ପଶୁପକ୍ଷୀଙ୍କ ଜୈବିକ ଖାଦ୍ୟ ଉତ୍ପାଦନକୁ ଗୁରୁତ୍ୱ

ରସୁଲପୁର,୨୨।୧୦(ଡି.ଏନ.ଏ.): ରସୁଲପୁର ବ୍ଲକରେ ଜୈବିକ ପଦ୍ଧତିରେ ପଶୁପକ୍ଷୀଙ୍କ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାମ୍ୟ ଉନ୍ନତି ଫାଉଣ୍ଡେଶନ ପକ୍ଷରୁ ଏନେଇ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ ପାଇଁ ସଂସ୍ଥା ମୁଖ୍ୟ ପରିଚାଳନା ଅଧିକାରୀ ଭିଶାଲ ମେସି ବ୍ଲକ ଅଧୀନ ଓଡ଼ିଶୋ ଗ୍ରାମର ଚାଷୀ ଶିଶିର ରାଉତଙ୍କ ଫାର୍ମ ହାଉସ ବୁଲି ଦେଖିଥିଲେ। ରାଉତଙ୍କ ପକ୍ଷରୁ ପଶୁପକ୍ଷୀଙ୍କ ପାଇଁ ଜୈବିକ ଖାଦ୍ୟ ଆଜୋଲା ମଂଜି ଉତ୍ପାଦନ ପ୍ରଣାଳୀକୁ ଅନୁଧ୍ୟାନ କରି ସେ ଖୁସି ପ୍ରକଟ କରିଥିଲେ। ପଶୁପକ୍ଷୀଙ୍କ ପାଇଁ ବଜାରରେ ଉପଲବ୍ଧ ହେଉଥିବା କୃତ୍ରିମ ଖାଦ୍ୟର ସ୍ଥାନ ନେଇପାରିବ ଜୈବିକ ଖାଦ୍ୟ ଆଜୋଲା ମଂଜି। ମଂଜି ଉତ୍ପାଦନ ପାଇଁ ଛାତ ଉପରେ ଓ କ୍ଷେତରେ କୁଣ୍ଡ ନିର୍ମାଣ କରି ସେଥିରେ ଗୋବର, ସ୍ବଳ୍ପ ପଟାସ ଓ ସୁପର ମିଶ୍ରଣ ପାଣିରେ ଆଜୋଲା ମଂଜି ବୁଣି ଜୈବିକ ଖାଦ୍ୟ ଉତ୍ପାଦନ କରାଯାଇ ପାରିବ। ଏହାକୁ ପଶୁପକ୍ଷୀଙ୍କ ଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବ। ଏହି ଖାଦ୍ୟ ବ୍ୟବହାର ଯୋଗୁ କୁକୁଡ଼ାଙ୍କ ଓଜନ ବୃଦ୍ଧି ଘଟିବ। ଦୁହାଁଳିଆ ଗାଈଙ୍କ ଖାଦ୍ୟ ଭାବରେ ବ୍ୟବହାର କେଲ କ୍ଷୀର ଉତ୍ପାଦନ ବୃଦ୍ଧି ଘଟିବ ବୋଲି ମେସି କହିଥିଲେ। ଏହାପରେ ମେସି ହାତୀ ଘାସ ଚାଷ, ଫସଲରେ କେମିକାଲ ବ୍ୟବହାର, ଠିକ୍‌ ପରିଚାଳନାର ବିଭିନ୍ନ ଦିଗ ଉପରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ପରେ ଅରତିଆ ଗାଁର ବାଓପ୍ଲକ ମାଛଚାଷ କେନ୍ଦ୍ର ଅନୁଧ୍ୟାନ କରିଥିଲେ। ଫାଉଣ୍ଡେସନର ସିଏସଆର ଶାଖା ପକ୍ଷରୁ ଆସୋସିଏଟ ଜେନେରାଲ ମ୍ୟାନେଜର ସୁଶାନ୍ତ ରଥ, ଗ୍ରାମ୍ୟ ଉନ୍ନତିର ଆଞ୍ଚଳିକ ପରିଚାଳକ ବିଜ୍ଞାନ ମହାକୁଲ, ଏରିଆ ମ୍ୟାନେଜର ସୁମିତ ରାୟ, କ୍ଷେତ୍ରାଧିକାରୀ ପ୍ରବୀଣ ମଲିକ ପ୍ରମୁଖ ଯୋଗଦେଇ ଚାଷୀଙ୍କୁ ଜୈବିକ ଚାଷର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri