ୧% କମିଛି। ୨୦୫୦ ବେଳକୁ କଙ୍ଗୋ, ଇଜିପ୍ଟ, ଇଥିଓପିଆ, ଭାରତ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆର ମୋଟ ଜନସଂଖ୍ୟାରେ ୫୦% ବୃଦ୍ଧି ଘଟିବ। ସେହିବର୍ଷ ବିଶ୍ୱ ଜନସଂଖ୍ୟା ୯.୭ ବିଲିୟନ ଛୁଇଁବ। ୨୦୮୦ରେ ଓ୍ବାଲର୍‌ଡ ପପୁଲେଶନ୍‌ ୧୦.୪ରେ ପହଞ୍ଚତ୍ବ, ଯାହା ୨୧୦୦ ପର୍ଯ୍ୟନ୍ତ ସ୍ଥିର ରହିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।
୨୫ରୁ ୬୪ ବର୍ଷ ବୟସ ବର୍ଗଙ୍କ ସଂଖ୍ୟା ବୃଦ୍ଧି ଜରିଆରେ ବୈଶ୍ୱିକ ଅର୍ଥନୀତିରେ ଅଭିବୃଦ୍ଧି ଆସିବା ସମ୍ଭାବନା ରହିଛି। ଚିକିତ୍ସା ବିଜ୍ଞାନର ଉନ୍ନତୀକରଣ ଦ୍ୱାରା ବିଶ୍ୱରେ ଶିଶୁମୃତ୍ୟୁ ହାର କମିବ। ଜନସଂଖ୍ୟା ବୃଦ୍ଧି ଜୈବ ବିବିଧତାରେ ଅନେକ ପରିବର୍ତ୍ତନ ଆଣିବ ବୋଲି ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri