ରାଷ୍ଟ୍ରୀୟ ସଂହତିର ଗୁରୁତ୍ୱ

ହରେକୃଷ୍ଣ ପଣ୍ଡା

ରାଷ୍ଟ୍ରୀୟ ସଂହତିକୁ ବାଦ୍‌ଦେଇ କୌଣସି ରାଜନୈତିକ ଦଳ କ୍ଷମତାସୀନ ହେଲେ, ସେହି ରାଷ୍ଟ୍ରର ଅଧୋଗତି ସୁନିଶ୍ଚିତ। ଦେଶ ଗଠନ, ଦେଶର ବିକାଶ, ପ୍ରଗତି ଦଳୀୟ ରାଜନୀତିର ଆଭିମୁଖ୍ୟ ହେବା ଉଚିତ। କିନ୍ତୁ ଆମ ଦେଶରେ ଦେଖାଯାଉଛି କ୍ଷମତାସୀନ ହେବା ଲାଗି ରାଜନେତାମାନେ ଦେଶର ସାର୍ବଭୌମତ୍ୱ, ସଂହତି, ସାମ୍ବିଧାନିକ ମର୍ଯ୍ୟାଦାକୁ ବଳି ଦେଉଛନ୍ତି। ଆଜିର ରାଜନୀତିରେ ଚେତନାର ଅଭାବ ପରିଲକ୍ଷିତ ହେଉଛି। ଆମର ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ ସୌରଜଗତର ଶୀର୍ଷରେ ପହଞ୍ଚତ୍ବା ପାଇଁ ଅଭିଯାନ ଚଳାଇବାକୁ ସମର୍ଥ ହୋଇଥିବା ବେଳେ ଆଜିର ରାଜନୀତି ଊର୍ଦ୍ଧ୍ୱକୁ ନ ଯାଇ ନିମ୍ନଗାମୀ ହେବା ଦୁଃଖର ବିଷୟ। କ୍ଷମତାନ୍ଧ ରାଜନେତା ଦେଶକୁ ସାଂପ୍ରଦାୟିକ ସୂତ୍ରରେ ଭାଗ ଭାଗ କରି କ୍ଷମତାସୀନ ହେବାର ଲାଳସା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ଦେଶର ବିଚାର ବିଭାଗ ମଧ୍ୟ ବିସ୍ମୟ ପ୍ରକାଶ କରିଛନ୍ତି। ସନାତନ ଧର୍ମକୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ଇତିମଧ୍ୟରେ ଏକ ସରକାରୀ କଳା ମହାବିଦ୍ୟାଳୟ ତରଫରୁ ସନାତନ ଧର୍ମକୁ ବିରୋଧ କରାଯିବା ଘଟଣାକୁ ନେଇ ବକ୍ତବ୍ୟ ରଖିବାକୁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯିବା ବିରୋଧରେ ଜଣେ ବ୍ୟକ୍ତି ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିଛନ୍ତି। ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟର ବିଚାରପତି କହିଛନ୍ତି ଯେ, କୌଣସି ପ୍ରସଙ୍ଗରେ ସ୍ବାଧୀନ ଅଭିବ୍ୟକ୍ତିର ଅଧିକାର ସମସ୍ତଙ୍କର ରହିଛି। ବିଚାରପତି ନିଜର ଅନୁଭୂତିରୁ ପ୍ରକାଶ କରିଛନ୍ତି ଯେ, ସନାତନ ଧର୍ମରେ କେତେକ ନିୟମାବଳୀ ରହିଛି; ଯାହା ଦେଶ ପ୍ରତି ନାଗରିକର କର୍ତ୍ତବ୍ୟ, ରାଜାଙ୍କ ପ୍ରତି କର୍ତ୍ତବ୍ୟ, ନିଜ ମାତାପିତା ଓ ଗୁରୁଙ୍କ ପ୍ରତି କର୍ତ୍ତବ୍ୟ, ଗରିବଙ୍କ ପ୍ରତି ଯନତ୍ଶୀଳ ହେବା ଆଦି ଏଥିରେ ଅନ୍ତର୍ଭୁକ୍ତ। ଅସ୍ପୃଶ୍ୟତାକୁ ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ ପ୍ରଶ୍ରୟ ଦିଆଯାଉଥିବା ବେଳେ ଭାରତର ସମ୍ବିଧାନ ଏହାକୁ ଉଚ୍ଛେଦ କରିଛି। ଧର୍ମ ବ୍ୟାପାରରେ ମୁକ୍ତ ଅଭିବ୍ୟକ୍ତିରେ ଏହା ଯେପରି ଘୃଣା ମନ୍ତବ୍ୟରେ ପରିଣତ ନ ହୁଏ ସେଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ବିଚାରପତି କହିଛନ୍ତି। ଜଣଙ୍କର ମନ୍ତବ୍ୟ ଯେପରି ଅନ୍ୟ କାହାର ମନୋଭାବକୁ ଆଘାତ ନ ଦିଏ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାରପତି ସ୍ପଷ୍ଟ କରି ଦେଇଛନ୍ତି। ସନାତନ ହିନ୍ଦୁଧର୍ମକୁ ନେଇ ଡିଏମ୍‌କେ ଦଳର ନେତାମାନେ ନକାରାମତ୍କ ମନ୍ତବ୍ୟ ଦେଇ ଆସୁଛନ୍ତି। ଆଉ କେତେକ ନେତାଙ୍କର ଅସହିଷ୍ଣୁତା ଦେଶ ଭିତରେ, ଦେଶ ବାହାରେ ମଧ୍ୟ ପ୍ରକାଶ ପାଇଛି। ଭାରତୀୟ ରାଜନୀତିରେ ସଂପ୍ରଦାୟକୁ ନେଇ ପରିବର୍ତ୍ତନ ଆଶା କରାଯାଉଥିବା ବେଳେ, ପରିବର୍ତ୍ତନ ନ ଘଟିବା ଗଣତନ୍ତ୍ରପ୍ରେମୀମାନଙ୍କୁ ଏଭଳି ରାଜନୀତି ଶକ୍ତ ଆଘାତ ଦେଇଛି। ଏଭଳି ମନ୍ତବ୍ୟ ରାଷ୍ଟ୍ରୀୟ ସଂହତିର ପରିପନ୍ଥୀ।
ଦେଶରେ ଭାଜପା ଶାସନ ଚାଲିଛି। ଅନ୍ୟ ଦଳଗୁଡ଼ିକ ବିରୋଧୀ ଭୂମିକାରେ କାର୍ଯ୍ୟ ନିର୍ବାହ କରିବା ଆବଶ୍ୟକ। ବିରୋଧୀ ଦଳଗୁଡ଼ିକ ଦେଶର ସାର୍ବଭୌମତ୍ୱ, ଜାତୀୟ ସଂହତି ଓ ସମ୍ବିଧାନକୁ ନେଇ ଏକ ସୀମା ଓ ନୀତି ଭିତରେ ରହି ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ। ଏହାକୁ ଉଲ୍ଲଂଘନ କରିବା ଅର୍ଥ ଦେଶରେ ଅରାଜକତା ସୃଷ୍ଟି କରିବା। ବିରୋଧୀ ଦଳର ମନୋବୃତ୍ତି ହୀନ ରାଜନୈତିକ ଚନ୍ତାଧାରାକୁ ବୁଝାଉଛି। ଏହା କହିବାର ତାତ୍ପର୍ଯ୍ୟ ହେଉଛି ଭାଜପା ଏକ ରାଜନୈତିକ ଦଳ। କିନ୍ତୁ ଏହା ହିନ୍ଦୁମାନଙ୍କର ପ୍ରତିନିଧିତ୍ୱ କରୁନାହିଁ। ଦେଶର ୮୦ ଭାଗ ହିନ୍ଦୁ କେବଳ ଭାଜପାକୁ ବୁଝାଏ ନାହିଁ କିମ୍ବା ହିନ୍ଦୁଧର୍ମର ସର୍ବସ୍ବ ନୁହେଁ। ଦେଶର ୮୦ ଭାଗ ହିନ୍ଦୁ ନିର୍ବାଚନରେ ଭୋଟ ଦେବାରେ ସମର୍ଥନ କରନ୍ତି ନାହିଁ। ସବୁ ଦଳରେ ହିନ୍ଦୁଙ୍କ ଭାଗୀଦାରିତା ରହିଛି। ତେଣୁ ଯେଉଁ ବିରୋଧୀ ଦଳ ହିନ୍ଦୁଙ୍କୁ ନେଇ ଘୃଣା ମନ୍ତବ୍ୟ ଦେଉଛନ୍ତି ବା ସମାନ ଆଖିରେ ଦେଖୁଛନ୍ତି ବାସ୍ତବରେ ସେହିମାନେ ହିଁ ସାଂପ୍ରଦାୟିକତାକୁ ନେଇ ଦେଶରେ ରାଷ୍ଟ୍ରୀୟ ସଂହତିକୁ ନଷ୍ଟ କରି ଭୋଟ ବ୍ୟାଙ୍କ ତିଆରି କରିବାକୁ ଚାହୁଁଛନ୍ତି। ଦେଶରେ, ଦେଶ ବାହାରେ ହିନ୍ଦୁଧର୍ମ ବିରୋଧରେ କଟୁମନ୍ତବ୍ୟ ଦେବା, ହିନ୍ଦୁ ମଠ ମନ୍ଦିରକୁ ନଷ୍ଟ କରିବା ସବୁ ଧର୍ମାବଲମ୍ବୀମାନେ ମିଳିତ ଭାବେ ଏହାର ବିରୋଧ କରିବା ଆବଶ୍ୟକ। ଧର୍ମନିରପେକ୍ଷତାର ଦ୍ୱାହି ଦେଇ ହିନ୍ଦୁମାନଙ୍କୁ ଘୃଣା ଚକ୍ଷୁରେ ଦେଖିବା ସ୍ବଧର୍ମ ପାଳନ ନ କରିବା ଫଳରେ ଦେଶରେ ବିଚ୍ଛିନ୍ନତାବାଦ ସୃଷ୍ଟି କରାଯାଉଛି। କୁହାଯାଏ ଭାଜପା ଏକ ସାମ୍ପ୍ରଦାୟିଦ ଦଳ। କିନ୍ତୁ ଏବେ ବିରୋଧୀମାନେ ବାସ୍ତବରେ ସାଂପ୍ରଦାୟିକତା ସୃଷ୍ଟି କରୁଥିବା ସାଧାରଣରେ ଅନୁଭୂତ ହେଲାଣି। ଏହି ସାଂପ୍ରଦାୟିକତାକୁ ବିଲୋପ କରିବା ପାଇଁ ଦେଶରେ ଏକକ ନାଗରିକ ସଂହିତା, ଏକ ଦେଶ ଏକ ସମ୍ବିଧାନ ଭଳି କେତେକ ସଂସ୍କାରମୂଳକ ପଦକ୍ଷେପ ନେବାକୁ ଶାସକ ଦଳ ଉଦ୍ୟମ କରିବା ଦେଖାଯାଉଛି। ଭାରତୀୟ ରାଜନୀତିରେ ଏବେ ରାଷ୍ଟ୍ରଭକ୍ତିକୁ ପ୍ରାଧାନ୍ୟ ଦିଆ ହୋଇଛି। ଯେଉଁ ଦଳ ଯେତେ ରାଷ୍ଟ୍ରଭକ୍ତିର ଦୃଷ୍ଟାନ୍ତ ଦେଖାଇ ପାରିବ ସିଏ ସେତେ ଲୋକପ୍ରିୟତା ଅର୍ଜନ କରିପାରିବ। ଯେଉଁ ଦଳ ଯେତେ ସମ୍ବିଧାନ ଅନୁରକ୍ତ ଏବଂ ଭାରତୀୟ ସଂସ୍କୃତିକୁ ଆପଣେଇବା ସହିତ ନିଜର କର୍ତ୍ତବ୍ୟରେ ଦର୍ଶାଇ ପାରିବ ସେହିଦଳ ସେତେ ଶକ୍ତ ହୋଇ କ୍ଷମତାକୁ ଆସିବାର ଜନସମର୍ଥନ ଲାଭ କରିପାରିବ। କିନ୍ତୁ ସାଂପ୍ରଦାୟିକ ମନୋଭାବ ନେଇ ନିର୍ଦ୍ଦିଷ୍ଟ କୌଣସି ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବାର ଅପଚେଷ୍ଟା କଲେ ସେ ଦଳ ଦେଶ ପାଇଁ ଅଦରକାରୀ ହୋଇପଡ଼ିବ।
ଭାରତ ଏକ ଏଭଳି ରାଷ୍ଟ୍ର ଏଠାରେ ଭାରତୀୟ ସଂସ୍କୃତିକୁ ବାଦ୍‌ ଦେଇ ଯେପରି ଦେଶ ଗଠନ ଅସମ୍ଭବ ସେହିପରି ବିଭିନ୍ନ ସଂସ୍କୃତି, ଭାଷା, ସମ୍ପ୍ରଦାୟକୁ ଛାଡ଼ି ମଧ୍ୟ ଦେଶର ବିକାଶ ଅସମ୍ଭବ। ବିଭିନ୍ନ ରାଜନୈତିକ ଦଳ ରାଷ୍ଟ୍ରୀୟ ଅନୁଚିନ୍ତାରେ ଅନୁବନ୍ଧିତ ହେବା ସହିତ ସବୁ ସମ୍ପ୍ରଦାୟ ମଧ୍ୟରେ ସଂପ୍ରୀତି ସ୍ଥାପନ କରିବା ଏକାନ୍ତ ଆବଶ୍ୟକ। ବର୍ତ୍ତମାନ ସମୟରେ ଦେଶର ରାଜନୈତିକ ଦଳଗୁଡ଼ିକ ଶାସକ ଦଳ ହୁଅନ୍ତୁ ବା ବିରୋଧୀ ଦଳ, ଦେଶରେ ରାଷ୍ଟ୍ରୀୟ ସଂହତି ପ୍ରତି ଦୃଷ୍ଟିଦେବା ଆବଶ୍ୟକ। କେବଳ କ୍ଷମତା ପାଇଁ ନିଜ ନିଜ ଦଳର ଭୋଟ ବ୍ୟାଙ୍କ ପ୍ରତି ଦୃଷ୍ଟିଦେଇ ଘୃଣା ମନ୍ତବ୍ୟ ବା ନିଜର ଅସହିଷ୍ଣୁତା ପ୍ରକାଶ କଲେ ଦେଶରେ କ୍ଷତି ଘଟିବ ସିନା କୌଣସି ଲାଭ ପାଇବେ ନାହିଁ। ପ୍ରାକ୍‌ ସ୍ବାଧୀନତା କାଳରୁ ଏଯାବତ୍‌ କେବଳ ହିନ୍ଦୁମାନଙ୍କ ପ୍ରତି ଅସହିଷ୍ଣୁତା ଭାବ ପ୍ରକାଶ ପାଇ ଆସୁଛି। ଏବେକାର ଶାସକ ତା’ର ସୁଯୋଗ ନେଇ ଶାସନଗାଦିକୁ ଅକ୍ତିଆର କରିଥିବା ବେଳେ ବିରୋଧୀମାନେ ଶାସକ ଦଳକୁ ସେହି ଧାରାରେ ଗାଦିରୁ ହଟାଇବା ପାଇଁ ଯେତେ କଳାକୌଶଳ କଲେ କ’ଣ ହେବ? ନିଜକୁ ଆତ୍ମସମୀକ୍ଷା କରିବାକୁ ହେବ। ଦେଶର ରାଷ୍ଟ୍ରୀୟ ସଂହତିକୁ ନେଇ ନିଜର ପରାକାଷ୍ଠା ଦେଖାଇବାକୁ ପଡ଼ିବ । ଦେଶ ସ୍ବାଧୀନତା ଲାଭ କରିବାର ୭୬ ବର୍ଷ ହୋଇଗଲାଣି। ପଡ଼ୋଶୀ ରାଷ୍ଟ୍ର ଭାରତର ଶତ୍ରୁତା କରୁଛନ୍ତି। ଦେଶର ଅର୍ଥନୀତିକୁ ଧ୍ୱଂସ କରିବାକୁ ବାହ୍ୟ ଶତ୍ରୁ ଅହରହ ଲାଗି ପଡ଼ିଛନ୍ତି। ଏହି ପରିସ୍ଥିତିରେ ଦେଶର ସାର୍ବଭୌମତ୍ୱ ଓ ସଂହତିକୁ ରକ୍ଷାକରିବା ନିମନ୍ତେ ବିରୋଧୀଙ୍କ ପକ୍ଷରୁ କାର୍ଯ୍ୟ କରାଯିବା ଆବଶ୍ୟକ। ଘୃଣ୍ୟ ରାଜନୀତିକୁ ଆପଣେଇ କୌଣସି ଦଳ ବା ନେତୃବୃନ୍ଦ ଆଖି ବୁଜି ବୁଜି କ୍ଷୀର ପିଇଲେ ହେବନାହିଁ। ଯେତେ ଯାହା ହେଲେ ବି ଦେଶରେ ବହୁ ଗଣତନ୍ତ୍ରପ୍ରେମୀ ଓ ଧର୍ମନିରପେକ୍ଷ ସମର୍ଥନକାରୀ ଲୋକ ବା ଭୋଟର ଅଛନ୍ତି। ସେମାନଙ୍କ ବିଚାର ଧାରାକୁ ଆଜିର ରାଜନୈତିକ ଦଳ ବା ନେତୃବୃନ୍ଦ ସମ୍ମାନ ଦେବା ବାଞ୍ଛନୀୟ।
ଯାଜପୁର, ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri