Posted inଜାତୀୟ

୧୫ ମିନିଟ୍‌ରେ ଚାଇନା ସୈନ୍ୟଙ୍କୁ ହଟାଇଥାନ୍ତି

କୁରୁକ୍ଷେତ୍ର,୮।୧୦: କଂଗ୍ରେସ କ୍ଷମତାରେ ଥିଲେ ମାତ୍ର ୧୫ ମିନିଟ୍‌ରେ ଭାରତୀୟ ଅଞ୍ଚଳରୁ ଚାଇନା ସୈନ୍ୟ (ପିଏଲ୍‌ଏ)ଙ୍କୁ ହଟାଇଥାନ୍ତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି। ସୀମା ବିବାଦ ଲାଗିରହିବା ଓ ସମାଧାନର ରାସ୍ତା ନ ବାହାରିବା, ଭାରତୀୟ ଅଞ୍ଚଳକୁ ଜବରଦଖଲ କରାଯିବା ଦୁର୍ବଳ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ସେ କହିଛନ୍ତି। ‘କ୍ଷେତି ବଚାଓ’ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାହୁଲ ପଞ୍ଜାବ ପରେ ହରିୟାଣାରେ ତାଙ୍କ ସ୍ବରକୁ ଶାଣିତ କରିଛନ୍ତି। କୁରୁକ୍ଷେତ୍ରର ଅନାଜ ମଣ୍ଡିରେ ଜନତାଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଭୟାଳୁ ପ୍ରଧାନମନ୍ତ୍ରୀ ଆମ ଜାଗାକୁ କେହି ଜବରଦଖଲ କରି ନ ଥିବା କହୁଛନ୍ତି। ହେଲେ ଅନ୍ୟ ଦେଶ ଏଠାରୁ ୧,୨୦୦ ସ୍କୋୟାର କି.ମି. ଭୂମି ହଡ଼ପ କରିଛି। ବିଶ୍ୱରେ କେବଳ ଭାରତରେ ହିଁ ଏଭଳି ଘଟଣା ଘଟିଛି। ଦେଶବାସୀ ଜାଣିଛନ୍ତି ଚାଇନା ସୈନ୍ୟ ଆମ ଭୂଖଣ୍ଡକୁ ଜବରଦଖଲ କରିଛନ୍ତି। ଦେଶଭକ୍ତ ବୋଲାଉଥିବା ମୋଦି ଏଭଳି ମିଛ କଥା କହିବା ଅନୁଚିତ ବୋଲି ରାହୁଲ ସମାଲୋଚନା କରି କହିଛନ୍ତି। କଂଗ୍ରେସ କ୍ଷମତାକୁ ଫେରିଲେ ଚାଇନା ଗୋଟେ ପାଦ ଜାଗା ନେବାକୁ ସାହସ କରିବ ନାହିଁ ବୋଲି ରାହୁଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ପାଇଲଟଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୪: ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ନେତା ସଚିନ ପାଇଲଟ ଗୁରୁବାର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ବିଭିନ୍ନ...

ଏଲ୍‌ଡିଏଫ୍‌-ୟୁଡିଏଫ୍‌ ମଧ୍ୟରେ ଚାଲିଛି ମ୍ୟାଚ୍‌ ଫିକ୍ସିଂ:ମୋଦି

ଥିରୁଭାନନ୍ତପୁରମ୍‌,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ଏକ ନିର୍ବାଚନୀ ସଭାକୁ ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (ଏଲଡିଏଫ୍‌) ଏବଂ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ...

କରୋନା ନେଗେଟିଭ୍‌ ମା’ଙ୍କ ନବଜାତ ଶିଶୁ ପଜିଟିଭ୍‌ ଚିହ୍ନଟ

ବାରାଣସୀ,୨୮।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଥିବା ବେଳେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ କୁହାଯାଉଛି, ତୃତୀୟ...

ଏଭଳି ନେତା ଯାହାଙ୍କୁ ଦେଖି ଥରୁ ଥିଲା କଂଗ୍ରେସ

ହାଇଦ୍ରାବାଦ୍‌,୨୨।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡୀ ସୋମବାର ୪୮ ବର୍ଷରେ ପାଦ ଦେଇଛନ୍ତି। ୟୁବାଜନ ଶ୍ରମିକ ରିଥୁ କଂଗ୍ରେସ ପାର୍ଟି (YSRCP)ର...

ଜଳପ୍ରପାତ ବୁଲିବାକୁ ଯାଇଥିଲେ ଯୁବତୀ ଯୁବକ, ହଠାତ୍‌ ମାଡ଼ିଆସିଲା ପାଣି; ଆଉ ତା’ ପରେ…

ଭୋପାଳ,୨୦ା୯: ଇନ୍ଦୋର ନିକଟସ୍ଥ ଟିଲୋରରୁ ଟିଙ୍ଗଚା ମଧ୍ୟରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଏକ କାର୍‌ ପାଣିରେ ଭାସିଯାଇଥିଲା। ଫଳରେ...

ବାପାଙ୍କ ମୁକ୍ତି ଲାଗି ସୁପ୍ରିମକୋର୍ଟ ଗଲେ ୨ନାବାଳକ

ନୂଆଦିଲ୍ଲୀ,୧।୫: କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରି...

ବାତ୍ୟା ‘ନିଭାର’ ପାଇଁ ଏହିସବୁ ଟ୍ରେନ୍‌ ବାତିଲ

ଚେନ୍ନାଇ,୨୫ା୧୧: ବାତ୍ୟା ‘ନିଭାର’ଯୋଗୁ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଳବାଇ ଅନେକ ଟ୍ରେନ ବାତିଲ କରିଥିବାବେଳେ କିଛି ଟ୍ରେନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି...

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ନୂଆଦିଲ୍ଲୀ,୯।୮:ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ହେବାକୁ ଯାଉଛି। ମୁମ୍ବାଇସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ...

Advertisement
Archives

Model This Week