ପଶୁପକ୍ଷୀଙ୍କ ଜୈବିକ ଖାଦ୍ୟ ଉତ୍ପାଦନକୁ ଗୁରୁତ୍ୱ

ରସୁଲପୁର,୨୨।୧୦(ଡି.ଏନ.ଏ.): ରସୁଲପୁର ବ୍ଲକରେ ଜୈବିକ ପଦ୍ଧତିରେ ପଶୁପକ୍ଷୀଙ୍କ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାମ୍ୟ ଉନ୍ନତି ଫାଉଣ୍ଡେଶନ ପକ୍ଷରୁ ଏନେଇ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ ପାଇଁ ସଂସ୍ଥା ମୁଖ୍ୟ ପରିଚାଳନା ଅଧିକାରୀ ଭିଶାଲ ମେସି ବ୍ଲକ ଅଧୀନ ଓଡ଼ିଶୋ ଗ୍ରାମର ଚାଷୀ ଶିଶିର ରାଉତଙ୍କ ଫାର୍ମ ହାଉସ ବୁଲି ଦେଖିଥିଲେ। ରାଉତଙ୍କ ପକ୍ଷରୁ ପଶୁପକ୍ଷୀଙ୍କ ପାଇଁ ଜୈବିକ ଖାଦ୍ୟ ଆଜୋଲା ମଂଜି ଉତ୍ପାଦନ ପ୍ରଣାଳୀକୁ ଅନୁଧ୍ୟାନ କରି ସେ ଖୁସି ପ୍ରକଟ କରିଥିଲେ। ପଶୁପକ୍ଷୀଙ୍କ ପାଇଁ ବଜାରରେ ଉପଲବ୍ଧ ହେଉଥିବା କୃତ୍ରିମ ଖାଦ୍ୟର ସ୍ଥାନ ନେଇପାରିବ ଜୈବିକ ଖାଦ୍ୟ ଆଜୋଲା ମଂଜି। ମଂଜି ଉତ୍ପାଦନ ପାଇଁ ଛାତ ଉପରେ ଓ କ୍ଷେତରେ କୁଣ୍ଡ ନିର୍ମାଣ କରି ସେଥିରେ ଗୋବର, ସ୍ବଳ୍ପ ପଟାସ ଓ ସୁପର ମିଶ୍ରଣ ପାଣିରେ ଆଜୋଲା ମଂଜି ବୁଣି ଜୈବିକ ଖାଦ୍ୟ ଉତ୍ପାଦନ କରାଯାଇ ପାରିବ। ଏହାକୁ ପଶୁପକ୍ଷୀଙ୍କ ଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବ। ଏହି ଖାଦ୍ୟ ବ୍ୟବହାର ଯୋଗୁ କୁକୁଡ଼ାଙ୍କ ଓଜନ ବୃଦ୍ଧି ଘଟିବ। ଦୁହାଁଳିଆ ଗାଈଙ୍କ ଖାଦ୍ୟ ଭାବରେ ବ୍ୟବହାର କେଲ କ୍ଷୀର ଉତ୍ପାଦନ ବୃଦ୍ଧି ଘଟିବ ବୋଲି ମେସି କହିଥିଲେ। ଏହାପରେ ମେସି ହାତୀ ଘାସ ଚାଷ, ଫସଲରେ କେମିକାଲ ବ୍ୟବହାର, ଠିକ୍‌ ପରିଚାଳନାର ବିଭିନ୍ନ ଦିଗ ଉପରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ପରେ ଅରତିଆ ଗାଁର ବାଓପ୍ଲକ ମାଛଚାଷ କେନ୍ଦ୍ର ଅନୁଧ୍ୟାନ କରିଥିଲେ। ଫାଉଣ୍ଡେସନର ସିଏସଆର ଶାଖା ପକ୍ଷରୁ ଆସୋସିଏଟ ଜେନେରାଲ ମ୍ୟାନେଜର ସୁଶାନ୍ତ ରଥ, ଗ୍ରାମ୍ୟ ଉନ୍ନତିର ଆଞ୍ଚଳିକ ପରିଚାଳକ ବିଜ୍ଞାନ ମହାକୁଲ, ଏରିଆ ମ୍ୟାନେଜର ସୁମିତ ରାୟ, କ୍ଷେତ୍ରାଧିକାରୀ ପ୍ରବୀଣ ମଲିକ ପ୍ରମୁଖ ଯୋଗଦେଇ ଚାଷୀଙ୍କୁ ଜୈବିକ ଚାଷର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୁରୀ ପୋଲିସ

ପୁରୀ,୪।୯(ଅଜିତ୍‌ କୁମାର ମହାନ୍ତି ): ପୁରୀ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri