Posted inUncategorized

ବଳିଦାନର ମହତ୍ତ୍ୱ

ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ଶୁଭ ଶୁକ୍ରବାର ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ କପୋଳକଳ୍ପିତ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରଭୁ ଯିଶୁ କ୍ରୁଶବିଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ବାଇବେଲ କହେ, ‘ସମସ୍ତେ ପାପ କରି ଈଶ୍ୱରଙ୍କ ମହିମାରୁ ଊତା ପଡ଼ି ଅଛନ୍ତି। ମନୁଷ୍ୟର ‘ପାପ କ୍ଷମା ନିମନ୍ତେ ବୃଷ ଓ ଛାଗଳର ରକ୍ତରେ ପାପ କ୍ଷମା ଅସମ୍ଭବ’। ଅର୍ଥାତ୍‌ ବିନା ରକ୍ତପାତରେ ପାପ କ୍ଷମା ଅସମ୍ଭବ। ଅତଏବ ପାପ କ୍ଷମା ପାଇଁ ପବିତ୍ର ବଳିଦାନ ଜରୁରୀ ଥିଲା। ପ୍ରଶ୍ନ ହୋଇପାରେ, ଯିଶୁଖ୍ରୀଷ୍ଟ ଯଦି ପ୍ରଭୁ, ତା’ହେଲେ ତାଙ୍କ ଆଦେଶରେ ହିଁ ପାପ କ୍ଷମା ହୋଇପାରିଥାନ୍ତା। ସେ କାହିଁକି ମୃତ୍ୟୁ ଭୋଗ କଲେ। ବାଇବେଲ କହେ, ‘ପଶୁପକ୍ଷୀର ବଳିଦାନରେ ପାପ କ୍ଷମା ଅସମ୍ଭବ’। ପବିତ୍ର ରକ୍ତର ହିଁ ଆବଶ୍ୟକତା ଜରୁରୀ ଥିଲା। ତା’ ବ୍ୟତୀତ ବାଇବେଲ କହେ, ‘ପ୍ରଭୁ ଯିଶୁ କହିଲେ, ମୋର ସୁରକ୍ଷା ନିମନ୍ତେ ପିତା ଈଶ୍ୱରଙ୍କୁ ନିବେଦନ କରିଥିଲେ ସେ ବାହିନୀଗଣ ଦୂତ ପଠାଇଥାନ୍ତେ । କିନ୍ତୁ ଧର୍ମଶାସ୍ତ୍ର ଅନୁସାରେ, ଆଇନଗତ ଆବଶ୍ୟକତା ଓ ଧର୍ମଶାସ୍ତ୍ରର ଭବିଷ୍ୟତ ବାର୍ତ୍ତା ଯେପରି ସଫଳ ହେବ, ସେଥିପାଇଁ ପ୍ରଭୁ ଯିଶୁ ବଳିକୃତ ହେବା ପାଇଁ ସୁଯୋଗ ଦେଲେ। ପୁଣି ବାଇବେଲ କହେ, ”ଯେଉଁମାନେ ନୂତନ ନିୟମ ସ୍ଥାପନ କରନ୍ତି, ସେହି ନୂତନ ନିୟମକୁ କାଏମ କରିବା ପାଇଁ ନିଜ ଜୀବନ ଦେବାକୁ ପଡ଼ିଥାଏ। ପ୍ରଭୁ ଯିଶୁ ନିଜ ଜୀବନକୁ ବଳିକୃତ କରି ନୂତନ ନିୟମ ସ୍ଥାପନ କଲେ ।“
ଯିଶୁ କ୍ରୁଶ ଉପରେ ବଳିକୃତ ହେବା ସମୟରେ କହିଥିଲେ, ହେ ପିତା, ଏମାନଙ୍କୁ କ୍ଷମାକର, କାରଣ ଏମାନେ କ’ଣ କରୁଛନ୍ତି ତାହା ଜାଣନ୍ତି ନାହିଁ । ବଳିଦାନର ମହତ୍ତ୍ୱ- ଯିଶୁଙ୍କ ପ୍ରଥମବାଣୀ ଆଜି ମାନବ ସମାଜ ପାଇଁ ଗଭୀର ରେଖାପାତ କରିଛି। ଯିଶୁଖ୍ରୀଷ୍ଟ ପ୍ରଭୁ ହୋଇ ମଧ୍ୟ ମାନବ ସମାଜର ପରିତ୍ରାଣ ପାଇଁ ଜୀବନର ସବୁକିଛି ପରିତ୍ୟାଗ କରିଥିଲେ। ତାଙ୍କର ବଳିଦାନ ଓ ତ୍ୟାଗ ଯୋଗୁ ସମାଜର ମୁକ୍ତି ଓ ମାନବ ଜାତିର ପରିତ୍ରାଣ କାର୍ଯ୍ୟ ସମ୍ପନ୍ନ ହୋଇପାରିଥିଲା। ବାଇବେଲ କହେ, ”ପ୍ରଭୁ ଯିଶୁଖ୍ରୀଷ୍ଟ ସେବା ପାଇବାକୁ ଆସି ନ ଥିଲେ କିନ୍ତୁ ସେ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ବରୂପ ଆପଣା ପ୍ରାଣ ଉତ୍ସର୍ଗ କରିବାକୁ ଆସିଥିତ୍ଲେ।“ ଆମ ଭାରତୀୟ ସମାଜରେ ବଳିଦାନର ଗୁରୁତ୍ୱ ଅଛି ଏବଂ ଆମେ ଭାରତୀୟମାନଙ୍କ ବଳିଦାନର ଗଭୀରତା ଯେତିକି ବୁଝୁଛେ, ପୃଥିବୀର ଅନ୍ୟ କେହି ସେହିପରି ବୁଝିପାରନ୍ତି ନାହିଁ। କାରଣ ବଳିଦାନ ଆମ ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ସହ ଜଡ଼ିତ। ଭାରତୀୟ ବଳିଦାନର ଗୁରୁତ୍ୱ ଓ ମହତ୍ତ୍ୱ ଅନୁଭବ କରିଥାଏ। ବାଇବେଲ କହେ, ”ମାନବ ସମାଜକୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ, ସେମାନଙ୍କ ପାପ ହେତୁ ଥରେମାତ୍ର ମୃତ୍ୟୁ ଭୋଗକଲେ“।
ହେ ପିତା, ଏମାନଙ୍କୁ କ୍ଷମାକର- କ୍ରୁଶ ଉପରୁ ଏହିପରି ପ୍ରଭୁ ଯିଶୁଙ୍କ ଏକ ଅମାୟିକ, ଅମାୟିକ କ୍ରନ୍ଦନ। ଏହି ପ୍ରଥମ ବାଣୀ ଆଦିମାନବ ସମାଜକୁ ଗଭୀର ସତ୍ୟ ପ୍ରତିପାଦିତ କରିଛି। ସମସ୍ତେ କ୍ଷମା କରିପାରନ୍ତି ନାହିଁ। ବିଶେଷକରି ଦୋଷ ଥାଇ ମୃତ୍ୟୁଦଣ୍ଡ ପାଇବା ଏବଂ କ୍ଷମା ଦେବା କେବଳ ଈଶ୍ୱରୀୟ ପ୍ରକୃତି ଥିଲେ ହିଁ କରିପାରନ୍ତି। ଏହା ହିଁ ଶୁଭ ଶୁକ୍ରବାରର ବିଶେଷ ଅନୁଚିନ୍ତା।
କ୍ଷମା ଶବ୍ଦଟି ପଢ଼ିବା ବା କହିବା ସହଜ, କିନ୍ତୁ କ୍ଷମା କରିବା ସହଜ ନୁହେଁ। ଶୁଭ ଶୁକ୍ରବାରର ଆତ୍ମା ହେଉଛି କ୍ଷମା। ଶତ୍ରୁକୁ ପ୍ରେମ କରି ଏବଂ ଯେଉଁମାନେ ତାଡ଼ନା, ଦୁଃଖ, ଯନ୍ତ୍ରଣା, ଅପମାନ ଏବଂ ସମସ୍ୟା ଦିଅନ୍ତି, ସେ ସବୁ ସହ୍ୟ କରି ସେମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଓ କ୍ଷମା ଦେବାକୁ ପ୍ରଭୁ ଯିଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ ଉପଦେଶ ଦିଅନ୍ତି, ଯାହାକି ଆଜି ମଧ୍ୟ ଗ୍ରହଣଯୋଗ୍ୟ।
ଅତି ଦୁଃଖର କଥା, ଆଜିକାଲି ବାପ-ପୁଅ, ଭାଇ-ଭଉଣୀ, ଭାଇ-ଭାଇ ପରସ୍ପରକୁ କ୍ଷମା କରୁ ନ ଥିବା ଦେଖାଯାଏ। ଶତ୍ରୁକୁ ଅବା କିଏ କ୍ଷମା କରିବ? ଅଜବ କଥା, କିନ୍ତୁ ପ୍ରଭୁ ଯିଶୁ କ୍ଷମା କରି ଦୁନିଆକୁ ଦେଖାଇ ଦେଲେ। ସମସ୍ତଙ୍କୁ କ୍ଷମା ଦେବାପାଇଁ ପ୍ରଭୁ ଯିଶୁ ନିଜେ ଉଦାହରଣ ସହ ଆହ୍ବାନ କରୁଛନ୍ତି। ଯେଉଁ ଶାସକ, ସୈନ୍ୟ, ଶତ୍ରୁ, ସମାଲୋଚକ, ଥଟ୍ଟାକାରୀ, ବିଶ୍ୱାସଘାତକ, ଶିଷ୍ୟ ଓ ଅକୃତଜ୍ଞ ସମସ୍ତଙ୍କୁ କ୍ଷମା କରିବା ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଭୁ ଯିଶୁ କହିଲେ, ”ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ, କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ।“ ”ଯେଉଁମାନେ ପ୍ରଭୁ ଯିଶୁଙ୍କଠାରେ ବିଶ୍ୱାସ କଲେ, ସେମାନେ ଈଶ୍ୱରଙ୍କ ନିକଟକୁ ଗଲେ।“ ଅତଏବ ଆହ୍ବାନ ଦେଉଛନ୍ତି -”ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି“।

ହରିଶ୍‌ଚନ୍ଦ୍ର ଅରିଶଲ୍ୟ
ମୋ: ୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?