ଗ୍ରାହକ ସମ୍ପର୍କକୁ ଗୁରୁତ୍ୱ

ଖୋର୍ଦ୍ଧା ଜିଲାର ଜଟଣୀ ଅନ୍ତର୍ଗତ ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରରେ ଜନ୍ମିତ ରାମ ଅବତାର ପିଲାଟି ଦିନରୁ ବାପାଙ୍କ ସହ ବ୍ୟବସାୟିକ ବାତାବରଣ ମଧ୍ୟରେ ସମୟ ଅତିବାହିତ କରିଥିବାରୁ ସମୟକ୍ରମେ ସେ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକରି ବ୍ୟବସାୟରେ ସାମିଲ ହୋଇଯାଇଥିଲେ। ଏପରିକି ଦୀର୍ଘଦିନର ବ୍ୟବସାୟିକ ଅନୁଭବ ଓ ଗ୍ରାହକ ସମ୍ପର୍କ ସହ ଘରୋଇ ବଜାରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲାବେଳେ ଗୁଣାତ୍ମକ ଉତ୍ପାଦ ଯୋଗାଇବା ଆଶାରେ ଧୂପକାଠି ବ୍ୟବସାୟରୁ ଉତ୍ପାଦନକାରୀ ଭାବେ ବେଶ୍‌ ସଫଳ ଓ ଲୋକପ୍ରିୟ ହୋଇଥିବା ଶ୍ରୀ ବାଲାଜୀ ଇନ୍‌ସେନ୍ସ ଇଣ୍ଡଷ୍ଟ୍ରି (ମଧୁକୁଞ୍ଜ)ର ଏମ୍‌ଡି ରାମ ଅବତାର ଅଗ୍ରଓ୍ବାଲଙ୍କ ସହ ଧରିତ୍ରୀର ବିଶେଷ ଆଳପ…..

ପ୍ର- ଓଡ଼ିଶା ବଜାରରେ ଧୂପକାଠି ଶିଳ୍ପର ଚାହିଦା କିଭଳି ରହିଛି?
ଉ- ଓଡ଼ିଶା ବଜାରରେ ଧୂପକାଠି ଶିଳ୍ପର ଚାହିଦା ବର୍ତ୍ତମାନ ଭଲ ସ୍ଥିତିରେ ରହିଥିଲାବେଳେ ସ୍ବତନ୍ତ୍ର ଗ୍ରାହକ ଚାହିଦା ଓ ବଜାର ଆବଶ୍ୟକତା ମଧ୍ୟ ବହୁତ ଅଧିକ ରହିଛି। ଏପରିକି ବ୍ରାଣ୍ଡ୍‌ ପ୍ରତି ବିଭିନ୍ନ ବର୍ଗର ଗ୍ରାହକଙ୍କ ଭରସା ଓ ବିଶ୍ୱାସ ରହିଛି। ବିଶେଷକରି ବ୍ୟବସାୟରେ ବିଶ୍ୱାସ ଓ ସ୍ବଚ୍ଛତା ଅବଲମ୍ବନକୁ ମଧୁକୁଞ୍ଜ ବ୍ରାଣ୍ଡ୍‌ ସର୍ବାଧିକ ଗୁରୁତ୍ୱ ଦେଇଥାଏ। ଗ୍ରାହକ ଚାହିଦା ପୂରଣ ପାଇଁ ଆମେ ବଜାରରେ ଗୁଣାତ୍ମକ ଉତ୍ପାଦ ଉପଲବ୍ଧ କରାଇବାକୁ ପ୍ରୟାସ କରିଆସିଛୁ।
ପ୍ର- ଉତ୍ପାଦନରେ କେଉଁ ପ୍ରକାର କଞ୍ଚାମାଲର ଆବଶ୍ୟକତା ରହିଥାଏ?
ଉ- ଧୂପକାଠି ତିଆରି ବହୁ ସହଜ ହୋଇଥିଲେ ମଧ୍ୟ ବ୍ରାଣ୍ଡ୍‌ର ଉପସ୍ଥିତି ଏବଂ ପରିଚୟ ପାଇଁ ଗୁଣାତ୍ମକ ମାନର ଉପାଦାନ ସହ ବିଭିନ୍ନ ପ୍ରକାର ସାମଗ୍ରୀ ଓ ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ରହିଛି। ବିଶେଷକରି ଗୁଣାତ୍ମକ ଧୂପକାଠି ପ୍ରସ୍ତୁତ ପାଇଁ ସ୍ବତନ୍ତ୍ର ବାଉଁଶ, କୋଇଲା, ଲାଖ(ଜିକେଟ) ଏବଂ ବିଭିନ୍ନ ପ୍ରକାର ତରଳ ପଦାର୍ଥ ଇତ୍ୟାଦି ବ୍ୟବହାର ହୋଇଥାଏ। ସେହିଭଳି କଞ୍ଚାମାଲ ସହ ଅଭିଜ୍ଞ ଓ ଦକ୍ଷ ମାନବ ସମ୍ବଳ ସାଙ୍ଗକୁ ବ୍ରାଣ୍ଡ୍‌ ପରିଚୟର ଯଥେଷ୍ଟ ଆବଶ୍ୟକତା ରହିଥାଏ। ବଜାରରେ ଗ୍ରାହକ ବ୍ରାଣ୍ଡ୍‌କୁ ଅଧିକ ପସନ୍ଦ କରିଥାନ୍ତି। କାରଣ ଘରୋଇ (ଲୋକାଲ) ଉତ୍ପାଦରେ ଠିକ୍‌ ମାନ ଓ ଗୁଣାତ୍ମକ ସାମଗ୍ରୀ ନ ଥାଏ।
ପ୍ର – ଉତ୍ପାଦନରେ ପ୍ରକ୍ରିୟାକରଣକୁ କିଭଳି ଗୁରୁତ୍ୱ ଦେଇଥାନ୍ତି?
ଉ – ଆମେ ସର୍ବଦା ଗୁଣାତ୍ମକ ଉତ୍ପାଦ ପ୍ରସ୍ତୁତ ସହିତ ବଜାର ଚାହିଦା ଉପରେ ଗୁରୁତ୍ୱ ଦେଇଥାଉ। ଉତ୍ପାଦନରେ ପ୍ରକ୍ରିୟାକରଣ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିଲାବେଳେ ଉଚ୍ଚମାନର ସାମଗ୍ରୀ ଓ କଞ୍ଚାମାଲର ଗୁଣାତ୍ମକତାକୁ ପ୍ରାଧାନ୍ୟ ସହକାରେ ଆମେ ଆବଶ୍ୟକ ଉପାଦାନ ସମ୍ମିଶ୍ରଣରେ ଭିନ୍ନ ଭିନ୍ନ ଉତ୍ପାଦ ପ୍ରସ୍ତୁତ କରିଥାଉ। ପ୍ରକ୍ରିୟାକରଣରେ ଦକ୍ଷ ମାନବ ସମ୍ବଳ ଓ ଟେକ୍ନୋଲୋଜି ସହିତ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଗୁଣାତ୍ମକ ଉପାଦାନ ସହିତ ଗୁଣବତ୍ତାକୁ ମଧ୍ୟ ଆମେ ଉତ୍ପାଦନ ସମୟରେ ପରୀକ୍ଷା କରିଥାଉ।
ପ୍ର – ଗ୍ରାହକଙ୍କ ଚାହିଦା ଓ ଅଭିଯୋଗକୁ କିଭଳି ସାମ୍ନା କରିଥାନ୍ତି?
ଉ – ବଜାରରେ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି ପାଉଥିବାବେଳେ ବଜାର ଓ ଗ୍ରାହକ ଆବଶ୍ୟକତାକୁ ପୂରଣ ପାଇଁ ଆମେ ସର୍ବଦା ଗୁରୁତ୍ୱ ଦେଇଥାଉ। ଗ୍ରାହକ ଈଶ୍ୱର ହୋଇଥିଲାବେଳେ ଆମେ ବିଶ୍ୱାସ ଓ ଭରସାର ବ୍ୟବସାୟ କରିବା ସହ ଗ୍ରାହକ ସେବାକୁ ଗୁରୁତ୍ୱ ଦେଇଥାଉ। ସେହିପରି ଗ୍ରାହକଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ସ୍ବତନ୍ତ୍ର ହେଲ୍‌ପଲାଇନ ଏବଂ ବିଭିନ୍ନ ପ୍ଲାଟ୍‌ଫର୍ମର ସୁବିଧା ମଧ୍ୟ କରୁଛି। ଗ୍ରାହକଙ୍କ ପରାମର୍ଶ ଓ ଅଭିଯୋଗ ସମାଧାନ ପାଇଁ ଅଭିଜ୍ଞ ଟିମ୍‌କୁ ବଜାରରେ ନିୟୋଜିତ କରାଉଛୁ।
ପ୍ର – ବ୍ୟବସାୟ ସମ୍ପ୍ରସାରଣର ଯୋଜନା କିଛି ରହିଛି କି?
ଉ- କାରବାର ବୃଦ୍ଧି ଓ ବଜାର ଆବଶ୍ୟକତାକୁ ପୂରଣ ପାଇଁ ସମ୍ପ୍ରସାରଣର ବଡ ଭୂମିକା ରହିଥାଏ। ଆମେ ବର୍ତ୍ତମାନ ସାରା ଓଡ଼ିଶା ସମେତ ପୂର୍ବ ଭାରତର ପ୍ରମୁଖ ବଜାର ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟରେ କାରବାର କରୁଥିବାବେଳେ ଆଗାମୀ ଦିନରେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଯଥା ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟକୁ ମଧ୍ୟ ଯିବାର ଯୋଜନା ରହିଛି।
ପ୍ର – ନୂତନ ପିଢ଼ିଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ’ଣ ରହିବ?
ଉ – ବର୍ତ୍ତମାନ ସମୟରେ ବ୍ୟବସାୟ ଏକ ଭଲ ବାଟ ହୋଇଥିଲେ ମଧ୍ୟ ଏଥିରେ ତିଷ୍ଠି ରହିବା ପାଇଁ ସାହସ, ଶକ୍ତି ଓ ସହନଶୀଳତା ସହ ସଚ୍ଚୋଟତା ଅବଲମ୍ବନକୁ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ବ୍ୟବସାୟ ପାଇଁ ସବୁ ସ୍ତରରେ ସୁବିଧା ଓ ସହଯୋଗ ଥିଲେ ମଧ୍ୟ କଠିନ ପରିଶ୍ରମ ଓ ଗୁଣାତ୍ମକ ସାମଗ୍ରୀ ଓ ଲୋକ ସମ୍ପର୍କକୁ ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
ପ୍ର – ବଜାରରେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତା କ’ଣ ରହିଛି?
ଉ – ବଜାରରେ ବ୍ରାଣ୍ଡ୍‌ର ବିଶେଷ ସ୍ବତନ୍ତ୍ରତା ରହିଛି। କାରଣ ଆମେ ଆମର ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ଯୋଗାଇବା ସହ ସମୟାନୁବର୍ତ୍ତିତା ଏବଂ ଗ୍ରାହକ ସେବା ଗୁରୁତ୍ୱ ଦେଇଥାଉ। ଏପରିକି ଉନ୍ନତମାନର ଉପାଦନ ସହ ବୈଜ୍ଞାନିକ ପଦ୍ଧତି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ସାମଗ୍ରୀ ପ୍ରସ୍ତୁତିକରି ବଜାରକୁ ଛାଡ଼ିଥାଉ। ବିଶେଷକରି ମଧୁକୁଞ୍ଜ ବ୍ରାଣ୍ଡ୍‌ର ଚାହିଦା ଓ ବଜାର ଆବଶ୍ୟକତା ଅନ୍ୟ ବ୍ରାଣ୍ଡ୍‌ଠାରୁ ସ୍ବତନ୍ତ୍ର ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri