ଜୀବନ ଜୀବିକା ଉପରେ ପ୍ରଭାବ

ନୂଆପଡ଼ା ଅଫିସ୍‌,୨୮।୪: ନୂଆପଡ଼ା ଜିଲାରେ ଦୁଇ ମାସ ହୋଇଗଲା ବାଘ ଆତଙ୍କ ଥମିବାର ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ଗୃହପାଳିତ ପ୍ରାଣୀକୁ ଶିକାର କରି ଚାଲିଛି କଲରାପତରିଆ ବାଘ। ସଦର ରେଞ୍ଜ ଆମାନାରା ସେକ୍ସନ ତରିଆ ମହୁଆଭଟା ଗାଁରେ ପୁଣି ଏକ ବାଛୁରୀକୁ ବାଘ ମାରି ଖାଇଛି। ବୁଧବାର ଗୋରୁ ଜଙ୍ଗଲରୁ ଚରିବୁଲି ଆସିବା ପରେ ସନ୍ଧ୍ୟାରେ ଗୁହାଲରେ ମାଲିକମାନେ ସୁରକ୍ଷିତ ଭାବରେ ବାନ୍ଧି ରଖିଥିଲେ। ଗୁରୁବାର ସକାଳେ ଉଠି ଦେଖିବା ବେଳକୁ ଗାଁର ଭାଗିରଥି ରାଉତଙ୍କ ଗୁହାଳରେ ଏକ ବାଛୁରୀ ମରି ପଡିଛି। ମୃତ ବାଛୁରୀର ଶରୀର ଯେଉଁ ପ୍ରକାର କ୍ଷତ ବିକ୍ଷତ ହୋଇଛି, ତାହା ସ୍ପଷ୍ଟ ଜଣାପଡୁଛି କି ବାଘ ମାରି ଖାଇଛି। ଏହି ବାଛୁରୀକୁ ବାଘ ଗତ ୧୫ ତାରିଖରେ ଆକ୍ରମଣ କରିଥିଲା। ଗ୍ରାମବାସୀ ଆକ୍ରମଣ ସମୟରେ ହୋହାଲା କରିବାରୁ ବାଘ ବାଛୁରୀକୁ ଛାଡି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଗ୍ରାମବାସୀ ଗୁରୁତର ଭାବେ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା କରିବାରୁ ବାଛୁରୀ ସୁସ୍ଥ ରହିଥିଲା। ସେହି ବାଛୁରୀକୁ ବାଘ ପୁଣି ଆକ୍ରମଣ କରି ମାରି ଖାଇଦେଲା। ନୂଆପଡ଼ା ଜିଲାରେ ମାର୍ଚ୍ଚ ୧ ରୁ ବାଘ ଆତଙ୍କ ଆରମ୍ଭ ହୋଇ ଦୁଇ ମାସ ହୋଇଯିବ ଆତଙ୍କ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ସୁଦ୍ଧା ଦୁଇ ମାସ ମଧ୍ୟରେ ଜଣେ ମଣିଷ ସହ ୨୧ ଟି ଗୃହପାଳିତ ପ୍ରାଣୀ ଶିକାର ହୋଇ ସାରିଲେଣି। ହେଲେ ବନ ବିଭାଗ ବାଘକୁ ଘଉଡାଇବାକୁ ଉଦ୍ୟମ କରୁ ନାହାନ୍ତି କିମ୍ବା ଗୃହପାଳିତ ପ୍ରାଣୀ ହେଉ ବା ମଣିଷକୁ ସୁରକ୍ଷା ଦେବାର ବ୍ୟବସ୍ଥା କରୁନାହାନ୍ତି। ଏହିପରି ଚାଲିଥିଲେ କେତେ ଯେ ଜୀବନ ଚାଲିଯିବ ଆକଳନ କରିହେବ ନାହିଁ। ପାହାଡ ତଳି ଗାଁମାନଙ୍କର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ। ସ୍କୁଲ ଯାଇପାରୁ ନାହାନ୍ତି କି କାମ କରିପାରୁ ନାହାନ୍ତି। ଜୀବନ ଜୀବିକା ଉପରେ ପ୍ରଭାବ ପଡୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବର୍ତ୍ତମାନ ଚାଷ କାର୍ଯ୍ୟ ସମୟ ଆସି ଯାଉଛି। ବାଘ ଆତଙ୍କରେ ଜମି ସବୁ ପଡିଆ ପଡିବ। ଶେଷରେ ଲୋକେ ଅଭାବୀ କାରଣରୁ କାମ ଅନ୍ବେଷଣରେ ଦାଦନ ଶ୍ରମିକ ହୋଇ ବାହାରକୁ ଚାଲିଯାଇ ବାଘ ଆତଙ୍କରୁ ମଧ୍ୟ ଅଧିକ ଯନ୍ତ୍ରଣା ପାଇ ଘରକୁ ଫେରିବେ। ଏଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରବି ଚାଷ ବା ଖରା ଦିନିଆ ଚାଷ ଯାହା କରିଥିଲେ, ବାଘ ଆତଙ୍କରେ ଚାଷୀ ଛାଡିଦେଲେ। ବାଘ ଆତଙ୍କ କାରଣରୁ ଅନେକ ଚାଷୀଙ୍କୁ କ୍ଷତି ସହିବାକୁ ପଡିଛି ା ଖରା ଦିନ ବର୍ଷାରେ ଚାଷୀ ଜମିରେ ହଳ କରି ଚାଷ ଜମିକୁ ଉର୍ବର କରି ରଖିଥାଏ। ଠିକ ଚାଷ ସମୟ ଆସିଲେ ତଳି ପକା ଆରମ୍ଭ କରିଥାଏ। ଚଳିତବର୍ଷ ତାହା ହୋଇପାରୁ ନାହିଁ। ଚିନ୍ତାରେ ଚାଷୀ ଘାରି ହେଉଛନ୍ତି। ଗରିବ ଶ୍ରେଣୀର ଲୋକମାନଙ୍କୁ ଚଳିବା ମୁସକିଲ ହୋଇପଡିଗଲାଣି। ଯେଉଁମାନେ ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସେମାନେ ବର୍ତ୍ତମାନ ବାହାର ରାଜ୍ୟକୁ ଯିବା ପାଇଁ ସଜବାଜ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। କେବଳ ବନ ବିଭାଗ ଗାଁଗାଁ ବୁଲି ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସଚେତନ କରାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି ବୋଲି କହୁଛି। ଲୋକଙ୍କ ଜୀବନଜୀବିକାରେ ସୁଧାର ଆସୁନାହିଁ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?