ଚର୍ଚ୍ଚାରେ ଇମ୍ରାନ୍‌ ଖାନ୍‌ଙ୍କ ୩ ସ୍ତ୍ରୀ

ଇସ୍‌ଲାମାବାଦ,୬।୧୧: ପାକିସ୍ତାନରେ ତ୍ୱରିତ ନିର୍ବାଚନ ଦାବିରେ ବିକ୍ଷୋଭ ଶୋଭାଯାତ୍ରାବେଳେ ଗୁରୁବାର ଗୁଳିମାଡ଼ର ଶିକାର ହୋଇ ଲାହୋର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମହଲରୁ ବାର୍ତ୍ତା ଆସୁଛି। ଏହି ପରିପ୍ରେକ୍ଷୀରେ ଇମ୍ରାନ୍‌ଙ୍କ ପୂର୍ବତନ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ (୧୯୯୫-୨୦୦୪) ଓ ରେହମ୍‌ ଖାନ୍‌ (୨୦୧୪-୧୫) ମଧ୍ୟ ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ମୁଖ୍ୟଙ୍କ ନିରାମୟ ଜୀବନ କାମନା କରିଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ୭୦ ବର୍ଷୀୟ ଇମ୍ରାନ୍‌ଙ୍କ ପୂର୍ବତନ ସ୍ତ୍ରୀମାନଙ୍କ ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ମନରେ ଉତ୍ସୁକତା ଲାଗି ରହିଛି।

ଜେମିମା ଗୋଲ୍ଡସ୍ମିଥ୍‌: ୧୯୯୫ରେ ଲଣ୍ଡନର ଜେମିମା ଗୋଲ୍ଡସ୍ମିଥ୍‌ ପାକିସ୍ତାନର ପୂର୍ବତନ କ୍ରିକେଟର ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ଥିବାବେଳେ ବାହାଘରର ୯ ବର୍ଷ ପରେ ମନାନ୍ତର ଯୋଗୁ ୨୦୦୪ରେ ଦୁହେଁ ଅଲଗା ହୋଇଥିଲେ। ବିବାହ ପୂର୍ବରୁ ଜେମିମା ଡକ୍ୟୁମେଣ୍ଟାରି ସାଙ୍ଗକୁ କ୍ଷୁଦ୍ର ଫିଲ୍ମ ନିର୍ମାଣ କରୁଥିଲେ। ଏଥିସହ ସେ ଲଣ୍ଡନର ‘ଦି ନ୍ୟୁ ଷ୍ଟେଟ୍‌ସମ୍ୟାନ୍‌’ ମାଗାଜିନ୍‌ରେ ଆସୋସିଏଟ୍‌ ଏଡିଟର୍‌ ଭାବେ କିଛିଦିନ କାର୍ଯ୍ୟ କରିଛନ୍ତି। ବ୍ରିଟେନ୍‌ର ଓ୍ବେଲ୍ସ୍‌ ରାଜକୁମାରୀ ଡାଏନାଙ୍କ ଖାସ୍‌ ବନ୍ଧବୀ ହେଉଛନ୍ତି ଜେମିମା। ବାହାଘର ପରେ ଜେମିମାଙ୍କୁ ଭେଟିବା ପାଇଁ ଡାଏନା ଲାହୋର ଆସିଥିଲେ। ଇମ୍ରାନ୍‌ଙ୍କଠାରୁ ବିବାହ ବିଚ୍ଛେଦ ପରେ ଜେମିମା ଲଣ୍ଡନ ଫେରିଯାଇଥିଲେ। ବ୍ରିଟିଶ ଆକ୍ଟର ହଗ୍‌ ଗ୍ରାଣ୍ଟଙ୍କ ସହ ସମ୍ପର୍କକୁ ନେଇ ଜାମିମା କିଛିଦିନ ଚର୍ଚ୍ଚାରେ ମଧ୍ୟ ରହିଥିଲେ।

ରେହମ୍‌ ଖାନ୍‌: ଇମ୍ରାନ୍‌ଙ୍କ ଦ୍ୱିତୀୟ ସ୍ତ୍ରୀ ହେଉଛନ୍ତି ରେହମ୍‌ ଖାନ୍‌। ୨୦୧୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ହେଁ ସେମାନଙ୍କ ସମ୍ପର୍କ ବେଶି ଦିନ ତିଷ୍ଠି ନ ଥିଲା। ବାହାଘରର ମାତ୍ର ବର୍ଷେ ପରେ ଦୁହେଁ ଅଲଗା ହୋଇଯାଇଥିଲେ। ବ୍ରିଟିଶ୍‌ ପାକିସ୍ତାନୀ ରେହମ୍‌ ପେସାରେ ଜଣେ ଖବରଦାତା, ଲେଖିକା ଓ ଅଭିନେତ୍ରୀ। ସେ ଇମ୍ରାନ୍‌ଙ୍କୁ ଦ୍ୱିତୀୟଥର ପାଇଁ ବିବାହ କରିଥିଲେ। ୧୯୯୩ରେ ରେହମ୍‌ ଇଜାଜ୍‌ ରେହମାନଙ୍କୁ ବାହା ହୋଇଥିଲେ। ୨୦୦୫ ରେ ଦୁହେଁ ଅଲଗା ହୋଇଯାଇଥିଲେ। ୩ଟି ପିଲାର ମା’ ହେଉଛନ୍ତି ରେହମ୍‌।

ବୁଶ୍ରା ବିବି: ୨୦୧୮ ଅଗଷ୍ଟ ୧୮ରେ ବୁଶ୍ରା ବିବି ଇମ୍ରାନ୍‌ ଖାନ୍‌ଙ୍କ ହାତ ଧରିଥିଲେ। ପାକିସ୍ତାନ ପଞ୍ଜାବ ପ୍ରଦେଶରେ ବୁଶ୍ରାଙ୍କ ଘର। ବୁଶ୍ରାଙ୍କର ଦ୍ୱିତୀୟ ସ୍ବାମୀ ହେଉଛନ୍ତି ଇମ୍ରାନ୍‌। ୪୮ ବର୍ଷୀୟା ବୁଶ୍ରା ସୁଫିବାଦର ପ୍ରଚାରକ ଭାବେ ଜଣାଶୁଣା। ପାକିସ୍ତାନର ପାକପାଟ୍ଟନରେ ଥିବା ବାବା ଫରିଦଙ୍କ ଶରିନରେ ବୁଶ୍ରା ରହୁଥିବାବେଳେ ସେଠାକୁ ଇମ୍ରାନ୍‌ଙ୍କ ଯିବା ଆସିବା ଲାଗି ରହିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ଦୁହିଁଙ୍କ ଭିତରେ ପ୍ରଥମେ ଆଧ୍ୟାତ୍ମିକ ସମ୍ବନ୍ଧ ଗଢ଼ିଉଠିଥିଲା। ୨୦୧୫ରୁ ସେମାନଙ୍କର ରୀତିମତ ଦେଖା ସାକ୍ଷାତ ହେଉଥିଲା। ପରବର୍ତ୍ତୀ ସମୟରେ ସେମାନେ ବିବାହ କରିନେଲେ। ଖାଓ୍ବର ମାନେକା ବୁଶ୍ରାଙ୍କ ପ୍ରଥମ ସ୍ବାମୀ। ସେ ୫ଟି ସନ୍ତାନଙ୍କ ଜନନୀ। ଚଳିତବର୍ଷ ଏପ୍ରିଲ ୧୦ରେ ଦୁହେଁ ଅଲଗା ହେବା ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଖବର ପ୍ରସାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

କଡ଼ା ଜବାବ ଦେବୁ: ଇରାନ

ତେହେରାନ, ୨୨।୮: ଇରାନର ନେତୃତ୍ୱକୁ କ୍ଷତବିକ୍ଷତ କରିବା ପାଇଁ ଆମେରିକା ଇତିହାସର ସବୁଠାରୁ କଠୋର ଆର୍ଥିକ କଟକଣା ଲଗାଇବାକୁ ଘୋଷଣା କରିବା ପରେ, ଇରାନ ଏହାର ଏକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri