ଇମ୍ରାନ୍‌ଙ୍କ ମନ୍ତବ୍ୟ

ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ନିକଟରେ ଏକ ଅନ୍ତର୍ଜାତୀୟ ଇଂଲିଶ ଚ୍ୟାନେଲକୁ ସାକ୍ଷାତ୍‌କାର ଦେବା ଅବସରରେ ସେ କହିଛନ୍ତି ଯେ, ପୁରୁଷମାନେ ଏଭଳି ପୋଷାକ ପିନ୍ଧୁଥିବା ମହିଳାଙ୍କ ଦ୍ୱାରା ଆକର୍ଷିତ ହେଉଛନ୍ତି ଓ ସେମାନଙ୍କ ମନରେ କାମୋଦ୍ଦୀପକ ଭାବନା ସୃଷ୍ଟି ହେଉଛି। ଦେଖିବାକୁ ଗଲେ ଏଭଳି ଚିନ୍ତାଧାରାରେ ଭାରତୀୟମାନେ ଅନେକ ଥର ପ୍ରୋତ୍ସାହିତ ହୋଇଆସିଛନ୍ତି। ବହୁ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ତଥାକଥିତ ନେତୃବର୍ଗ ସବୁବେଳେ ମହିଳାଙ୍କ ଉପରେ ଦୋଷ ଲଦିଦେଇ ପୁରୁଷଙ୍କ ଚାରିଖୁରାକୁ କ୍ଷମା କରିଦିଅନ୍ତି। ଇମ୍ରାନ୍‌ଙ୍କ ଏହି ଉଚ୍ଚାରଣ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ସକାଶେ ଏଇଥିପାଇଁ ନୂତନ ଲାଗୁ ନାହିଁ, କାରଣ ରାଜନୀତିରେ ଦେଶକୁ ନେତୃତ୍ୱ ଦେବାରେ ବିଫଳ ବ୍ୟକ୍ତିମାନେ ଏହିଭଳି ରକ୍ଷଣଶୀଳ ମତବ୍ୟକ୍ତ କରି ନିଜର ଗୋଷ୍ଠୀ ସୃଷ୍ଟି କରନ୍ତି। ଯେତେବେଳେ ସରକାରୀ ବ୍ୟବସ୍ଥାରେ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ବିଫଳ ହୁଅନ୍ତି, ସେତେବେଳେ ଇମ୍ରାନ୍‌ଙ୍କ ଭଳି ନେତା ନିଜର ଅପାରଗତା ପରିବର୍ତ୍ତେ ମହିଳାଙ୍କ ପୋଷାକକୁ ଦାୟୀ କରନ୍ତି।
ବିଦେଶରେ ପାଠ ପଢ଼ିଥିବା ଜଣେ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଖେଳାଳି ତଥା ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ଇମ୍ରାନଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ସମାଲୋଚନାଯୋଗ୍ୟ। ଏକ ତଥ୍ୟରୁ ଜଣାପଡ଼ିଛି ଯେ, ପାକିସ୍ତାନରେ ଦିନକ ମଧ୍ୟରେ ୧୧ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ହେଲେ ସେଥିମଧ୍ୟରୁ ମାତ୍ର ୦.୦୩ ପ୍ରତିଶତ ଅଭିଯୁକ୍ତ ଦଣ୍ଡିତ ହେଉଛନ୍ତି। ଅପରାଧ କମାଇବା ପାଇଁ କୌଣସି ପଦକ୍ଷେପ ନେଇପାରୁ ନ ଥିବା ଜଣେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି।
ଦେଖିବାକୁ ଗଲେ ୟୁରୋପୀୟ ମହିଳା ଜେମିମା ଗୋଲ୍ଡସ୍ମିଥ୍‌ଙ୍କୁ ଇମ୍ରାନ୍‌ ବିବାହ କରିଥିଲେ। ଆଜିର ସ୍ଥିତି ଦେଖିଲେ ଏକଦା ପ୍ରଗତିଶୀଳ ଚିନ୍ତାଧାରା ନେଇ ଜୀବନ ଜିଉଁଥିବା ଇମ୍ରାନ୍‌ ଗାଦି ରକ୍ଷା ପାଇଁ ମୌଳବାଦୀଙ୍କ ପଥ ଅନୁସରଣ କରିଛନ୍ତି। ସେମାନଙ୍କୁ ଖୁସି କରାଇବା ସକାଶେ ଏଭଳି ମନ୍ତବ୍ୟ ଦେଉଛନ୍ତି। ଏହା ଜଣାଶୁଣା ଯେ ତାଲିବାନ, ଅଲ୍‌କାଏଦା, ଲଶ୍କର-ଇ-ତୋଇବା ହେଉ ବା ଜମାତ୍‌-ଉଦ୍‌-ଦାଓ୍ବା ଭଳି ସଙ୍ଗଠନ ଇମ୍ରାନ୍‌ଙ୍କ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରୁଥିବାରୁ ସମ୍ଭବତଃ ଚାପରେ ପଡ଼ି ସେ ଏଭଳି କହିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ଉଚ୍ଚକୁ ଚାଲିଯାଇଛି। ଅସଂଖ୍ୟ ଯୁବତୀଯୁବକ ବେକାର ହୋଇଯାଇଛନ୍ତି। ଏପରି କି ସରକାର ଚଳାଇବା ପାଇଁ ତହବିଲରେ ପାଣ୍ଠିର ଘୋର ଅଭାବ ଦେଖାଦେଇଛି। ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର ସିଧାସଳଖ ପ୍ରୋତ୍ସାହନ ଦେଉଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ହୋଇଯାଇଥିବାରୁ ତାହାକୁ ବିଦେଶରୁ ଆର୍ଥିକ ସହାୟତା ପୂର୍ବଭଳି ମିଳିପାରୁ ନାହିଁ। ଏଭଳି ପରିପ୍ରେକ୍ଷୀରେ ନାଗରିକଙ୍କର ସରକାର ବିରୋଧୀ ଅସନ୍ତୋଷ ଓ ପ୍ରତିବାଦଠାରୁ ନଜର ହଟାଇବା ପାଇଁ ଇମ୍ରାନ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କୁହାଯାଇପାରେ। ଯେତେବେଳେ ଶାସନ ଦୁର୍ବଳ ହୋଇଯାଏ ଓ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ କୌଣସି ଦିଗ୍‌ଦର୍ଶନ ନ ଥାଏ, ସେତେବେଳେ ନେତାମାନେ ବାଉଳିଚାଉଳି ହେଇଥାଆନ୍ତି। ଆଜି ଇମ୍ରାନ୍‌ ସେହିଭଳି ଏକ ଗାତରେ ପଡ଼ିଯାଇଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନେତାମାନେ ବିଫଳ ହେଲେ ପୀଡ଼ିତଙ୍କୁ ଦୋଷ ଦେଇ ଖସିଯିବା ହେଉଛି ଏକ ସହଜ ଉପାୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri