ସୁଧୁରିବ ଟ୍ରାଫିକ୍‌ ବ୍ୟବସ୍ଥା, ଉଠିବେ ଉଠା ଦୋକାନୀ

ଅନୁଗୋଳ ଅଫିସ, ୧୫ା୪: ଅନୁଗୋଳ ସହରରେ ପାର୍କିଂ ବ୍ୟବସ୍ଥାକୁ ନେଇ ବାରମ୍ବାର ଆପତ୍ତି ଉଠିବା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ସେହିପରି ଉଠା ଦୋକାନୀଙ୍କ କାରଣରୁ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଉଥିବାରୁ ଏଥିରେ ସୁଧାର ଆଣିବାକୁ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ପେଶାଲ ସ୍କ୍ବାଡ୍‌ ଶୁକ୍ରବାର ଗଢ଼ା ଯାଇଛି। ଉପଜିଲାପାଳ ବଇତୁରା ଦୀପଙ୍କ ନେତୃତ୍ୱରେ ଏହି ସ୍କ୍ବାଡ୍‌ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରି ଉଠା ଦୋକାନୀ ଓ ବେଆଇନ୍‌ ପାର୍କିଂ କରିଥିବା ବ୍ୟକ୍ତିଙ୍କୁ ତାଗିଦ୍‌ କରିଛି। ତେବେ ଶନିବାରଠାରୁ ଚଢ଼ାଉ ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯେଉଁ ଉଠା ଦୋକାନୀ ରାସ୍ତା ପାର୍ଶ୍ୱ ଜବରଦଖଲ କରିଥିବେ ଓ ଗାଡ଼ି ବେଆଇନ୍‌ ପାର୍କିଂ ହୋଇଥିବ, ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କ୍ବାଡ୍‌ ପକ୍ଷରୁ କୁହାଯାଇଛି।
ଅନୁଗୋଳ ଉପଜିଲାପାଳ ବଇତୁରା ଦୀପଙ୍କ ନେତୃତ୍ୱରେ ଅନୁଗୋଳ ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ, ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ଟାଉନ୍‌ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କ ସହ ବିଭାଗୀୟ ଅଧିକାରୀମାନେ ବେଆଇନ୍‌ ପାର୍କିଂ ଓ ଉଠା ଦୋକାନୀ କରିଥିବା ଜାଗା ଜବର ଦଖଲର ଅନୁଧ୍ୟାନ କରିଥିଲେ। ଏମାନେ ସାଧାରଣତଃ ଥାନା ଛକ ଠାରୁ ରାଜା ଛକ, ରାଜା ଛକରୁ ମେଡିକାଲ ଛକ ଏହାପରେ ବୁଢ଼ୀ ଠାକୁରାଣୀ ଛକ ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନ ସମୟରେ ଉଠା ଦୋକାନୀଙ୍କ ପାଇଁ ଟ୍ରାଫିକ ସମସ୍ୟା ହେଉଥିବା ଜାଣିବାକୁ ପାଇଥିଲେ। ଶୁକ୍ରବାର ସେମାନଙ୍କୁ କେବଳ ତାଗିଦ୍‌ କରାଯାଇଥିବା ବେଳେ ଶନିବାରଠାରୁ ଚଢ଼ାଉ କରାଯାଇ ସାମଗ୍ରୀ ଜବତ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସହରକୁ ଉଠା ଦୋକାନୀ ମୁକ୍ତ କରାଯିବା ସହ ଟ୍ରାଫିକ୍‌ ସମସ୍ୟାକୁ ସ୍ବଭାବିକ୍‌ କରାଯିବ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ଏଣିକି ସବୁଆଡୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ। ବାରମ୍ବାର ପୌରପାଳିକା ପକ୍ଷରୁ ସେମାନଙ୍କୁ ଉଠା ଯାଉଥିଲେ ମଧ୍ୟ ସେମାନେ ପୁଣି ଆସି ପସରା ମେଲାଉଛନ୍ତି। ତେଣୁ ଉପଜିଲାପାଳଙ୍କ ନେତୃତ୍ୱରେ ଏକ ଟମ୍‌ ଗଢା ଯାଇଛି। ଏହି ଟିମ୍‌ ପ୍ରତ୍ୟେକ ଦିନ ସହରରେ ପଇଁତରା ମାରିବା ସହ ଉଠା ଦୋକାନୀ ବା ବେଆଇନ୍‌ ପାର୍କିଂ ଦେଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିଭଳି ଜେଲ ଛକରେ ମଧ୍ୟ ବସୁଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବ। ଜେଲର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri