ଜୀବନ ଜୀବିକା ଉପରେ ପ୍ରଭାବ

ନୂଆପଡ଼ା ଅଫିସ୍‌,୨୮।୪: ନୂଆପଡ଼ା ଜିଲାରେ ଦୁଇ ମାସ ହୋଇଗଲା ବାଘ ଆତଙ୍କ ଥମିବାର ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ଗୃହପାଳିତ ପ୍ରାଣୀକୁ ଶିକାର କରି ଚାଲିଛି କଲରାପତରିଆ ବାଘ। ସଦର ରେଞ୍ଜ ଆମାନାରା ସେକ୍ସନ ତରିଆ ମହୁଆଭଟା ଗାଁରେ ପୁଣି ଏକ ବାଛୁରୀକୁ ବାଘ ମାରି ଖାଇଛି। ବୁଧବାର ଗୋରୁ ଜଙ୍ଗଲରୁ ଚରିବୁଲି ଆସିବା ପରେ ସନ୍ଧ୍ୟାରେ ଗୁହାଲରେ ମାଲିକମାନେ ସୁରକ୍ଷିତ ଭାବରେ ବାନ୍ଧି ରଖିଥିଲେ। ଗୁରୁବାର ସକାଳେ ଉଠି ଦେଖିବା ବେଳକୁ ଗାଁର ଭାଗିରଥି ରାଉତଙ୍କ ଗୁହାଳରେ ଏକ ବାଛୁରୀ ମରି ପଡିଛି। ମୃତ ବାଛୁରୀର ଶରୀର ଯେଉଁ ପ୍ରକାର କ୍ଷତ ବିକ୍ଷତ ହୋଇଛି, ତାହା ସ୍ପଷ୍ଟ ଜଣାପଡୁଛି କି ବାଘ ମାରି ଖାଇଛି। ଏହି ବାଛୁରୀକୁ ବାଘ ଗତ ୧୫ ତାରିଖରେ ଆକ୍ରମଣ କରିଥିଲା। ଗ୍ରାମବାସୀ ଆକ୍ରମଣ ସମୟରେ ହୋହାଲା କରିବାରୁ ବାଘ ବାଛୁରୀକୁ ଛାଡି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଗ୍ରାମବାସୀ ଗୁରୁତର ଭାବେ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା କରିବାରୁ ବାଛୁରୀ ସୁସ୍ଥ ରହିଥିଲା। ସେହି ବାଛୁରୀକୁ ବାଘ ପୁଣି ଆକ୍ରମଣ କରି ମାରି ଖାଇଦେଲା। ନୂଆପଡ଼ା ଜିଲାରେ ମାର୍ଚ୍ଚ ୧ ରୁ ବାଘ ଆତଙ୍କ ଆରମ୍ଭ ହୋଇ ଦୁଇ ମାସ ହୋଇଯିବ ଆତଙ୍କ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ସୁଦ୍ଧା ଦୁଇ ମାସ ମଧ୍ୟରେ ଜଣେ ମଣିଷ ସହ ୨୧ ଟି ଗୃହପାଳିତ ପ୍ରାଣୀ ଶିକାର ହୋଇ ସାରିଲେଣି। ହେଲେ ବନ ବିଭାଗ ବାଘକୁ ଘଉଡାଇବାକୁ ଉଦ୍ୟମ କରୁ ନାହାନ୍ତି କିମ୍ବା ଗୃହପାଳିତ ପ୍ରାଣୀ ହେଉ ବା ମଣିଷକୁ ସୁରକ୍ଷା ଦେବାର ବ୍ୟବସ୍ଥା କରୁନାହାନ୍ତି। ଏହିପରି ଚାଲିଥିଲେ କେତେ ଯେ ଜୀବନ ଚାଲିଯିବ ଆକଳନ କରିହେବ ନାହିଁ। ପାହାଡ ତଳି ଗାଁମାନଙ୍କର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ। ସ୍କୁଲ ଯାଇପାରୁ ନାହାନ୍ତି କି କାମ କରିପାରୁ ନାହାନ୍ତି। ଜୀବନ ଜୀବିକା ଉପରେ ପ୍ରଭାବ ପଡୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବର୍ତ୍ତମାନ ଚାଷ କାର୍ଯ୍ୟ ସମୟ ଆସି ଯାଉଛି। ବାଘ ଆତଙ୍କରେ ଜମି ସବୁ ପଡିଆ ପଡିବ। ଶେଷରେ ଲୋକେ ଅଭାବୀ କାରଣରୁ କାମ ଅନ୍ବେଷଣରେ ଦାଦନ ଶ୍ରମିକ ହୋଇ ବାହାରକୁ ଚାଲିଯାଇ ବାଘ ଆତଙ୍କରୁ ମଧ୍ୟ ଅଧିକ ଯନ୍ତ୍ରଣା ପାଇ ଘରକୁ ଫେରିବେ। ଏଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରବି ଚାଷ ବା ଖରା ଦିନିଆ ଚାଷ ଯାହା କରିଥିଲେ, ବାଘ ଆତଙ୍କରେ ଚାଷୀ ଛାଡିଦେଲେ। ବାଘ ଆତଙ୍କ କାରଣରୁ ଅନେକ ଚାଷୀଙ୍କୁ କ୍ଷତି ସହିବାକୁ ପଡିଛି ା ଖରା ଦିନ ବର୍ଷାରେ ଚାଷୀ ଜମିରେ ହଳ କରି ଚାଷ ଜମିକୁ ଉର୍ବର କରି ରଖିଥାଏ। ଠିକ ଚାଷ ସମୟ ଆସିଲେ ତଳି ପକା ଆରମ୍ଭ କରିଥାଏ। ଚଳିତବର୍ଷ ତାହା ହୋଇପାରୁ ନାହିଁ। ଚିନ୍ତାରେ ଚାଷୀ ଘାରି ହେଉଛନ୍ତି। ଗରିବ ଶ୍ରେଣୀର ଲୋକମାନଙ୍କୁ ଚଳିବା ମୁସକିଲ ହୋଇପଡିଗଲାଣି। ଯେଉଁମାନେ ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସେମାନେ ବର୍ତ୍ତମାନ ବାହାର ରାଜ୍ୟକୁ ଯିବା ପାଇଁ ସଜବାଜ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। କେବଳ ବନ ବିଭାଗ ଗାଁଗାଁ ବୁଲି ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସଚେତନ କରାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି ବୋଲି କହୁଛି। ଲୋକଙ୍କ ଜୀବନଜୀବିକାରେ ସୁଧାର ଆସୁନାହିଁ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri