ଆପ୍ରବାସୀ ଚିକିତ୍ସା ବିଶେଷଜ୍ଞ

ଆମେରିକାର ଉନ୍ନତିରେ ଇମିଗ୍ରାଣ୍ଟ୍‌ସ ବା ଆପ୍ରବାସୀଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ଜୁଲାଇ ୪ ଆମେରିକାର ସ୍ବାଧୀନତା ଦିବସ ପୂର୍ବରୁ ୨୦୦୬ରୁ ପ୍ରତିବର୍ଷ କାର୍ନେଜି କର୍ପୋରେଶନ ବାଛିବାଛି ବିଶିଷ୍ଟ ଆପ୍ରବାସୀଙ୍କୁ ସମ୍ମାନିତ କରିଆସୁଥିବାର ଏକ ପରମ୍ପରା ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, କାର୍ନେଜି କର୍ପୋରେଶନର ପ୍ରତିଷ୍ଠାତା ଆଣ୍ଡ୍ର୍ୟୁ କାର୍ନେଜି ସ୍କଟଲାଣ୍ଡରୁ ଆସି ଆମେରିକାରେ ଶିଳ୍ପ ପ୍ରତିଷ୍ଠା କରି ଅନନ୍ୟ ଖ୍ୟାତି ଅର୍ଜନ କରିଥିଲେ। ଏକ ଗରିବ ପରିବାରରେ ଜନ୍ମିତ ଆଣ୍ଡ୍ର୍ୟୁ ଜନକଲ୍ୟାଣ ଲାଗି ଗଠନ କରିଥିବା ପାଣ୍ଠି ସମଗ୍ର ଆମେରିକାର ଶିକ୍ଷା କାର୍ଯ୍ୟକ୍ରମକୁ ବିଶେଷ ସହାୟକ ହୋଇପାରିଛି। ଆପ୍ରବାସୀ ଭାବେ ଆମେରିକାରେ ତାଙ୍କ ବଳିଷ୍ଠ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ‘ଗ୍ରେଟ୍‌ ଇମିଗ୍ରାଣ୍ଟ୍‌ସ’ ସମ୍ମାନ ଦିଆଯାଉଛି। ୨୦୨୦ ଲାଗି ସମ୍ମାନିତ ହୋଇଥିବା ୩୮ ଜଣ ଆପ୍ରବାସୀଙ୍କ ମଧ୍ୟରେ ଭାରତୀୟ-ଆମେରିକୀୟ ଡାକ୍ତର ସିଦ୍ଧାର୍ଥ ମୁଖାର୍ଜୀ ସ୍ଥାନ ପାଇଛନ୍ତି। ଆମେରିକାର ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ତାଙ୍କୁ ମିଳିଥିବା ଏହି ସମ୍ମାନ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଉଜ୍ଜ୍ୱଳ କରିଛି।
ସିଦ୍ଧାର୍ଥ ନୂଆଦିଲ୍ଲୀରେ ୨୧ ଜୁଲାଇ ୧୯୭୦ରେ ଜନ୍ମଗ୍ରହଣ କରିଥିଲେ। ପିତା ସିବେଶ୍ୱର ମୁଖାର୍ଜୀ ମିତ୍‌ସୁବିଶିରେ ଜଣେ ଏକ୍‌ଜିକ୍ୟୁଟିଭ୍‌ ଥିବା ବେଳେ ମାତା ଚନ୍ଦନା କଲିକତାରେ ଜଣେ ଶିକ୍ଷୟିତ୍ରୀ ଥିଲେ। ସିଦ୍ଧାର୍ଥ
କିନ୍ତୁ ନୂଆଦିଲ୍ଲୀର ସେଣ୍ଟ କଲମ୍ବା ସ୍କୁଲରେ ପଢ଼ି ୧୯୮୯ରେ ଶ୍ରେଷ୍ଠ ଛାତ୍ର ଭାବେ ‘ସୋର୍ଡ ଅପ୍‌ ଅନର’ରେ ସମ୍ମାନିତ ହୋଇଥିଲେ। ଉଚ୍ଚଶିକ୍ଷା ପାଇଁ ସେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରେ ବାୟୋଲୋଜି ମେଜର ଭାବେ ନୋବେଲ ପୁରସ୍କାର ବିଜେତା ପଲ୍‌ ବର୍ଗଙ୍କ ପରୀକ୍ଷାଗାରରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। କ୍ୟାନ୍‌ସର ସେଲ୍‌ର ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସେଲୁଲାର ଜିନ୍‌ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଅଧ୍ୟୟନ କରିଥିଲେ। ସେ ୧୯୯୩ରେ ବ୍ୟାଚଲର ଅଫ୍‌ ସାଇନ୍ସ ଡିଗ୍ରୀ ଅର୍ଜନ କରିଥିଲେ। ପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାଗ୍‌ଦାଲେନ୍‌ କଲେଜରେ ଡକ୍ଟରାଲ ରିସର୍ଚ୍ଚ କରି ରୋଡେ୍‌ସ ସ୍କଲାରଶିପ୍‌ ପାଇଥିଲେ। ଭାଇରାଲ ଆଣ୍ଟିଜେନ୍‌ ମାଧ୍ୟମରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଦିଗରେ ନିରନ୍ତର କାର୍ଯ୍ୟ କରିଥିଲେ। ତାଙ୍କ ସନ୍ଦର୍ଭ ‘ଦି ପ୍ରୋସେସିଂ ଆଣ୍ଡ୍‌ ପ୍ରେଜେଣ୍ଟେଶନ୍‌ ଅଫ୍‌ ଭାଇରାଲ ଆଣ୍ଟିଜେନ୍ସ’ ଉଚ୍ଚ ପ୍ରଶଂସିତ ହେବା ପରେ ୧୯୯୭ରେ ସେ ଡି.