Posted inଖେଳ

ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ

କଲମ୍ବୋ,୧୩ା୯: ଭାରତ ବିପକ୍ଷ ଏସିଆ କପ୍‌ ସୁପର୍‌-୪ ମ୍ୟାଚ୍‌ରେ ଶ୍ରୀଲଙ୍କା ସ୍ପିନ ବୋଲର ଆଧିପତ୍ୟ ବିସ୍ତାର କରିଛନ୍ତି। ଶ୍ରୀଲଙ୍କାର ୩ ସ୍ପିନର ମିଳିତ ଭାବରେ ୧୦ ଉଇକେଟ ଅକ୍ତିଆର କରିବାରୁ ଭାରତ ୪୯.୧ ଓଭରରେ ୨୧୩ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ୧୦ ହଜାର ରନ୍‌ ପୂରଣ କରିଥିବା ଅଧିନାୟକ ରୋହିତ ଶର୍ମା ଭାରତ ପକ୍ଷରୁ ସଫଳ ଖେଳାଳି ଭାବରେ ୫୩ ରନ୍‌ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍‌ ଓ୍ବେଲାଲାଗେ ୫ ଉଇକେଟ ନେଇଥିଲେ। ଜବାବରେ ଖବର ପ୍ରସ୍ତୁତ ସୁଦ୍ଧା ୨୬ ଓଭରରେ ୬ ଉଇକେଟ ହରାଇ ୧୦୪ ରନ୍‌ ସଂଗ୍ରହ କରିଛି।
ରୋହିତଙ୍କ ତୃତୀୟ ଅର୍ଦ୍ଧଶତକ: ମଙ୍ଗଳବାର ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ। ଶୁବମାନ୍‌ ଗିଲ୍‌(୧୯)ଙ୍କୁ ସାଥୀ କରି ରୋହିତ ପ୍ରଥମ ଉଇକେଟରେ ୮୦ ରନ୍‌ ଯୋଡି ଭାରତକୁ ଏକ ଭଲ ଆରମ୍ଭ ପ୍ରଦାନ କରିଥିଲେ। ରୋହିତ କ୍ରମାଗତ ତୃତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପୂର୍ବରୁ ସେ ନେପାଳ ଓ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ୪୮ ବଲ୍‌ ଖେଳି ୫୩ ରନ୍‌ ସ୍କୋର କରିଥିବା ରୋହିତଙ୍କ ଇନିଂସରେ ସାମିଲ ଥିଲା ୭ ଚୌକା ଓ ୨ ଛକା। ଏହି ଇନିଂସ ସହିତ ଷଷ୍ଠ ଭାରତୀୟ ଭାବରେ ସେ ଦିନିକିଆରେ ୧୦ ହଜାର ରନ୍‌ ମଧ୍ୟ ସମ୍ପୂର୍ଣ୍ଣ କରିଥିଲେ। ତେବେ ସ୍ପିନରଙ୍କୁ ଆକ୍ରମଣକୁ ଆସିବା ପରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦୁନିଥ ଓ୍ବେଲାଲାଗେ ଲଗାତାର ୩ ଓଭରରେ ଗିଲ୍‌, ରୋହିତ ଶର୍ମା ଓ ପୂର୍ବ ମ୍ୟାଚ୍‌ର ଶତକ ହାସଲକାରୀ ବିରାଟ କୋହଲିଙ୍କୁ ଆଉଟ କରିଥିଲେ। ୯୧ ରନ୍‌ରେ ୩ ଉଇକେଟ ହରାଇବା ପରେ ଲୋକେଶ ରାହୁଲ(୩୯) ଓ ଇଶାନ କିଶନ(୩୩) ଚତୁର୍ଥ ଉଇକେଟରେ ୬୩ ରନ୍‌ ଯୋଡିଥିଲେ। ରାହୁଲ ୪୪ ବଲ୍‌ ଖେଳି ୨ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ କିଶନ ୬୧ ବଲ୍‌ ଖେଳି ୧ଚୌକା ଓ ୧ ଛକା ମାରିଥିଲେ।
ସ୍ପିନରଙ୍କୁ ୧୦ ଉଇକେଟ: ଶ୍ରୀଲଙ୍କାର ସ୍ପିନର ୧୦ ଉଇକେଟ ଅକ୍ତିଆର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଷଷ୍ଠ ଥର ପାଇଁ ଏଭଳି ଘଟିଥିଲା। ଦୁନିଥ ଓ୍ବେଲାଲାଗେ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଥିଲେ। ଅନ୍ୟ ପକ୍ଷରେ ପାର୍ଟ ଟାଇମ ସ୍ପିନର ଚରିଥ୍‌ ଅସଲଙ୍କା ୪ ଉଇକେଟ ନେଇଥିଲେ। ଏକଦା ୧୭୦ ରନ୍‌ରେ ୪ ଉଇକେଟ ହରାଇଥିବା ଭାରତ ଅନ୍ତିମ ୬ ଉଇକେଟ ମାତ୍ର ୪୩ ରନରେ ହରାଇଥିଲା। ଅକ୍ଷର ପଟେଲ ୨୬ ରନ୍‌ କରିବା ସହିତ ୧୦ମ ଉଇକେଟରେ ମହମ୍ମଦ ସିରାଜ(୫*)ଙ୍କ ସହ ୨୭ ରନ୍‌ ଯୋଡିଥିଲେ। ଭାରତୀୟ ଦଳ ୨୧୩ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
୨୧୪ ରନର ପିଛା କରୁଥିବା ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶପ୍ରୀତ୍‌ ବୁମରା ଓ ମହମ୍ମଦ ସିରାଜ ଘାତକ ବୋଲିଂ କରିବାରୁ ଶ୍ରୀଲଙ୍କା ମାତ୍ର ୨୫ ରନ୍‌ରେ ୩ ଉଇକେଟ ହରାଇଥିଲା। ପାଥୁମ ନିଶଙ୍କା(୬), ଦିମୁଥ କରୁଣାରତ୍ନେ(୨) ଓ କୁଶାଲ ମେଣ୍ଡିସ୍‌(୧୫) ସହଜରେ ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ୪୩ ରନ୍‌ ଯୋଡି ଇନିଂସ ସଜାଡିବାକୁ ପ୍ରୟାସ କରିଥିଲେ ସାଦିରା ସମରବିକ୍ରମା(୧୭) ଓ ଚରିଥ ଅସଲଙ୍କା(୪୩)। ଉଭୟ ଖେଳାଳିଙ୍କୁ ଦୁଇ ଓଭର ମଧ୍ୟରେ ଆଟ କରିଥିଲେ କୁଲଦୀପ୍‌ ଯାଦବ। ଖବର ପ୍ରସ୍ତୁତ ସୁଦ୍ଧା ଶ୍ରୀଲଙ୍କା ୨୬ ଓଭରରେ ୬ ଉଇକେଟ ହରାଇ ୧୦୪ ରନ୍‌ ସଂଗ୍ରହ କରିଛି। ଧନଞ୍ଜୟ ଡି ସିଲ୍‌ଭା ୨୨ ଓ ଓ୍ବେଲାଲାଗେ ୩ ରନ୍‌ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍‌ରା ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୪୯.୧ ଓଭର ୨୧୩/୧୦ (ରୋହିତ ଶର୍ମା-୫୩, ଲୋକେଶ ରାହୁଲ-୩୯,ଇଶାନ କିଶନ-୩୩, ଦୁନିଥ ଓ୍ବେଲାଲାଗେ-୫/୪୦, ଚରିଥ୍‌ ଅସଲଙ୍କା-୪/୧୮, ମହୀଷ ଥିକ୍‌ସାନା-୧/୪୧)। ଶ୍ରୀଲଙ୍କା ୨୬ ଓଭରରେ ୧୦୪/୬ (ଧନଞ୍ଜୟ ଡି ସିଲ୍‌ଭା-୨୨*, ଚରିଥ୍‌ ଅସଲଙ୍କା-୨୨, ସାଦିରା ସମରବିକ୍ରମା-୧୭, ଯଶପ୍ରୀତ୍‌ ବୁମରା-୨/୨୧, କୁଲଦୀପ ଯାଦବ-୨/୨୫, ମହମ୍ମଦ ସିରାଜ-୧/୧୭)।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?