ଶେୟାର ବଜାର କାରବାରରେ ଉତ୍ସାହ

ମୁମ୍ବାଇ,୪।୧୨:କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୫୯୮ (୫୯୭.୬୭) ପଏଣ୍ଟ ବଢି ୮୦,୮୪୬ (୮୦,୮୪୫.୭୫) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୧୮୧ (୧୮୧.୧୦) ପଏଣ୍ଟ ବୃଦ୍ଧି ଘଟି ୨୪,୪୫୭ (୨୪,୪୫୭.୧୫) ଅଙ୍କରେ କାରବାର ଶେଷ ହୋଇଥିଲା। ବିଏସ୍‌ଇ ସେନ୍‌ସେକ୍ସର ମିଡ୍‌କ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡ଼ିକର ଇଣ୍ଡେକ୍ସ ସହ ଏନ୍‌ଏସ୍‌ଇ ନିଫ୍ଟି ମିଡକ୍ୟାପ,ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission: ଏହି ରାଜ୍ୟରେ ପ୍ରଥମେ ବଢିବ କର୍ମଚାରୀଙ୍କ ଦରମା? ଜାଣନ୍ତୁ କେତେ ବଢିବ

ନୂଆଦିଲ୍ଲୀ,୧୯।୧: ଭାରତ ସରକାର ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନଶନ ସଂଶୋଧନ କରିବା ପାଇଁ ପ୍ରତି ୧୦ ବର୍ଷରେ ଏକ ବେତନ ଆୟୋଗ ଗଠନ...

ନିଯୁକ୍ତିଦାତାଙ୍କ ମଞ୍ଜୁରୀ ବିନା କରିହେବ EPF ସ୍ଥାନାନ୍ତର

ନୂଆଦିଲ୍ଲୀ,୧୯ା୧: ନିଯୁକ୍ତିଦାତାଙ୍କ ବିନା ଯାଞ୍ଚ ଏବଂ ଅନୁମୋଦନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ୭.୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ସେମାନଙ୍କ ନାମ, ଜନ୍ମତାରିଖ ଆଦି ଅନ୍‌ଲାଇନରେ...

ଚାକିରି ଜୀବନ ମଝିରେ ଏତେ ବର୍ଷ ରହିଛନ୍ତି ବେରୋଜଗାର? କେମିତି ମିଳିବ ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଯଦି ଆପଣ ଜଣେ ବେତନଭୋଗୀ ବ୍ୟକ୍ତି ଏବଂ EPFO ରେ ଅବଦାନ ଦେଉଛନ୍ତି, ତେବେ ଏହା ଆପଣଙ୍କର ଅବସର ପରବର୍ତ୍ତୀ ସୁରକ୍ଷା ସୁନିଶ୍ଚିତ କରେ।...

ଶୂନ୍ୟ ନିର୍ଗମନକୁ ଆଦିତ୍ୟ ଆଲୁମିନିୟମର ଗୁରୁତ୍ୱ

ଭୁବନେଶ୍ୱର,୧୮ା୧(ଅନୁରାଧା ମହାରଣା): ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସହଯୋଗୀ କମ୍ପାନୀ ଆଦିତ୍ୟ ଆଲୁମିନିୟମ ତାହାର ଲପଙ୍ଗାସ୍ଥିତ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ ନିକଟସ୍ଥ ସିମେଣ୍ଟ ପ୍ଲାଣ୍ଟକୁ ଯୋଗାଣ...

୨୦୨୪ରେ ରିଲାଏନ୍ସ ରିଟେଲର ୭୭୯ ନୂଆ ଷ୍ଟୋର

ମୁମ୍ବାଇ,୧୮।୧(ଅଭୟ ଦାଶ): ୨୦୨୪ କ୍ୟାଲେଣ୍ଡର ଇୟରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ମୋଟ ୭୭୯ ନୂଆ ଷ୍ଟୋର ଖୋଲିଛି। ଏହାର ଅର୍ଥ ହେଉଛି କମ୍ପାନୀ...

ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୧୮।୧: ବର୍ତ୍ତମାନ ସାରା ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଏପରିକି ବିବାହ ସାଙ୍ଗକୁ ଅନ୍ୟାନ୍ୟ ଶୁଭକାର୍ଯ୍ୟରେ ସବୁବର୍ଗର ଲୋକ ଅଳ୍ପ ବହୁତ ସୁନା ଓ...

ଭାରତର ଅଭିବୃଦ୍ଧି ୬.୭% ରହିବ: ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୭।୧: ଆଗାମୀ ୨ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ବାର୍ଷିକ ୬.୭ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କର ସଦ୍ୟତମ ଅଭିବୃଦ୍ଧି ଆକଳନରେ କୁହାଯାଇଛି।...

୧୦୫ ପ୍ରକଳ୍ପରେ ୪.୮ ନିୟୁତ ଟଙ୍କା ନିବେଶ

ଭୁବନେଶ୍ୱର,୧୭।୧ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri