ଇମ୍ରାନ ଗିରଫ…

ଇସଲାମାବାଦ,୯।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବୃଦ୍ଧି ପାଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି। ପାକିସ୍ତାନୀ ଖବରକାଗଜ ଡନ ନ୍ୟୁଜ ଏ ବିଷୟରେ ସୂଚନା ଦେଇଛି।

କୁହାଯାଉଛି, ଦୁର୍ନୀତି ଅଭିଯୋଗରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଯେତେବେଳେ ସେ କୋର୍ଟରେ ହାଜର ହେବାକୁ ଯାଉଥିଲେ ସେତେବେଳେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା। ଇମ୍ରାନଙ୍କ ସହଯୋଗୀ ଫୱାଦ ଚୌଧୁରୀ ତାଙ୍କ ଗିରଫଦାରୀକୁ ନିଶ୍ଚିତ ନକରି କହିଛନ୍ତି ଇମ୍ରାନ ଖାନଙ୍କ କାରକୁ ଘେରା ଯାଇଛି।

କୁହାଯାଉଛି, ପାକିସ୍ତାନ ରେଞ୍ଜର୍ସ ଏହି ପଦକ୍ଷେପ ନେଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଜର ହେବା ପାଇଁ ଇମ୍ରାନ ହାଇକୋର୍ଟରେ ପହଞ୍ଚିବା ପରେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଥିଲେ।
ଅନ୍ୟପକ୍ଷରେ ପିଟିଆଇ ନେତା ମୁସରାଟ ଖେମା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ସେମାନେ ଇମ୍ରାନ ଖାନଙ୍କୁ ହତ୍ୟା କରୁଛନ୍ତି। ସେମାନେ ଇମ୍ରାନ ସାହବଙ୍କ ସହିତ କିଛି କରିଛନ୍ତି। ସୂଚନା ଅନୁଯାୟୀ, ଇମ୍ରାନ ଗିରଫ ହେବା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କୋର୍ଟ ବାହାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହା ମଧ୍ୟ କୁହାଯାଉଛି  ଇମ୍ରାନ ଖାନଙ୍କ ଓକିଲ ତଥା ସମର୍ଥକଙ୍କୁ ମଧ୍ୟ ମାଡ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri