ଇସ୍ଲାମାବାଦ, ୨୬ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ୍ ଖାନ୍ ହଟିଯିବା ପରେ ଏବେ ପୁନର୍ବାର କ୍ଷମତାସୀନ ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଦେଶରେ ତୁରନ୍ତ ନିର୍ବାଚନ କରାଇବା ଦାବିରେ ଇମ୍ରାନ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ)ର ‘ଆଜାଦୀ ମାର୍ଚ୍ଚ’ ଏଟୋକ୍ ବ୍ରିଜ୍ରୁ ପଞ୍ଜାବ ପ୍ରଦେଶରେ ପହଞ୍ଚିଛି।
ଏଟୋକ୍ ବ୍ରିଜ୍ରେ ସରକାରଙ୍କ ପକ୍ଷରୁ ବ୍ୟାରିକେଡ୍ ଦିଆଯାଇଥିବାବେଳେ ଶୋଭାଯାତ୍ରାରେ ସାମିଲ ବିକ୍ଷୋଭକାରୀମାନେ ଭାଙ୍ଗି ଆଗକୁ ବଢ଼ିଥିଲେ। ଶେହବାଜ୍ ଶରିଫ୍ଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ବିରୋଧରେ ସ୍ଲୋଗାନ୍ ଦେଇ କଟକଣାକୁ ମାନି ନ ଥିଲେ।