ଫିଲ୍‌ ଡିଗ୍ରୀ ହାସଲ କରିଥିଲେ। ହାର୍ଭାର୍ଡ ମେଡିକାଲ ସ୍କୁଲରୁ ସେ ୨୦୦୦ ମସିହାରେ ଡକ୍ଟର ଅଫ୍‌ ମେଡିସିନ୍‌ (ଏମ୍‌.ଡି) ଲାଭ କରିଥିଲେ। ତେବେ ୨୦୦୦ରୁ ୨୦୦୩ ଯାଏ ସେ ମାସାଚ୍ୟୁସେଟ୍‌ସ ଜେନେରାଲ ହସ୍ପିଟାଲରେ ଇଣ୍ଟରନାଲ୍‌ ମେଡିସିନ୍‌ର ରେସିଡେଣ୍ଟ ରହିଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ହାର୍ଭାର୍ଡ ମେଡିକାଲ ସ୍କୁଲ ଅଧୀନ ବୋଷ୍ଟନସ୍ଥିତ ଡାନା-ଫାର୍ବର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟରେ ଅନ୍‌କୋଲୋଜିର ଫେଲୋ ଭାବେ ପ୍ରଶିକ୍ଷଣ ନେଇଥିଲେ। ୨୦୦୯ରେ ସେ କଲମ୍ବିଆ ୟୁନିଭର୍ସିଟି ମେଡିକାଲ ସେଣ୍ଟରରେ ଡିପାର୍ଟମେଣ୍ଟ ଅଫ୍‌ ମେଡିସିନ୍‌ (ଡିଭିଜନ୍‌ ଅଫ୍‌ ହେମାଟୋଲୋଜି/ଅନ୍‌କୋଲୋଜି)ର ସହକାରୀ ପ୍ରଫେସର ଭାବେ ଯୋଗ ଦେଇଥିଲେ। ଏଥିସହିତ ସିଦ୍ଧାର୍ଥ ମିନେସୋଟାର ରୋଚେଷ୍ଟରସ୍ଥିତ ମାୟୋ କ୍ଲିନିକ୍‌କୁ ଭିଜିଟିଂ ପ୍ରଫେସର, ମାସାଚ୍ୟୁସେଟ୍‌ସ ମେଡିକାଲ ସୋସାଇଟି ଏବଂ ଜନ୍‌ ହପ୍‌କିନ୍ସ ସ୍କୁଲ ଅଫ୍‌ ମେଡିସିନ୍‌ରେ ଅବୈତନିକ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରି ଆମେରିକାର ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। କର୍କଟ ରୋଗ ଗବେଷଣା କ୍ଷେତ୍ରରେ ଅଭିନବ ଡାକ୍ତରୀବିଦ୍ୟା ପ୍ରୟୋଗ ଯୋଗୁ ତାଙ୍କ ଚାହିଦା ସର୍ବୋଚ୍ଚରେ ପହଞ୍ଚିପାରିଛି। ନର୍ମାଲ ଷ୍ଟେମ୍‌ ସେଲ୍‌ସ ଓ କ୍ୟାନ୍‌ସର ସେଲ୍‌ ମଧ୍ୟରେ ଯୋଗାଯୋଗ ସ୍ଥାପନ ସଂକ୍ରାନ୍ତ ସ୍ବତନ୍ତ୍ର ଅଧ୍ୟୟନ ତାଙ୍କ ଫୋକସରେ ରହିଛି।
ଡାକ୍ତରୀ ଗବେଷଣା କରି ସେ ଅର୍ଜନ କରିଥିବା ଅଭିଜ୍ଞତାକୁ ‘ଦି ଏମ୍ପେରର୍‌ ଅଫ୍‌ ଅଲ୍‌ ମାଲାଡିଜ୍‌: ଏ ବାୟୋଗ୍ରାଫି ଅଫ୍‌ କ୍ୟାନସର’ ବହିରେ ଗୁନ୍ଥିଛନ୍ତି। ଫଳରେ ଏହି ପୁସ୍ତକ ୨୦୧୧ରେ ଜେନେରାଲ ନନ୍‌-ଫିକ୍ସନ ବର୍ଗରେ ପୁଲିଜର ପୁରସ୍କାର ପାଇବାରେ ଯୋଗ୍ୟ ବିବେଚିତ ହୋଇଥିଲା। ଏହା ମଧ୍ୟ ଅଲ୍‌ ଟାଇମ୍‌ ୧୦୦ ନୋଟିଫିକେଶନ ବୁକ୍ସ (ଗତ ଶତାବ୍ଦୀର ୧୦୦ ଶ୍ରେଷ୍ଠ ପ୍ରଭାବଶାଳୀ ପୁସ୍ତକ) ହୋଇପାରିଥିଲା। କେବଳ ଆମେରିକା ନୁହେଁ, ୨୦୧୪ରେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସିଦ୍ଧାର୍ଥଙ୍କୁ ସମ୍ମାନିତ କରାଯାଇଛି। ସେ ଏବେ ନ୍ୟୁୟର୍କ ସିଟିରେ ସହଧର୍ମିଣୀ ସାରା ଜେ ଓ ଦୁଇ ସନ୍ତାନଙ୍କୁ ନେଇ ରହୁଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri