ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତଥିଲେ ରାହୁଲ ଗାନ୍ଧୀ, ୧୯୮୯ରେ ଦେଶରେ ପଡିଥିଲା ଚହଳ

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକର ଭାରତରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମନୁ ଭାକରଙ୍କୁ ଭେଟିଛନ୍ତି। ମନୁ ଭାକରଙ୍କ ସହ ତାଙ୍କ କୋଚ ଜସପାଲ ରାଣା ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

ତେବେ ରାହୁଲ ଗାନ୍ଧୀ ଏବଂ ମନୁ ଭାକରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ପୁରୁଣା ଫଟୋ।

ରାହୁଲ ଗାନ୍ଧୀ ଏବଂ ଜସପାଲ ରାଣାଙ୍କ ଭାଇରାଲ ଫଟୋ ଉପରେ ଦାବି କରାଯାଉଛି କି ସେମାନଙ୍କର ବନ୍ଧୁତା ବହୁତ ପୁରୁଣା। ଏହି ଚିତ୍ର ସେମାନଙ୍କ ଯୁବବସ୍ଥା ସମୟର। ସୂଚନାଥାଉ କି, ୫୪ ବର୍ଷ ବୟସରେ ରାହୁଲ ଗାନ୍ଧୀଙ୍କ ଫିଟନେସକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ଏବଂ ଲୋକମାନେ ତାଙ୍କୁ ଏକ ଫିଟନେସ ଫ୍ରିକ ମଧ୍ୟ କହୁଛନ୍ତି।

ରାହୁଲ ଗାନ୍ଧୀଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପଦକ ନେଉଥିବାର ନଜର ଆସିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ୨୬ ଡିସେମ୍ବର ୧୯୮୮ ରୁ ୫ ଜାନୁୟାରୀ ୧୯୮୯ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ୩୨ ତମ ଜାତୀୟ ଶୁଟିଂ ଚାମ୍ପିଅନସିପରେ ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ସେ ୨୫ ମିଟର ଏୟାର ପିସ୍ତଲରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ଜିତିିଥିଲେ। ଯାହାର ସାର୍ଟିଫିକେଟ ମଧ୍ୟ ଭାଇରାଲ ହୋଇଛି।

ଏହି ଘଟଣା ୩୪ବର୍ଷ ପୁରୁଣା। ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀଙ୍କ ପାଇଁ ଟେନଶନରେ ରହୁଥିଲେ। କାରଣ ଯୁକ୍ତ ଦୁଇରେ ପଢୁଥିବା ପ୍ରଧାନମନ୍ତ୍ରୀଙ୍କ ପୁଅ ରାହୁଲ ଭଲ ମାର୍କ ରଖି ପାରୁ ନ ଥିଲେ। ଏହି କାରଣରୁ ତାଙ୍କୁ ପ୍ରତିଷ୍ଠିତ ସେଣ୍ଟ ଷ୍ଟିଫେନ୍ସ କଲେଜରେ ସିଟ୍‌ ମିଳୁ ନ ଥିଲା। କଲେଜରେ ଏଣ୍ଟ୍ରି ପାଇଁ ୭୦ରୁ ୮୦% ମାର୍କ ଦରକାର ହେଉଥିବାବେଳେ ରାହୁଲଙ୍କ ପ୍ଲସ ଟୁରେ ମାତ୍ର ୬୧ ପ୍ରତିଶତ ମାର୍କ ରହିଥିଲା। କିନ୍ତୁ ହଠାତ୍‌ ଏମିତି ଏକ ଚମତ୍କାର ହୋଇଥିଲା ଯେଉଁଥିରେ କଲେଜରେ ତାଙ୍କର ଆଡମିଶନ ହୋଇ ଯାଇଥିଲା। ସେ ଖେଳ କୋଟାରେ କଲେଜରେ ଆଡମିଶନ ପାଇଥିଲେ। ରାଷ୍ଟ୍ରୀୟ ରାଇଫଲ ଆସୋସିଏଶନ ରାହୁଲଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ପତ୍ର ଜାରି କରିଥିଲା। ସେହି ସମୟରେ ସବୁ ଗଣମାଧ୍ୟମରେ ଏହା ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ରାହୁଲ ଦିଲ୍ଲୀରେ ହୋଇଥିବା ଶୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୮୯ ଜୁଲାଇ ପର୍ଯ୍ୟନ୍ତ ସେ ଶୁଟିଂରେ ୮ଟି ରାଷ୍ଟ୍ରୀୟ ପୁରସ୍କାର ଜିତିଥିଲେ।

ସେତେବେଳେ ରାହୁଲଙ୍କ କୋଚ୍‌ ଥିଲେ ଡ. ରାଜପାଲ ସିଂ। ସେ ଜଣେ ଅନ୍ତରାଷ୍ଟ୍ରୀୟ ପିସ୍ତଲ ଶୁଟର୍‌ ଭାବେ ଜଣାଶୁଣା। ସେ କହିଥିଲେ, ୧୯୮୮ରେ ହୋଇଥିବା ଜାତୀୟ ଶୁଟିଂ ଚାମ୍ପିଅନସିପରେ ରାହୁଲ ଦମଦାର୍‌ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ଦେଶ ମଧ୍ୟରୁ ୪୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଜାତୀୟ ଶୁଟିଂ ଚାମ୍ପିଅନସିପ ପୂର୍ବରୁ ରାହୁଲ ୩ଟି ସ୍ବର୍ଣ୍ଣ, ଗୋଟିଏ ରୋପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri