ସୁନା ଦରରେ ସୁଧାର ସୁଯୋଗ ସୃଷ୍ଟି କରିବ : ସଞ୍ଜୟ

ଭୁବନେଶ୍ୱର,୫।୪: ସୁନାର ଦର ବଢ଼ି ଚାଲିଛି ଓ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ୨୪କ୍ୟାରେଟ୍‌ର ଦର ୯୩ ହଜାର ପାରକରି ସାରିଲାଣି ଏବଂ ଏହା ପୂର୍ବ ଅନୁମାନ ଅପେକ୍ଷା ଯଥେଷ୍ଟ ଶୀଘ୍ର ଅର୍ଥାତ୍‌ ଚଳିତ ବର୍ଷ ୧ଲକ୍ଷ ଟଙ୍କା ପାର୍‌ହେବା ସମ୍ଭାବନା ଦେଖାଦେଇଛି। ଲାଲ୍‌ଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ମତରେ ଏଭଳି ପରିସ୍ଥିତିରେ ସୁନା କିଣିବା ପାଇଁ ଠିକ୍‌ ସମୟ ବାଛିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେରିକୀୟ ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣିବା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଇତ୍ୟାଦି ବିଶ୍ୱ ବଜାରରେ ସୁନାର ଦରକୁ ପ୍ରଭାବିତ କରୁଛି। ଫଳରେ ସୁନାର ଦର ୧ ଲକ୍ଷ ଟଙ୍କା ପାରହୋଇ ୧ ଲକ୍ଷ ୩୫ ହଜାର ସ୍ତରକୁ ଛୁଇଁବାର ସମ୍ଭାବନା ଦେଖାଦେଇଛି।
ତେବେ ଅକ୍ଷୟ ତୃତୀୟା ଅବସରରେ ଲାଲ୍‌ଚାନ୍ଦ ଜୁଏଲର୍ସ ଗ୍ରାହକମାନଙ୍କ ପାଇଁ ଆଣିଛନ୍ତି ସୁନା କିଣିବାର ସବୁଠୁ ସହଜ ବାଟ। ପ୍ରି-ବୁକିଂ ସୁବିଧା ଦ୍ୱାରା ଗ୍ରାହକମାନେ କିଛି ଅଗ୍ରିମ ଦେଇ ସୁନା ଦର ଲକ୍‌ କରିପାରିବେ। ଆଗକୁ କୌଣସି ଦିନ ଯଦି ସୁନା ଦରରେ ସୁଧାର ଦେଖାଦିଏ, ସେ ଦିନର ଦର ଅଥବା ଦର ବଢ଼ିଥିଲେ ବୁକିଂ ଦିନର ଦରରେ ସୁନା କିଣି ପାରିବେ। ଏହା ଗ୍ରାହକମାନଙ୍କୁ ଅସ୍ଥିର ସୁନା ଦରରୁ ସୁରକ୍ଷା ପ୍ରଦାନ କରିବ। ସୁନାରେ ନିବେଶ କରିବା ପାଇଁ ଲାଲ୍‌ଚାନ୍ଦର ପ୍ରତ୍ୟେକ ଷ୍ଟୋର୍‌ରେ ମିଳୁଛି ଏମ୍‌ଏମ୍‌ଟିସି ସ୍ବର୍ଣ୍ଣମୁଦ୍ରା। ଆଗାମୀ ଦିନରେ ରୁପା ମଧ୍ୟ ଯଥେଷ୍ଟ ବଢ଼ିବାର ସମ୍ଭାବନା ଦେଖାଦେଇଛି ବୋଲି ହଂସ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ,ଗତବର୍ଷ ପ୍ରଥମ କରି ସୁନା ଦର ଲକ୍ଷେ ଟଙ୍କା ଛୁଇଁବା କଥା ହଂସ ପୂର୍ବାନୁମାନ କରିଥିଲେ।
ବିଗତ ୩ ଦଶକର ସୁନାର ଦରକୁ ଦେଖିଲେ ଜଣାପଡ଼େ ଯେ ଭାରତରେ ସୁନାର ଦର ୨୦୦୦ ମସିହାଠାରୁ ସାମୟିକ ଉତ୍‌ଥାନ ପତନ ସତ୍ତ୍ୱେ କ୍ରମାଗତ ଭାବେ ବଢ଼ି ଚାଲିଛି। ୨୦୦୦ରେ ୧୦ଗ୍ରାମ ସୁନାର ଦର ୪,୪୦୦ ଟଙ୍କା ଥିବାବେଳେ ୨୦୨୫ରେ ୯୩ ହଜାର ଟଙ୍କାରେ ପହଞ୍ଚିଛି । ସୁନାରେ ନିବେଶକଙ୍କ ସଂଖ୍ୟା ବଢ଼ିଛି । ତେଣୁ ସୁନାର ଚାହିଦା ମଧ୍ୟ ବଢ଼ି ଚାଲିଛି। ଏବେ ସୁନାକୁ କେବଳ ଏକ ଅଳଙ୍କାର ଭାବେ ନ ଦେଖି ଲୋକେ ଏକ ଉତ୍ତମ ନିବେଶର ମାଧ୍ୟମ ଭାବେ ବିବେଚନା କରୁଛନ୍ତି। ୨୦୦୮ରେ ବିଶ୍ୱ ଅର୍ଥନୈତିକ ସଙ୍କଟ କାରଣରୁ ସୁନା ଦର ୧୩,୫୦୦ହୋଇଥିଲା। ୨୦୧୧ ଏବଂ ୨୦୨୦ରେ ଦରରେ ତୀବ୍ର ବୃଦ୍ଧି ଦେଖାଦେଇଥିଲା। ୨୦୨୦ରେ କୋଭିଡ୍‌ ପାଇଁ ସୁନାର ଦର ୫୫ ହଜାର ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri