୨୦୩୦ ସୁଦ୍ଧା ଆମଦାନୀ ୧୦ ନିୟୁତ ଟନ୍‌ ଛୁଇଁବ

ନୂଆଦିଲ୍ଲୀ,୪।୧୨:ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି। ଏପରିକି ସୋଲାର ପ୍ୟାନେଲ ଓ ମଡ୍ୟୁଲ ପାଇଁ ଆନାଡାଇଜଡ ଆଲୁମିନିୟମ ଫ୍ରେମ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ କରିବା ନିଷ୍ପତ୍ତିକୁ ଆଲୁମିନିୟମ ଆସୋସିଏଶନ ଅଫ ଇଣ୍ଡିଆ (ଏଏଆଇ) ସ୍ବାଗତ କରିଛି। ଯେହେତୁ ଏହା ବ୍ୟାପକ ଘରୋଇ ବଜାର ପ୍ରବେଶ ସହିତ ସେମାନଙ୍କୁ ଆଲୁମିନିୟମ ଉଦ୍ୟୋଗ ଲାଗି ସହାୟତା ପ୍ରଦାନ କରିବ।
୨୦୨୫ ବଜେଟ ରନଅପରେ ଆମଦାନୀରୁ ଅଧିକ ଶକ୍ତିଶାଳୀ ବଜାର ପ୍ରବେଶକୁ ସୁଗମ କରିବାରେ ଆଲୁମିନିୟମ ଶିଳ୍ପ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହା ନୂଆ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି, ଏମ୍‌ଏସ୍‌ଏମଇ ଅଭିବୃଦ୍ଧି ଓ ସାମାଜିକ ଅର୍ଥନୈତିକ ବିକାଶରେ ସହାୟକ ହେବ।
ଘରୋଇ ଆଲୁମିନିୟମ ଶିଳ୍ପ, ଆଲୁମିନିୟମ ଆମଦାନୀରେ ବହୁଳ ଭାବେ ପ୍ରାଥମିକ ଓ ଡାଉନଷ୍ଟ୍ରିମ ଉପତ୍ାଦକୁ ବଜାରରେ ବୈଦେଶିକ ସ୍କ୍ରାପ ଗଠନ କରୁଥିବାବେଳେ ଏହି ପ୍ରସଙ୍ଗରେ ପ୍ରତିନିଧିତ୍ୱ ଦାଖଲ କରାଯାଇଛି। ଏପରିକି ପ୍ରାଥମିକ ଓ ଡାଉନଷ୍ଟ୍ରିମ ଉପତ୍ାଦ ଉପରେ ୭.୫% ରୁ ୧୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଓ ଅଧିକ ଗୁଣାତ୍ମକ ସୁରକ୍ଷା ପାଇଁ ଆଲୁମିନିୟମ ସ୍କ୍ରାପ ଉପରେ ୭.୫% ସମାନ ଡ୍ୟୁଟି ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି।
ଅତ୍ୟଧିକ ଆମଦାନୀ କ୍ଷତିକାରକ ପ୍ରଭାବକୁ ଚିହ୍ନଟ କରି ଅର୍ଥ ମନ୍ତ୍ରଣାଳୟ ଏହି ନୂଆ ବିଜ୍ଞପ୍ତିରେ ଆଣ୍ଟିି ଡମ୍ପିଂ ଡ୍ୟୁଟିନୋଟ ଘୋଷଣା କରିଛି। ଉକ୍ତ ବିଜ୍ଞପ୍ତି ଅନୁସାରେ ଲାଗୁ ହୋଇଥିବା ଆଣ୍ଟି ଡମ୍ପିଂ ଡ୍ୟୁଟି ପ୍ରଭାବଶାଳୀ ଓ ଏହା ୫ ବର୍ଷ ପାଇଁ କାର୍ଯ୍ୟ କରିବ। ଏହାର ଚାହିଦା ବୃଦ୍ଧି ସହ ୨୦୩୦ ସୁଦ୍ଧା ୧୦ ନିୟୁତ ଟନ ଛୁଇଁବ ବୋଲି ଆଶା କରାଯାଉଛି।
ଆଲୁମିନିୟମ ଆମଦାନୀ ବର୍ତ୍ତମାନ ଭାରତର ମୋଟ ଚାହିଦାର ୫୪% ରହିଥିଲାବେଳେ ଏହା ୫୬.୨୯୧ କୋଟି ବା ଭାରତର ମୋଟ ଆମଦାନୀ ବିଲର ୧% ଏକ ଫୋରେକ୍ସ ଆଉଟଗୋକୁ ପ୍ରତିନିଧିତ୍ୱ କରୁଛି।
ଉନ୍ନତ ଅର୍ଥ ବ୍ୟବସ୍ଥାରେ ଏହା ବିଶ୍ୱସ୍ତରୀୟ ଧାରାକୁ ବିରୋଧ କରିବ। ଯେଉଁମାନେ ଆଲୁମିନିୟମ ଶିଳ୍ପକୁ ରଣନୀତିକ ଉତ୍ସ ଭାବେ ସୁରକ୍ଷା ଦେବା ଲାଗି ପଦକ୍ଷେପ ନେଇଛନ୍ତି।
ଉଦାହରଣ ସ୍ବରୂପ ଆଲୁମିନିୟମ ଆମଦାନୀ ଉପରେ ୟୁଏସ ପୂର୍ବରୁ ୧୦% ଶୁଳ୍କ ଲାଗୁ କରିଥିଲାବେଳେ ଚାଇନା ଆମେରିକାରୁ ଆଲୁମିନିୟମ ସ୍କ୍ରାପ ଆମଦାନୀ ଉପରେ ୨୫% ଶୁଳ୍କ ଲାଗୁ କରିଛି, ଏଥିରେ ଅତିରିକ୍ତ ପ୍ରତିବନ୍ଧକ ମଧ୍ୟ ରହିଛି। ଭାରତ ସର୍ବବୃହତ ଆଲୁମିନିୟମ ସ୍କ୍ରାପ ଆମଦାନୀକାରୀ ଭାବେ ଚାଇନାକୁ ଅତିକ୍ରମ କରିଛି, ଯାହା ଘରୋଇ ଆଲୁମିନିୟମ ଶିଳ୍ପ ଅଭିବୃଦ୍ଧିରେ ବାଧା ସୃଷ୍ଟି କରୁଛି।
ଏହିପରି ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ କରିବା ଲାଗି ସବୁ ଆଲୁମିନିୟମ ଘରୋଇ ଶିଳ୍ପର ଅଭିବୃଦ୍ଧି ପାଇଁ ଏହା ଏକ ସକାରାତ୍ମକ ପଦକ୍ଷେପ ହେବ।
ଏ ନେଇ ଆଲୁମିନିୟମ ସଂଘ କହିଛି, ଏହା ଲାଗୁ କରିବା ଲାଗି ଅନେକ ପ୍ରୟାସ କରାଯାଇଥିଲା। ଏପରିକି ଭାରତରେ ଏକ ଆତ୍ମନିର୍ଭରଶୀଳ ତଥା ପ୍ରତିଯୋଗୀ ଆଲୁମିନିୟମ ଶିଳ୍ପ ପ୍ରତିପାଦନ କରିବା ସହିତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଆଗାମୀ ବଜେଟରେ ଘରୋଇ ଆଲୁମିନିୟମ ଶିଳ୍ପକୁ ସଶକ୍ତ କରିବା ଲାଗି ସେମାନେ ଆଶାବାଦୀ ଅଛନ୍ତି, ସେମାନଙ୍କ ଚାହିଦା ପୂରଣ ଓ ସେମାନଙ୍କୁ ଅତିରିକ୍ତ କ୍ଷମତା ବିନିଯୋଗ କରିବାକୁ ମଧ୍ୟ ଉତ୍ସାହିତ କରିବ।
ନୂଆ କରି ଲାଗୁ ହୋଇଥିବା ଆଣ୍ଟି ଡମ୍ପିଂ ଡ୍ୟୁଟି ଆଲୁମିନିୟମର ମୂଲ୍ୟଯୋଗକୁ ପ୍ରୋତ୍ସାହିତ କରିବ। ଏପରିକି ଏକ ବିକଶିତ ଭାରତ ଗଠନ ଦିଗରେ ସରକାରଙ୍କ ସକାରାତ୍ମକ ପଦକ୍ଷେପ ଗ୍ରହଣ ବହୁତ ଜରୁରୀ ବୋଲି ସଂଘ ମତ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission: ଏହି ରାଜ୍ୟରେ ପ୍ରଥମେ ବଢିବ କର୍ମଚାରୀଙ୍କ ଦରମା? ଜାଣନ୍ତୁ କେତେ ବଢିବ

ନୂଆଦିଲ୍ଲୀ,୧୯।୧: ଭାରତ ସରକାର ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନଶନ ସଂଶୋଧନ କରିବା ପାଇଁ ପ୍ରତି ୧୦ ବର୍ଷରେ ଏକ ବେତନ ଆୟୋଗ ଗଠନ...

ନିଯୁକ୍ତିଦାତାଙ୍କ ମଞ୍ଜୁରୀ ବିନା କରିହେବ EPF ସ୍ଥାନାନ୍ତର

ନୂଆଦିଲ୍ଲୀ,୧୯ା୧: ନିଯୁକ୍ତିଦାତାଙ୍କ ବିନା ଯାଞ୍ଚ ଏବଂ ଅନୁମୋଦନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ୭.୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ସେମାନଙ୍କ ନାମ, ଜନ୍ମତାରିଖ ଆଦି ଅନ୍‌ଲାଇନରେ...

ଚାକିରି ଜୀବନ ମଝିରେ ଏତେ ବର୍ଷ ରହିଛନ୍ତି ବେରୋଜଗାର? କେମିତି ମିଳିବ ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଯଦି ଆପଣ ଜଣେ ବେତନଭୋଗୀ ବ୍ୟକ୍ତି ଏବଂ EPFO ରେ ଅବଦାନ ଦେଉଛନ୍ତି, ତେବେ ଏହା ଆପଣଙ୍କର ଅବସର ପରବର୍ତ୍ତୀ ସୁରକ୍ଷା ସୁନିଶ୍ଚିତ କରେ।...

ଶୂନ୍ୟ ନିର୍ଗମନକୁ ଆଦିତ୍ୟ ଆଲୁମିନିୟମର ଗୁରୁତ୍ୱ

ଭୁବନେଶ୍ୱର,୧୮ା୧(ଅନୁରାଧା ମହାରଣା): ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସହଯୋଗୀ କମ୍ପାନୀ ଆଦିତ୍ୟ ଆଲୁମିନିୟମ ତାହାର ଲପଙ୍ଗାସ୍ଥିତ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ ନିକଟସ୍ଥ ସିମେଣ୍ଟ ପ୍ଲାଣ୍ଟକୁ ଯୋଗାଣ...

୨୦୨୪ରେ ରିଲାଏନ୍ସ ରିଟେଲର ୭୭୯ ନୂଆ ଷ୍ଟୋର

ମୁମ୍ବାଇ,୧୮।୧(ଅଭୟ ଦାଶ): ୨୦୨୪ କ୍ୟାଲେଣ୍ଡର ଇୟରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ମୋଟ ୭୭୯ ନୂଆ ଷ୍ଟୋର ଖୋଲିଛି। ଏହାର ଅର୍ଥ ହେଉଛି କମ୍ପାନୀ...

ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୧୮।୧: ବର୍ତ୍ତମାନ ସାରା ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଏପରିକି ବିବାହ ସାଙ୍ଗକୁ ଅନ୍ୟାନ୍ୟ ଶୁଭକାର୍ଯ୍ୟରେ ସବୁବର୍ଗର ଲୋକ ଅଳ୍ପ ବହୁତ ସୁନା ଓ...

ଭାରତର ଅଭିବୃଦ୍ଧି ୬.୭% ରହିବ: ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୭।୧: ଆଗାମୀ ୨ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ବାର୍ଷିକ ୬.୭ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କର ସଦ୍ୟତମ ଅଭିବୃଦ୍ଧି ଆକଳନରେ କୁହାଯାଇଛି।...

୧୦୫ ପ୍ରକଳ୍ପରେ ୪.୮ ନିୟୁତ ଟଙ୍କା ନିବେଶ

ଭୁବନେଶ୍ୱର,୧୭।୧ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri