୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍‌ ଛୁଇଁବ

ନୂଆଦିଲ୍ଲୀ,୪।୧୨:ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି। ଏପରିକି ସୋଲାର ପ୍ୟାନେଲ ଓ ମଡ୍ୟୁଲ ପାଇଁ ଆନାଡାଇଜଡ ଆଲୁମିନିୟମ ଫ୍ରେମ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ କରିବା ନିଷ୍ପତ୍ତିକୁ ଆଲୁମିନିୟମ ଆସୋସିଏଶନ ଅଫ ଇଣ୍ଡିଆ (ଏଏଆଇ) ସ୍ବାଗତ କରିଛି। ଯେହେତୁ ଏହା ବ୍ୟାପକ ଘରୋଇ ବଜାର ପ୍ରବେଶ ସହିତ ସେମାନଙ୍କୁ ଆଲୁମିନିୟମ ଉଦ୍ୟୋଗ ଲାଗି ସହାୟତା ପ୍ରଦାନ କରିବ।
୨୦୨୫ ବଜେଟ ରନଅପରେ ଆମଦାନୀରୁ ଅଧିକ ଶକ୍ତିଶାଳୀ ବଜାର ପ୍ରବେଶକୁ ସୁଗମ କରିବାରେ ଆଲୁମିନିୟମ ଶିଳ୍ପ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହା ନୂଆ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି, ଏମ୍‌ଏସ୍‌ଏମଇ ଅଭିବୃଦ୍ଧି ଓ ସାମାଜିକ ଅର୍ଥନୈତିକ ବିକାଶରେ ସହାୟକ ହେବ।
ଘରୋଇ ଆଲୁମିନିୟମ ଶିଳ୍ପ, ଆଲୁମିନିୟମ ଆମଦାନୀରେ ବହୁଳ ଭାବେ ପ୍ରାଥମିକ ଓ ଡାଉନଷ୍ଟ୍ରିମ ଉପତ୍ାଦକୁ ବଜାରରେ ବୈଦେଶିକ ସ୍କ୍ରାପ ଗଠନ କରୁଥିବାବେଳେ ଏହି ପ୍ରସଙ୍ଗରେ ପ୍ରତିନିଧିତ୍ୱ ଦାଖଲ କରାଯାଇଛି। ଏପରିକି ପ୍ରାଥମିକ ଓ ଡାଉନଷ୍ଟ୍ରିମ ଉପତ୍ାଦ ଉପରେ ୭.୫% ରୁ ୧୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଓ ଅଧିକ ଗୁଣାତ୍ମକ ସୁରକ୍ଷା ପାଇଁ ଆଲୁମିନିୟମ ସ୍କ୍ରାପ ଉପରେ ୭.୫% ସମାନ ଡ୍ୟୁଟି ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି।
ଅତ୍ୟଧିକ ଆମଦାନୀ କ୍ଷତିକାରକ ପ୍ରଭାବକୁ ଚିହ୍ନଟ କରି ଅର୍ଥ ମନ୍ତ୍ରଣାଳୟ ଏହି ନୂଆ ବିଜ୍ଞପ୍ତିରେ ଆଣ୍ଟିି ଡମ୍ପିଂ ଡ୍ୟୁଟିନୋଟ ଘୋଷଣା କରିଛି। ଉକ୍ତ ବିଜ୍ଞପ୍ତି ଅନୁସାରେ ଲାଗୁ ହୋଇଥିବା ଆଣ୍ଟି ଡମ୍ପିଂ ଡ୍ୟୁଟି ପ୍ରଭାବଶାଳୀ ଓ ଏହା ୫ ବର୍ଷ ପାଇଁ କାର୍ଯ୍ୟ କରିବ। ଏହାର ଚାହିଦା ବୃଦ୍ଧି ସହ ୨୦୩୦ ସୁଦ୍ଧା ୧୦ ନିୟୁତ ଟନ ଛୁଇଁବ ବୋଲି ଆଶା କରାଯାଉଛି।
ଆଲୁମିନିୟମ ଆମଦାନୀ ବର୍ତ୍ତମାନ ଭାରତର ମୋଟ ଚାହିଦାର ୫୪% ରହିଥିଲାବେଳେ ଏହା ୫୬.୨୯୧ କୋଟି ବା ଭାରତର ମୋଟ ଆମଦାନୀ ବିଲର ୧% ଏକ ଫୋରେକ୍ସ ଆଉଟଗୋକୁ ପ୍ରତିନିଧିତ୍ୱ କରୁଛି।
ଉନ୍ନତ ଅର୍ଥ ବ୍ୟବସ୍ଥାରେ ଏହା ବିଶ୍ୱସ୍ତରୀୟ ଧାରାକୁ ବିରୋଧ କରିବ। ଯେଉଁମାନେ ଆଲୁମିନିୟମ ଶିଳ୍ପକୁ ରଣନୀତିକ ଉତ୍ସ ଭାବେ ସୁରକ୍ଷା ଦେବା ଲାଗି ପଦକ୍ଷେପ ନେଇଛନ୍ତି।
ଉଦାହରଣ ସ୍ବରୂପ ଆଲୁମିନିୟମ ଆମଦାନୀ ଉପରେ ୟୁଏସ ପୂର୍ବରୁ ୧୦% ଶୁଳ୍କ ଲାଗୁ କରିଥିଲାବେଳେ ଚାଇନା ଆମେରିକାରୁ ଆଲୁମିନିୟମ ସ୍କ୍ରାପ ଆମଦାନୀ ଉପରେ ୨୫% ଶୁଳ୍କ ଲାଗୁ କରିଛି, ଏଥିରେ ଅତିରିକ୍ତ ପ୍ରତିବନ୍ଧକ ମଧ୍ୟ ରହିଛି। ଭାରତ ସର୍ବବୃହତ ଆଲୁମିନିୟମ ସ୍କ୍ରାପ ଆମଦାନୀକାରୀ ଭାବେ ଚାଇନାକୁ ଅତିକ୍ରମ କରିଛି, ଯାହା ଘରୋଇ ଆଲୁମିନିୟମ ଶିଳ୍ପ ଅଭିବୃଦ୍ଧିରେ ବାଧା ସୃଷ୍ଟି କରୁଛି।
ଏହିପରି ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ କରିବା ଲାଗି ସବୁ ଆଲୁମିନିୟମ ଘରୋଇ ଶିଳ୍ପର ଅଭିବୃଦ୍ଧି ପାଇଁ ଏହା ଏକ ସକାରାତ୍ମକ ପଦକ୍ଷେପ ହେବ।
ଏ ନେଇ ଆଲୁମିନିୟମ ସଂଘ କହିଛି, ଏହା ଲାଗୁ କରିବା ଲାଗି ଅନେକ ପ୍ରୟାସ କରାଯାଇଥିଲା। ଏପରିକି ଭାରତରେ ଏକ ଆତ୍ମନିର୍ଭରଶୀଳ ତଥା ପ୍ରତିଯୋଗୀ ଆଲୁମିନିୟମ ଶିଳ୍ପ ପ୍ରତିପାଦନ କରିବା ସହିତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଆଗାମୀ ବଜେଟରେ ଘରୋଇ ଆଲୁମିନିୟମ ଶିଳ୍ପକୁ ସଶକ୍ତ କରିବା ଲାଗି ସେମାନେ ଆଶାବାଦୀ ଅଛନ୍ତି, ସେମାନଙ୍କ ଚାହିଦା ପୂରଣ ଓ ସେମାନଙ୍କୁ ଅତିରିକ୍ତ କ୍ଷମତା ବିନିଯୋଗ କରିବାକୁ ମଧ୍ୟ ଉତ୍ସାହିତ କରିବ।
ନୂଆ କରି ଲାଗୁ ହୋଇଥିବା ଆଣ୍ଟି ଡମ୍ପିଂ ଡ୍ୟୁଟି ଆଲୁମିନିୟମର ମୂଲ୍ୟଯୋଗକୁ ପ୍ରୋତ୍ସାହିତ କରିବ। ଏପରିକି ଏକ ବିକଶିତ ଭାରତ ଗଠନ ଦିଗରେ ସରକାରଙ୍କ ସକାରାତ୍ମକ ପଦକ୍ଷେପ ଗ୍ରହଣ ବହୁତ ଜରୁରୀ ବୋଲି ସଂଘ ମତ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri