Posted inଜାତୀୟ

ମୋଦିଙ୍କ ସହିତ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାଁ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି। ରୁଷିଆ ଗସ୍ତ କରିବାର ଏକ ଦିନ ପୂର୍ବରୁ ଏକ ସାକ୍ଷାତ୍‌କାରରେ ଇମ୍ରାନ୍‌ ଏଭଳି କହିଛନ୍ତି। ଇମ୍ରାନ୍‌ ୟୁକ୍ରେନ୍‌ ବିବାଦରେ ରୁଷିଆକୁ ସମର୍ଥନ କରି ମସ୍କୋ ଯାଉଛନ୍ତି। ସେ ଦାବି କରିଛନ୍ତି ଯେ ଏହା ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମତଭେଦ ଦୂର କରିବାରେ ସହାୟକ ହେବ।

ରୁଷିଆ ନ୍ୟୁଜ ଚ୍ୟାନେଲ ରୁଷିଆ ଟିଭି ସହିତ ଏକ ସାକ୍ଷାତକାର ସମୟରେ ଇମ୍ରାନ ତାଙ୍କର ହୃଦୟରୁ ଏହି ଇଚ୍ଛା ପ୍ରକାଶ କରିଛନ୍ତି।

ମଙ୍ଗଳବାର ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି ଯେ ମୁଁ ଟିଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିତର୍କ କରିବାକୁ ଚାହୁଁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ବିତର୍କ ମାଧ୍ୟମରେ ମତଭେଦର ସମାଧାନ ହୋଇପାରିବ, ତେବେ ଦୁଇ ଦେଶର ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ।

ଇମ୍ରାନ ଦାବି କରିଛନ୍ତି ଯେ ତାଙ୍କ ସରକାରଙ୍କ ନୀତି ହେଉଛି ସମସ୍ତ ଦେଶ ସହିତ ବାଣିଜି୍ୟକ ସମ୍ପର୍କ ସ୍ଥାପନ। ଭାରତ ସରକାରଙ୍କ ସହିତ ମଧ୍ୟ ପାକିସ୍ତାନ ବାଣିଜି୍ୟକ ସମ୍ପର୍କରେ ସୁଧାର ଚାହୁଁଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି।

ତେବେ ଇମ୍ରାନ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ପାକିସ୍ତାନୀ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ଯେ, ଏହା ଦ୍ୱାରା ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହିତ ଇମ୍ରାନ୍‌ଙ୍କ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ବିଭାଜନ କଂଗ୍ରେସ ପତନର ମୁଖ୍ୟ କାରଣ…

ନୂଆଦିଲ୍ଲୀ,୨୮।୧୦: ଦେଶରେ କଂଗ୍ରେସ ପତନର ମୁଖ୍ୟ କାରଣ ହେଉଛି ଭୋଟ ବିଭାଜନ। ଦେଶରେ ଭୋଟରଙ୍କ ବିଭାଜନକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏଭଳି କହିଛନ୍ତି।...

୩୫ ବର୍ଷ ହେବ ଏଠାରେ ଚାଲିଛି ଅଖଣ୍ଡ ରାମନାମ ସଂକୀର୍ତ୍ତନ

ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସନ୍ଥ ଏବଂ ପୁରୁଷଙ୍କ ଯୋଗଦାନ ରହିଛି। ରାମ ମନ୍ଦିର ନିର୍ମାଣର ଶୁଭ ସମୟରେ ସେମାନଙ୍କ ଅବଦାନକୁ ମନେ ପକାିବା...

ଟୁଇଟ୍‌ ହଟାଇବାକୁ ସାକେତଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪ା୭: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ତଥା ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟୁଇଟ୍‌ ହଟାଇବା...

ଗାଡିରେ ଜାତି ସୂଚକ ଶବ୍ଦ ଲେଖି ୫୦୦ ଟଙ୍କାର ତଣ୍ଡ ଗଣିଲେ ମାଲିକ

ଲକ୍ଷ୍ନୌ,୨୮।୧୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗାଡ଼ିରେ ଜାତି ସୂଚକ ଶବ୍ଦ ଲେଖିବା ନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ...

ଲାଉଡ୍‌ ସ୍ପିକରରେ ମୁସଲିମ ମହିଳାଙ୍କୁ ବଳାତ୍କାର ଧମକ ଦେଲେ ପୂଜାରୀ

ଲକ୍ଷ୍ନୌ,୮।୪: ମସଜିଦ ବାହାରେ ଏକତ୍ରିତ ମୁସଲିମ ମହିଳାଙ୍କୁ ଅପହରଣ କରି ବଳାତ୍କାର ଧମକ ଦେଇଛନ୍ତି ଜଣେ ହିନ୍ଦୁ ପୂଜାରୀ। ଘଟଣାଟି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରୁ ୧୦୦...

ଥରିଲା ବିକାନେର୍‌: ଲୋକେ ଆତଙ୍କିତ

ଜୟପୁର,୧୩।୧୦: ରାଜସ୍ଥାନ ବିକାନେର୍‌ରେ ରବିବାର ପୂର୍ବାହ୍ନ ୧୦ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା ବୋଲି ଭାରତୀୟ ପାଣିପାଗ...

ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର: ଗତ ୨୪ଘଣ୍ଟାରେ ୬୩୬୪ କରୋନା ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୩୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା...

ଦ୍ୱାରକାଧୀଶ ମନ୍ଦିର ଧ୍ୱଜା ଉପରେ ବଜ୍ରପାତ…

ଅହମଦାବାଦ,୧୪।୭: ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରକାଧୀଶ ମନ୍ଦିରର ଧ୍ୱଜା ଉପରେ ବଜ୍ରପାତ ହୋଇଛି। ମଙ୍ଗଳବାର ପ୍ରଚଣ୍ଡ ବଜ୍ରପାତ ଯୋଗୁ ଏଭଳି ଘଟିଛି। ଅପରାହ୍ନ ୨ଟା ୩୦ରେ...

Advertisement
Archives

Model This Week