ଅନୁଗୋଳ ଅଫିସ, ୧୫ା୪: ଅନୁଗୋଳ ସହରରେ ପାର୍କିଂ ବ୍ୟବସ୍ଥାକୁ ନେଇ ବାରମ୍ବାର ଆପତ୍ତି ଉଠିବା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ସେହିପରି ଉଠା ଦୋକାନୀଙ୍କ କାରଣରୁ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଉଥିବାରୁ ଏଥିରେ ସୁଧାର ଆଣିବାକୁ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ପେଶାଲ ସ୍କ୍ବାଡ୍ ଶୁକ୍ରବାର ଗଢ଼ା ଯାଇଛି। ଉପଜିଲାପାଳ ବଇତୁରା ଦୀପଙ୍କ ନେତୃତ୍ୱରେ ଏହି ସ୍କ୍ବାଡ୍ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରି ଉଠା ଦୋକାନୀ ଓ ବେଆଇନ୍ ପାର୍କିଂ କରିଥିବା ବ୍ୟକ୍ତିଙ୍କୁ ତାଗିଦ୍ କରିଛି। ତେବେ ଶନିବାରଠାରୁ ଚଢ଼ାଉ ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯେଉଁ ଉଠା ଦୋକାନୀ ରାସ୍ତା ପାର୍ଶ୍ୱ ଜବରଦଖଲ କରିଥିବେ ଓ ଗାଡ଼ି ବେଆଇନ୍ ପାର୍କିଂ ହୋଇଥିବ, ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କ୍ବାଡ୍ ପକ୍ଷରୁ କୁହାଯାଇଛି।
ଅନୁଗୋଳ ଉପଜିଲାପାଳ ବଇତୁରା ଦୀପଙ୍କ ନେତୃତ୍ୱରେ ଅନୁଗୋଳ ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ, ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ଟାଉନ୍ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କ ସହ ବିଭାଗୀୟ ଅଧିକାରୀମାନେ ବେଆଇନ୍ ପାର୍କିଂ ଓ ଉଠା ଦୋକାନୀ କରିଥିବା ଜାଗା ଜବର ଦଖଲର ଅନୁଧ୍ୟାନ କରିଥିଲେ। ଏମାନେ ସାଧାରଣତଃ ଥାନା ଛକ ଠାରୁ ରାଜା ଛକ, ରାଜା ଛକରୁ ମେଡିକାଲ ଛକ ଏହାପରେ ବୁଢ଼ୀ ଠାକୁରାଣୀ ଛକ ଅନୁଧ୍ୟାନ କରିଥିଲେ। ଏହି ଅନୁଧ୍ୟାନ ସମୟରେ ଉଠା ଦୋକାନୀଙ୍କ ପାଇଁ ଟ୍ରାଫିକ ସମସ୍ୟା ହେଉଥିବା ଜାଣିବାକୁ ପାଇଥିଲେ। ଶୁକ୍ରବାର ସେମାନଙ୍କୁ କେବଳ ତାଗିଦ୍ କରାଯାଇଥିବା ବେଳେ ଶନିବାରଠାରୁ ଚଢ଼ାଉ କରାଯାଇ ସାମଗ୍ରୀ ଜବତ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସହରକୁ ଉଠା ଦୋକାନୀ ମୁକ୍ତ କରାଯିବା ସହ ଟ୍ରାଫିକ୍ ସମସ୍ୟାକୁ ସ୍ବଭାବିକ୍ କରାଯିବ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ଏଣିକି ସବୁଆଡୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବ। ବାରମ୍ବାର ପୌରପାଳିକା ପକ୍ଷରୁ ସେମାନଙ୍କୁ ଉଠା ଯାଉଥିଲେ ମଧ୍ୟ ସେମାନେ ପୁଣି ଆସି ପସରା ମେଲାଉଛନ୍ତି। ତେଣୁ ଉପଜିଲାପାଳଙ୍କ ନେତୃତ୍ୱରେ ଏକ ଟମ୍ ଗଢା ଯାଇଛି। ଏହି ଟିମ୍ ପ୍ରତ୍ୟେକ ଦିନ ସହରରେ ପଇଁତରା ମାରିବା ସହ ଉଠା ଦୋକାନୀ ବା ବେଆଇନ୍ ପାର୍କିଂ ଦେଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିଭଳି ଜେଲ ଛକରେ ମଧ୍ୟ ବସୁଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବ। ଜେଲର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All
ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…
ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…
ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ
ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…
ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର
ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି
କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…
ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର
ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…
କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ
ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…
ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ
ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…
ଧରାପଡ଼ିଲେ ନକଲି ଏମ୍ଭିଆଇ
ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

