ରଥଯାତ୍ରାରେ ଟ୍ରାଫିକ, ଗାଡ଼ି ନିୟନ୍ତ୍ରଣକୁ ଗୁରୁତ୍ୱ

ପୁରୀ ଅଫିସ,୨୮ା୫: ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ ପକ୍ଷରୁ ଏକ ସମନ୍ବୟ ବୈଠକ ଆଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ରଥ ଯାତ୍ରା କିପରି ଶାନ୍ତିଶୃଙ୍ଖଳାରେ ସୁଚାରୁ ରୂପେ ପାଳନ କରାଯିବ ସେନେଇ ଆଲୋଚନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଉପସ୍ଥିତ ଥିବା ଉପ ଆରକ୍ଷୀ ଅଧୀକ୍ଷକ, ଟ୍ରାଫିକ ଆରକ୍ଷୀ ଅଧିକାରୀ, ଟ୍ରାଫିକ ନିରୀକ୍ଷକ, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ, ଟ୍ରାଫିକ ଥାନା ଅଧିକାରୀ, କୁମ୍ଭାରପଡ଼ା ଥାନା ଅଧିକାରୀ, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଏମଭିଆଇ ବାମଦେବ ସାହୁ, ସହକାରୀ ଏମ୍‌ଭିଆଇ ଏବଂ ବିଭିନ୍ନ ବସ ସଂଘ କର୍ମକର୍ତ୍ତାମାନେ ବୈଠକରେ ଯୋଗଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପଟ୍ଟନାୟକ ମତ ରଖି ଥିଲେ। ପାର୍କିଂ ନେଇ ଗାଡିଗୁଡ଼ିକରେ ମୂଲ୍ୟ ନିର୍ଦ୍ଧାରଣ ସୂଚୀ ଲଗାଇବା, ଭଡା ବାବଦରେ ଉଚିତ ମୂଲ୍ୟ ରଖିବା ବିଷୟ ମୁଖ୍ୟ ଆଲୋଚନା ରହିଥିଲା। ଏଥିପାଇଁ ସଂଘର କର୍ମକର୍ତ୍ତାମାନେ ପରିବହନ ଅଧିକାରୀଙ୍କୁ ୩ଦିନ ସମୟ ମାଗିଛନ୍ତି। ନଚେତ ଉପରିସ୍ଥ ଅଧିକାରୀଙ୍କ କଥା ବା ନିର୍ଦେଶକୁ ଯଦି ଖିଲାପ କରାଯାଏ ତେବେ ସେମାନଙ୍କ ଉପରେ ଦୃଢ଼ କାଯର୍‌ୟାନୁଷ୍ଠାନ ନିଆଯିବ ବୋଲି ପଟ୍ଟନାୟକ ସମ୍ମିଳନୀରେ କହିଛନ୍ତି। କିଭଳି ଭାବରେ ବସ୍‌ଷ୍ଟାଣ୍ଡକୁ ଗାଡି ଠିକ୍‌ ସମୟରେ ଏବଂ ଠିକ୍‌ ସମୟରେ ଗାଡି ଛାଡିବା ଏବଂ ଯାତ୍ରା ସମୟରେ କୌଣସି ବିଶୃଙ୍ଖଳା ସୃଷ୍ଟି ନ ହେବ ସେଥିପ୍ରତି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଦୁର୍ଘଟଣା ହ୍ରାସ ପାଇଁ ସମେତ ଭକ୍ତ ଶ୍ରଦ୍ଧାଳୁ ଯେମିତି ଠକାମିର ଶିକାର ନ ହେବେ ସେଥିପ୍ରତି ବିଭାଗ ତୀକ୍ଷ୍ଣ ନଜର ଦେବାକୁ ଏନଫୋ୍ଫର୍ସମେଣ୍ଟ ଷ୍ଟାଫକୁ ନିର୍ଦ୍ଦେଶ ଦିଆଯାଇଥିବା ସହ ଯାତ୍ରା ସମୟରେ ଗାଡି ଚେକିଂକୁ ଆହୁରି କଡା କରାଯିବ ବୋଲି ଆର୍‌ଟିଓ ପଟ୍ଟନାୟକ ବୈଠକରେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri